ଦୃତଗତିରେ ଆସି ଯୁବକଙ୍କ ଉପରକୁ ମାଡ଼ିଗଲା ପିକଅପ୍‌ ଭ୍ୟାନ୍‌, ଆଉ ତା’ପରେ..

ଗଞ୍ଜାମ,୧୯ା୧୦(ଅଖିଳ ତରାଇ): ୧୬ ନମ୍ବର ଜାତୀୟ ରାଜପଥ ହୁମ୍ମା ଖଜୁରିଆପଲ୍ଲୀ ଛକ ନିକଟରେ ରବିବାର ଏକ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଅନ୍ତର୍ଗତ ନରେନ୍ଦ୍ର ବାଲି ଗ୍ରାମର ରାମଚନ୍ଦ୍ର ମହାରଣା।

ସୂଚନାନୁଯାୟୀ, ରାମଚନ୍ଦ୍ର ହୁମ୍ମା ହାଟରୁ କିଛି ଜିନିଷ କିଣି ଫେରୁଥିବା ସମୟରେ ଖଜୁରିଆପଲ୍ଲୀ ଛକରେ ବସ୍‌ ଅପେକ୍ଷା କରୁଥିଲେ। ହଠାତ୍‌ ଏକ ଦୃତଗାମୀ ପିକଅପ୍‌ ଭ୍ୟାନ୍‌ ତାଙ୍କୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ପରେ ପିକଅପ୍‌ ଭ୍ୟାନ୍‌ ଚାଳକ ଗାଡ଼ି ନେଇ ଫେରାର ହୋଇଛନ୍ତି। ଖବର ପାଇ ହୁମ୍ମା ଫାଣ୍ଡି ଅଧିକାରୀ ସତ୍ୟ ବେଣିଆ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲେ। ମୃତକଙ୍କ ପରିବାରକୁ ସୂଚନା ଦିଆଯାଇଥିବା ବେଳେ ମୃତଦେହ ବ୍ୟବଚ୍ଛେଦ ପାଇଁ ଛତ୍ରପୁର ପଠାଯାଇଛି। ପୋଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି ଏବଂ ଫେରାର ଚାଳକକୁ ଖୋଜିବା ପାଇଁ ପ୍ରୟାସ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାରିବାରିକ କଳହ ନେଲା ଜୀବନ, ଭିଣୋଇଙ୍କ ଠେଙ୍ଗା ମାଡ଼ରେ ଶଳା ମୃତ

ଗୁଣୁପୁର,୨୯ା୧(ସଂକେତ ପାତ୍ର/ସୁଜାତା ପାଢ଼ୀ ): ଭିଣୋଇଙ୍କ ଠେଙ୍ଗା ମାଡ଼ରେ ଶଳାଙ୍କ ମୃତ୍ୟୁ। ଏହି ଅଭାବନୀୟ ଘଟଣାଟି ଘଟିଛି ରାୟଗଡା ଜିଲା ଗୁଣପୁର ମେଡିକାଲ କଲୋନୀରେ। ଭିଣୋଇ ଏବଂ…

ନାବାଳକଙ୍କୁ ବାଲିରେ ପୋତିଦେଲେ ୬ ସାଙ୍ଗ, ଭିଡିଓ ଉତ୍ତୋଳନ କରି ଦେଲେ ଏମିତି ଧମକ

ଗୁଣପୁର,୨୯ା୧(ସଙ୍କେତ ପାତ୍ର/ସୁଜାତା ପାଢ଼ୀ): ପିଲାଖେଳ ଯେ, ଜଣେ ନାବାଳକଙ୍କ ଜୀବନ ନେଇଯାଇଥାନ୍ତା ତାହା ଏକ ଭିଡିଓରୁ ଜଣାପଡ଼େ। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ଜିଲା…

ବାଲସି ଧାନ ମଣ୍ଡିରେ ଦୁଇମାସରୁ ଉର୍ଦ୍ଧ୍ବ ହେଲା ପଡ଼ିରହିଛି ଧାନ, ଶୀତ କାକରରେ ଜଗୁଛନ୍ତି ଚାଷୀ

କେସିଙ୍ଗା,୨୯ା୧(ତୁମେଶ୍ବର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ ବାଲସି ଧାନ ମଣ୍ଡିରେ ଦୀର୍ଘ ଦୁଇ ମାସ ହେଲା ଧାନ ପଡି ରହିଛି । ପ୍ରବଳ ଶୀତ…

୨୧୧ ଯାତ୍ରୀକୁ ନେଇ ଯାଉଥିବା ଇଣ୍ଡିଗୋ ବିମାନରେ ଧକ୍କା ହେଲା ପକ୍ଷୀ, ଆଉ ତା’ପରେ…

ନୂଆଦିଲ୍ଲୀ,୨୯।୧: ଗୋଆରୁ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର (ଶମଶାବାଦ) ଯାଉଥିବା ଏକ ଇଣ୍ଡିଗୋ ବିମାନରେ ବୁଧବାର ପକ୍ଷୀ ଧକ୍କା ହୋଇଥିଲା। ବିମାନ ଭିତରେ ୨୧୧ ଜଣ ଯାତ୍ରୀ…

ନବଜାତ ଶିଶୁକନ୍ୟାକୁ ଅଳିଆଗଦାରେ ଫିଙ୍ଗିଦେଲେ, ଗାଁରେ ଜୋର୍‌ ଧରିଛି ଚର୍ଚ୍ଚା

ବଲାଙ୍ଗୀର/ସଇଁତଳା,୨୯ା୧(ସୁନିଲ କୁମାର ମହାନ୍ତି/ରାଖାଲ ଶତପଥୀ): ଅଳିଆଗଦାରୁ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି। ଏପରି ଏକ ଘଟଣା ଘଟିଛି ବଲାଙ୍ଗୀର ଜିଲା ସଇଁତଳା ଥାନା ଅନ୍ତର୍ଗତ ଧରପଗଡ଼…

୧,୨,୩,୪,୫…ଲଗାତର ଶତକ ପରେ ଷଷ୍ଠ ଶତକ ପୂର୍ବରୁ ହେଲା ବଡ଼ ଓଲଟପାଲଟ, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା…

ନୂଆଦିଲ୍ଲୀ,୨୯।୧:ଟେଷ୍ଟ କ୍ରିକେଟ ପ୍ରାୟ ୧୫୦ ବର୍ଷ ଧରି ଖେଳାଯାଉଛି, କିନ୍ତୁ ଏହି ଫର୍ମାଟର ଇତିହାସରେ କେବଳ ଜଣେ ବ୍ୟାଟସମ୍ୟାନ ଲଗାତାର ପାଞ୍ଚଟି ଇନିଂସରେ ଶତକ ହାସଲ କରିବାର…

କପ୍ତିପଦାରେ ଜବରଦଖଲ ଉଚ୍ଛେଦ, ଏନଏସି ମାନ୍ୟତା ପାଇବା ପରେ…

ଉଦଳା,୨୯।୧(ସନ୍ତୋଷ କୁମାର ବାଚ୍ଛିନୀ): ନୂତନ ଏନଏସି ଭାବେ କପ୍ତିପଦା ଘୋଷଣା ହୋଇଛି । ଏନଏସି ମାନ୍ୟତା ପାଇବା ପରେ ଆଜି ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା…

ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରୀଛାତ୍ର, ଅବିଭାବକ: ଶିକ୍ଷକ ନଥିବାରୁ…

ଧର୍ମଶାଳା,୨୯।୧(ଶିବ ପ୍ରସାଦ ମହାନ୍ତି ): ଯାଜପୁର ଜିଲା ରସୁଲପୁର ବ୍ଲକ କଲଣ ପଞ୍ଚାୟତ ନୂଆହାଟ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବରୁ ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri