ଯୁବ ମୋର୍ଚ୍ଚା କର୍ମୀଙ୍କୁ ମାଡ଼ ଘଟଣା: ଏସପି ଅଫିସ୍‌ ଘେରିଲା ଭାଜପା

ଭଦ୍ରକ ଅଫିସ, ୪।୩: ମନ୍ତ୍ରୀ ନବ ଦାଶ ହତ୍ୟା ଘଟଣାରେ ଆନ୍ଦୋଳନ ବେଳେ ଭାଜପା ଯୁବ ମୋର୍ଚ୍ଚା କର୍ମୀଙ୍କୁ ପୋଲିସର ଅତ୍ୟାଚାର ଓ ଗିରଫ ପ୍ରତିବାଦରେ ଶନିବାର ଭାଜପା ପକ୍ଷରୁ ଭଦ୍ରକ ଏସ୍‌ପି ଅଫିସ ଘେରାଉ କରାଯାଇଛି। ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାଶିଷ ଆଚାର୍ଯ୍ୟଙ୍କୁ ଆକ୍ରମଣ କରାଯାଇଥିବା ପ୍ରତିବାଦରେ ଶୁକ୍ରବାର ସବୁ ଥାନାରେ ଏତଲା ଦିଆଯାଇଥିଲା। ଭାଜପା ପକ୍ଷରୁ ଦିଆଯାଇଥିବା ଏତଲାକୁ ପୋଲିସ ଗ୍ରହଣ କରୁ ନ ଥିବା ପ୍ରତିବାଦରେ ଏହି ଆନ୍ଦୋଳନ ହୋଇଛି। ଜିଲା ସଭାପତି ହେମନ୍ତ ପାଢ଼ୀ, ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀ, ଭାଜପା ନେତା ପ୍ରଦୀପ ନାୟକ, ବଦ୍ରି ନାରାୟଣ ଧଳ, ବିଦ୍ୟାଧର ସାହୁ, ଜଗନ୍ନାଥ ଦାଶ, କିଶୋର କିଙ୍କର ପଢ଼ିଆରୀ ପ୍ରମୁଖ ଏସ୍‌ପି ବରୁଣ ଗୁଣ୍ଟୁପାଲିଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।