ଜମି ବିବାଦକୁ ନେଇ କେନ୍ଦ୍ରାପଡ଼ାରେ ହିଂସାକାଣ୍ଡ: ଯବାନ ମୃତ, ପୁଅ ବାପା-ମା’ ଗୁରୁତର

କେନ୍ଦ୍ରାପଡ଼ା,୪।୧: ଜମି ବିବାଦରୁ ଗଡ଼ିଲା ମୁଣ୍ଡ। ଯବାନ ପୁଅ ମୃତ୍ୟୁ ବରଣ ପରେ ବେଳେ ଗୁରୁତର ବାପା-ମା’। କେନ୍ଦ୍ରାପଡ଼ା ଜିଲାର ଏକ ଗାଁରେ ଜମିଜମା ବିବାଦକୁ ନେଇ ଏଭାଲକି ହିଂସାକାଣ୍ଡ ଘଟିଛି। ଶନିବାର ରାତିରେ କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ନରିଲୋ ଗ୍ରାମରେ ଏହି ଘଟଣା ଘଟିଛି। ମୃତ ଯୁବକଙ୍କ ନାମ ଉପେନ୍ଦ୍ର ଓଝା। ସେ ନିଜ ପତ୍ନୀ ଏବଂ ଏକ ବର୍ଷର ଝିଅକୁ ଛାଡ଼ି ଆରପାରିକୁ ଚାଲିଯାଇଛନ୍ତି।

ପରିବାର ମଧ୍ୟରେ ବହୁ ଦିନରୁ ଲାଗି ରହିଥିବା ଜମି ବିବାଦକୁ ନେଇ ଏହି ସଂଘର୍ଷ ସୃଷ୍ଟି ହୋଇଥିଲା। ଉପେନ୍ଦ୍ରଙ୍କ କକା ରାଜକିଶୋର ଓଝା ତାଙ୍କ ସହ ଯୁକ୍ତିତର୍କ ଆରମ୍ଭ କରିବା ପରେ ପରିସ୍ଥିତି ଉଗ୍ର ରୂପ ନେଇଥିଲା।

ପୋଲିସ ସୂତ୍ରରୁ ଜଣାପଡ଼ିଛି ଯେ ରାଜକିଶୋର ଓଝା, ତାଙ୍କ ପତ୍ନୀ ଓ ପୁଅଙ୍କ ସହ ମିଶି ଉପେନ୍ଦ୍ରଙ୍କୁ ବିଭିନ୍ନ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଅଭିଯୋଗ ହୋଇଛି ଯେ ରାଜକିଶୋର ଏକ କୋଦାଳରେ ଉପେନ୍ଦ୍ରଙ୍କୁ ଆଘାତ କରିବାରୁ ସେ ଗୁରୁତର ଆହତ ହୋଇଥିଲେ। ଉପେନ୍ଦ୍ରଙ୍କ ବାପା ସରୋଜ କାନ୍ତ ଓ ମା’ ସଂଯୁକ୍ତା ମଧ୍ୟ ଏହି ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି।

ସମସ୍ତ ଆହତଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଉପେନ୍ଦ୍ରଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।ଘଟଣାର ତଦନ୍ତ ଚାଲିଛି ଏବଂ ତଦନ୍ତର ଫଳାଫଳ ଆଧାରରେ ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟାଳୟରେ ପୋଡ଼ି ହୋଇଗଲେ ଛାତ୍ର: ପ୍ରଧାନଶିକ୍ଷକଙ୍କ ସମେତ ୪ ଶିକ୍ଷକଙ୍କ ଦରମା ବନ୍ଦ

ରାୟଗଡ଼ା,୬।୧: ରାୟଗଡ଼ା ଜିଲା ପାଇକଡାକୁଲୁଗୁଡ଼ା ସ୍ଥିତ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଘଟିଥିବା ଅଭାବନୀୟ ଅଗ୍ନିକାଣ୍ଡ ଘଟଣାରେ ରାଜ୍ୟ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ବିଦ୍ୟାଳୟର...

‘ନୋ ପିୟୁସିସି, ନୋ ଫ୍ୟୁଏଲ’ ନୀତି ଉପରେ ରାଜ୍ୟ ସରକାରଙ୍କୁ ଜବାବ ମାଗିଲେ ହାଇକୋର୍ଟ

କଟକ,୬।୧: ରାଜ୍ୟରେ ବୈଧ ପ୍ରଦୂଷଣ ମୁକ୍ତ ପ୍ରମାଣପତ୍ର (PUCC) ନଥିଲେ ଗାଡ଼ିକୁ ପେଟ୍ରୋଲ କିମ୍ବା ଡିଜେଲ ନଦେବା ପାଇଁ ସରକାର ନେଇଥିବା ନିଷ୍ପତ୍ତିକୁ ନେଇ ଓଡ଼ିଶା...

କଳାହାଣ୍ଡି ଉତ୍ସବ ‘ଘୁମୁରା’ ୨୦୨୬ ଉଦ୍‌ଘାଟିତ: ପ୍ରଥମ ସନ୍ଧ୍ୟାରେ ଜମିଲା ଲୋକକଳାର ଆସର; କାଲି ଗାଇବେ…

ଥୁଆମୂଳ ରାମପୁର, ୬ା୧ (ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବାବା ଖଣ୍ଡୁଆଳ ଖେଳ ପଡ଼ିଆଠାରେ ମଙ୍ଗଳବାର ଥୁଆମୂଳ ରାମପୁର...

ଡେଲିଭରି ଏଜେଣ୍ଟ ପରିଚୟ ଦେଇ ସାଇବର ଠକେଇ ଅଭିଯୋଗ,୨ ଜଣଙ୍କୁ ବାନ୍ଧିଲା…

ଦିଗପହଣ୍ଡି/ଚିକିଟି,୬|୧(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ବ୍ରହ୍ମପୁର ପୋଲିସ ଜିଲା କେ.ନୂଆଗାଁ ଥାନା ଅଞ୍ଚଳରେ ଲୋକଙ୍କ ଠାରୁ ବିଭିନ୍ନ ଉପାୟରେ ଲକ୍ଷାଧିକ ଟଙ୍କା ଠକେଇ...

ଚାଷୀଙ୍କ ମୁଣ୍ଡରେ ଚଡ଼କ: ମଣ୍ଡିରେ ପଡ଼ିଛି ଧାନ, ଆସୁଛି ବର୍ଷା; ଦାବିରେ ଅଟଳ ମିଲର୍ସ ସଂଘ

ଭୁବନେଶ୍ୱର,୬।୧: ରାଜ୍ୟରେ ଧାନ କିଣା ପ୍ରକ୍ରିୟା ଏବେ ସମ୍ପୂର୍ଣ୍ଣ ଅଚଳାବସ୍ଥା ଆଡ଼କୁ ଗତି କରୁଛି। ଗୋଟିଏ ପଟେ ରାଇସ୍ ମିଲରମାନେ ନିଜ ଜିଦ୍‌ରେ ଅଟଳ ଥିବାବେଳେ,...

ଭାରତ ସ୍କାଉଟ ଓ ଗାଇଡ୍ସର କ୍ୟାମ୍ପୋରି ଉଦ୍‌ଘାଟିତ: ୨୪୬ ସ୍କୁଲର…

ଦିଗପହଣ୍ଡି, ୬ା୧(ଅଶେଷ ନାଥ ମିଶ୍ର)- ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶ୍ରୀ ଧାମ ଆବାସିକ ବିଦ୍ୟାଳୟ ପରିସରରେ ଭାରତ ସ୍କାଉଟ...

ଓଟିଇଟି ପରୀକ୍ଷା ଦେଇପାରିବେ ଦୁଇବର୍ଷିଆ ବିଏଡ୍‌ ଛାତ୍ରୀଛାତ୍ର; ଜାଣନ୍ତୁ ସବିଶେଷ…

ଭୁବନେଶ୍ୱର,୬ା୧(ସୁଚିସ୍ମିତା ସାହୁ): ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ଦେବା ପାଇଁ ସ୍ବତନ୍ତ୍ର ଶିକ୍ଷାରେ ଦୁଇବର୍ଷିଆ ବିଏଡ୍‌ କରିଥିବା ଛାତ୍ରୀଛାତ୍ରଙ୍କୁ ସୁଯୋଗ ମିଳିବ। ସେମାନେ ଓଟିଇଟି...

ଏମାନଙ୍କ ପାଇଁ କାଳ ୨୦୨୬! ଏହି ୨ରାଶି ପାଖରୁ ଚାଲିଯିବ ଧନ

ବର୍ଷ ଆରମ୍ଭରେ ଜ୍ୟୋତିଷ ଶାସ୍ତ୍ରରେ ପ୍ରମୁଖ ଗ୍ରହ ପରିବର୍ତ୍ତନ ସୂଚିତ ହୋଇଛି। ଜ୍ୟୋତିଷଙ୍କ ଅନୁଯାୟୀ, ଜାନୁଆରୀ ୧୨ ତାରିଖରୁ ସିଂହ ରାଶିର ଲୋକଙ୍କ ଜୀବନରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri