ଲକ୍ଷ୍ମୀପୂଜା ଦେଖି ଫେରୁଥିଲେ: ହାତୀ ହାବୁଡ଼ରେ ପଡ଼ିଗଲେ ଦୁଇ ଯୁବକ

ସୁନ୍ଦରଗଡ଼,୨୦ା୧୦(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ବନାଞ୍ଚଳ ତଥା ହାତୀବାରି ଥାନା ଅଧୀନ କନ୍ଦରକେଲା ପଞ୍ଚାୟତ ବାଉଁଶଯୋର ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଉକ୍ତ ଗ୍ରାମର ପ୍ରଦୀପ ବିଲାଙ୍ଗ(୨୪)। ଏଥିସହ ମହିପାଳ କିରୋ ନାମକ ଜଣେ ଯୁବକ ହାତୀ ଆକ୍ରମଣରେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି।

ସୂଚନାଯୋଗ୍ୟ, ଲକ୍ଷ୍ମୀପୂଜା ଅବସରରେ ବାଉଁଶଯୋରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ପ୍ରଦୀପ ଓ ମହିପାଳ ଆସିଥିଲେ। କାର୍ଯ୍ୟକ୍ରମ ସରିବା ପରେ ଦୁହେଁ ବିଳମ୍ବିତ ରାତିରେ ଚାଲିକି ଫେରୁଥିବା ବେଳେ ଗୋଠଛଡା ହାତୀ ସହ ମୁହାଁମୁହିଁ ହୋଇଥିଲେ। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ୨ ଜଣଙ୍କୁ ପ୍ରଥମେ ହାତୀବାରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ।

ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରଦୀପଙ୍କ ମୃତ୍ୟୁ ଘଟିଥିଲା। ମହିପାଳଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡିଛି।

ବୀରମିତ୍ରପୁର ରେଞ୍ଜର ଦୁର୍ଯ୍ୟୋଧନ ଜରେଇ, ହାତୀବାରି ଫରେଷ୍ଟର ସୁଶୀଲ କୁମାର କେରକେଟାଙ୍କ ସହ ହାତୀବାରି ପୋଲିସ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଗତ ୧୬ ତାରିଖ ବିଳମ୍ବିତ ରାତିରେ ବୀରମିତ୍ରପୁର ବନାଞ୍ଚଳ ତଥା ହାତୀବାରି ଥାନା ଅନ୍ତର୍ଗତ ଲୋକମବେଡା ପଞ୍ଚାୟତ ଖାଡ଼ିଯୋର ଗ୍ରାମରେ ହାତୀ ଆକ୍ରମଣରେ ସୁନୀଲ ବାଗେ ନାମକ ଜଣେ ଯୁବକ ପ୍ରାଣ ହରାଇଥିଲେ। ଦିନକୁ ଦିନ ହାତୀ ଉପଦ୍ରବ ବଢ଼ିଥିବାରୁ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି। ଏ ଦିଗରେ ବନ ବିଭାଗ ତତ୍ପରତା ପ୍ରକାଶ କରି ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋହସିନ ନକଭିଙ୍କୁ ଜଣାନାହିଁ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ନାମ! ସୋସିଆଲ ମିଡିଆରେ ହେଲେ ଅପମାନିତ

ଇସଲାମାବାଦ,୨୭।୧: ଯେତେବେଳେ କାହାକୁ ତାଙ୍କ ଦେଶର ପ୍ରଧାନମନ୍ତ୍ରୀଙ୍କ ନାମ ପଚରାଯାଏ ଏବଂ ସେମାନେ ନାମ ନ କୁହନ୍ତି କିମ୍ବା ଭୁଲ ଉତ୍ତର ଦିଅନ୍ତି ନାହିଁ, ତେବେ ତାଙ୍କୁ…

ପାକିସ୍ତାନକୁ ପୁଣି ଶୁଣାଇଲା ଭାରତ, କହିଲା ‘ଆମ ଦେଶକୁ କ୍ଷତି ପହଞ୍ଚାଇବା ଏକମାତ୍ର ଏଜେଣ୍ଡା…’

ନୂଆଦିଲ୍ଲୀ,୨୭।୧: ପାକିସ୍ତାନକୁ ପୁଣିଥରେ ଜାତିସଂଘରେ ଝଟକା ଲାଗିଛି। ଭାରତୀୟ ରାଷ୍ଟ୍ରଦୂତ ଜାତିସଂଘ ମଞ୍ଚରୁ ପାକିସ୍ତାନକୁ କଟାକ୍ଷ କରିଛନ୍ତି। ଏହି ସମୟରେ ସେ ଅପରେଶନ ସିନ୍ଦୂର, ଜମ୍ମୁ କଶ୍ମୀର,…

ଘରେ ଶୋଇଥିବା ବେଳେ ଦୁର୍ବୃତ୍ତଙ୍କ ବୋମାମାଡ଼, ଘର କାନ୍ଥ ଭୁଶୁଡ଼ି…

ଛତ୍ରପୁର,୨୭।୧(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ଚିକଲଖଣ୍ଡି ଗ୍ରାମରେ ଅଭାବନୀୟ ଘଟଣା । ସୋମବାର ବିଳମ୍ବିତ ରାତିରେ ଘରେ ସମସ୍ତେ ଶୋଇଥିବା ବେଳେ ଘର…

T20 World Cup 2026 ପାଇଁ ଟିମ ଘୋଷଣା କଲା ସ୍କଟଲାଣ୍ଡ, ଅଧିନାୟକ ହେବେ ଏହି ଖେଳାଳି

ନୂଆଦିଲ୍ଲୀ,୨୭।୧: ସୋମବାର ସ୍କଟଲାଣ୍ଡ ୨୦୨୬ ଟି୨୦ ବିଶ୍ୱକପ ପାଇଁ ଏହାର ୧୫ ଜଣିଆ ଦଳ ଘୋଷଣା କରିଛି। ବାଂଲାଦେଶ ବଦଳରେ ୨୦୨୬ ଟି୨୦ ବିଶ୍ୱକପ ପାଇଁ ସ୍ଥାନ…

ହଳଦୀ ଖାଇଲେ ଭଲ ହୋଇଯିବ ଏସବୁ ରୋଗ: ଜାଣନ୍ତୁ କ’ଣ ରହିଛି ଉପକାରୀ ଗୁଣ

ହଳଦୀରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଏଥିରେ ଏଭଳି ତତ୍ତ୍ୱ ରହିଛି, ଯାହା ମସ୍ତିଷ୍କର କାର୍ଯ୍ୟଧାରାକୁ ସକ୍ରିୟ ରଖିବାରେ ସହାୟକ ହୋଇଥାଏ ବୋଲି ଏକ…

ଦୀର୍ଘଦିନ ଧରି ମାନସିକ ଚାପ ଲାଗି ରହୁଛି କି? ସ୍ବାସ୍ଥ୍ୟ ଉପରେ କଣ ପ୍ରଭାବ ପଡ଼ିବ ଜାଣନ୍ତୁ

ଆଜିକାଲିର ଜୀବନଶୈଳୀରେ, ଅନେକ ଲୋକଙ୍କ ପାଇଁ ଚାପ ଏକ ବଡ଼ ଅସୁବିଧାର କାରଣ ସାଜିଛି। କୌଣସି ବିଷୟକୁ ନେଇ ଚାପ ଅନୁଭବ କରିବା ସ୍ୱାଭାବିକ, କିନ୍ତୁ ଚାପଗ୍ରସ୍ତ…

ମାତ୍ର ୧୦ ବଲ୍‌… ଅଭିଷେକ ଶର୍ମାଙ୍କ ପାଇଁ ଟର୍ନିଂ ପଏଣ୍ଟ

ନୂଆଦିଲ୍ଲୀ,୨୭।୧: ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟି-୨୦ରେ ଅଭିଷେକ ଶର୍ମା ୧୪ ବଲରେ ଅର୍ଦ୍ଧଶତକ ମାରିଥିଲେ। ଏହା ଅନ୍ତର୍ଜାତୀୟ ଟି୨୦ କ୍ରିକେଟରେ ଭାରତର ଦ୍ୱିତୀୟ ଦ୍ରୁତତମ ଅର୍ଦ୍ଧଶତକ। ନ୍ୟୁଜିଲାଣ୍ଡ…

ଚର୍ଚ୍ଚାରେ ପଶ୍ଚିମବଙ୍ଗ, ମଧ୍ୟରାତ୍ରିରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଭିନେତ୍ରୀଙ୍କୁ ଦୁର୍ବ୍ୟବହାର

କୋଲକାତା,୨୭।୧: ଅଭିନେତ୍ରୀ ତଥା ପୂର୍ବତନ ଏମପି ମିମି ଚକ୍ରବର୍ତ୍ତୀ ଉତ୍ତର ୨୪ ପରଗନା ଜିଲାର ବନଗାଓଁରେ ମଞ୍ଚ ଉପରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ସମୟରେ ନିର୍ଯାତନା ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri