Categories: ଜାତୀୟ

ନୂପୁର ଶର୍ମାଙ୍କ ସମର୍ଥନରେ ପୋଷ୍ଟ କରିବା ପଡ଼ିଲା ମହଙ୍ଗା

ଭୋପାଳ,୧୫।୭: ମଧ୍ୟପ୍ରଦେଶର ସେହୋରରେ ନୂପୁର ଶର୍ମାଙ୍କ ସମର୍ଥନରେ ପୋଷ୍ଟ କରିଥିବାରୁ ଜଣେ ଯୁବକଙ୍କୁ ହତ୍ୟା ଧମକ ମିଳିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ କୋତୱାଲୀ ପୋଲିସ ୫ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି। ଅନ୍ୟପଟେ ଏହି ମାମଲା ସର୍ବସମ୍ମୁଖକୁ ଆସିବା ମାତ୍ରେ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର କହିଛନ୍ତି, ମଧ୍ୟପ୍ରଦେଶର ଶାନ୍ତି ଭଙ୍ଗ କରିବାକୁ କାହାକୁ ଅନୁମତି ଦିଆଯିବ ନାହିଁ। ରାଜ୍ୟର ପରିବେଶ ଯେପରି ଖରାପ ନ ହୁଏ ତା’କୁ ଦୃଷ୍ଟିରେ ରଖି ସମସ୍ତ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି ବୋଲି ଗୃହମନ୍ତ୍ରୀ କହିଛନ୍ତି। ସୂଚନାଯୋଗ୍ୟ, ଜୁନ ୧୧ ରେ ସେହୋରର ସ୍ଥିତ ଗଣେଶ ମନ୍ଦିର ନିକଟରେ ବସବାସ କରୁଥିବା ରୋହିତ ସାଲଭି ସୋସିଆଲ ମିଡିଆରେ ନୂପୁର ଶର୍ମା ହ୍ୟାସଟ୍ୟାଗ ସହିତ ଏକ ପୋଷ୍ଟ କରିଥିଲେ। ଏହାପରେ କିଛି ଦୁର୍ବୃତ୍ତ ତାଙ୍କ ଘରକୁ ଆସି ତାଙ୍କୁ ମାରପିଟ୍‌ କରିଥିଲେ। ସେମାନେ ପଡ଼ୋଶୀଙ୍କୁ ରୋହିତ ବୋଲି କହି ଦୁର୍ବ୍ୟବହାର କରି ହତ୍ୟା କରିବେ ବୋଲି ଧମକ ଦେଇଥିଲେ। ରୋହିତ ଘରକୁ ଆସିବା ପରେ ତାଙ୍କ ପଡ଼ୋଶୀ ଏହି ସବୁ ବିଷୟରେ ଅବଗତ କରାଇଥିଲେ। ଏହାପରେ ଉକ୍ତ ଦୁର୍ବୃତ୍ତମାନେ ତାଙ୍କ ଘରକୁ ଆସି ରୋହିତଙ୍କୁ ଧମକ ହତ୍ୟା ଧମକ ଦେଇଥିଲେ। ଏନେଇ ରୋହିତ କୋତୱାଲି ପୋଲିସରେ ଅଭିଯୋଗ କରିଥିଲେ। ପୋଲିସ ଅଭିଯୁକ୍ତକୁ ଚିହ୍ନଟ କରି ସାହିଲ ଏବଂ ଅନ୍ୟ ଚାରିଜଣଙ୍କ ବିରୋଧରେ ଧାରା ୨୯୪, ୫୦୬,୩୪ ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

Share