୧୫ ଦିନ ହେଲା ନିଖୋଜ ଥିଲେ ଯୁବକ, ପରିତ୍ୟକ୍ତକୁ ଘରୁ ମିଳିଲା…

କଟକ,୨୫।୮(ପ୍ରଭୁ କଲ୍ୟାଣ ପାଲ୍‌): ବାରଙ୍ଗ ଥାନା ଗୋଡ଼ିସାହିର ଏକ ପରିତ୍ୟକ୍ତ ଘରୁ ମଙ୍ଗଳବାର ପୋଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ଯୁବକ ଜଣକ ବାରଙ୍ଗ ଥାନା ଗୋଡିସାହି ଗ୍ରାମର ପ୍ରଦୀପ ନାୟକ ବୋଲି ଜଣାପଡିଛି।

ମିଳିଥିବା ସୂଚନା ମୁତାବକ, ପ୍ରଦୀପ ୧୫ ଦିନ ହେଲା ନିଖୋଜ ଥିଲେ। ହେଲେ ମଙ୍ଗଳବାର ସକାଳେ ଗୋଡିସାହି ବିଦ୍ୟୁତ୍‌ ଅଫିସ ପଛପଟେ ଥିବା ଏକ ପରିତ୍ୟକ୍ତ ଘରୁ ପୁଅର ଝୁଲନ୍ତା ମୃତଦେହ ଦେଖି ବାପା ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Share