ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ପୋଲିସ ଏଏସ୍‌ଆଇ, ଜଣେ ବ୍ୟବସାୟୀଙ୍କଠୁ…

ସୁନ୍ଦରଗଡ/ବଡଗାଁ,୧୩।୩(ଜୟ ନାରାୟଣ ମେଣ୍ଡୁଳି, ଅଶୋକ ଷଡ଼ଙ୍ଗୀ): ଲାଞ୍ଚ ନେଇ ଧରାପଡିଲେ ପୋଲିସ ଏଏସ୍‌ଆଇ। ମଦ ଦୋକାନ ଚଳାଇବା ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ୨୫ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଗୁରୁବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି ସୁନ୍ଦରଗଡ ଜିଲା ବଡ଼ଗାଁ ପୋଲିସ ଷ୍ଟେଶନର ଏଏସଆଇ ଅରୂପା ନନ୍ଦ ଦାସ। ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ ଏଏସ୍‌ଆଇ ଦାସଙ୍କୁ ଗିରଫ କରାଯାଇଛି। ଭିଜିଲାନ୍ସ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ମୁତାବକ,
ଗୁରୁବାର ସନ୍ଧ୍ୟାରେ ବଡ଼ଗାଁ ପୋଲିସ ଥାନାର ଏଏସ୍‌ଆଇ ଅରୂପା ନନ୍ଦ ଦାସ ରାସ୍ତା ପାର୍ଶ୍ୱରେ ଥିବା ଜଣେ ଢାବାମାଲିକଙ୍କୁ ଏକ ମାମଲାରେ ସାହାଯ୍ୟ କରିବା ଏବଂ ତାଙ୍କ ବ୍ୟବସାୟକୁ ସୁଗମ କରିବା ପାଇଁ ୨୫,୦୦୦ ଟଙ୍କା ଲାଞ୍ଚ ମାଗୁଥିଲେ। ଏଏସ୍‌ଆଇ ଦାସ ତାଙ୍କୁ ୨୫,୦୦୦ ଟଙ୍କା ଲାଞ୍ଚ ନ ଦେଲେ ଗିରଫ କରିବାକୁ ଧମକ ମଧ୍ୟ ଦେଇଥିଲେ। ତେଣୁ ହୋଟେଲ ମାଲିକ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଘଟଣା ବିଷୟରେ ଜଣାଇଥିଲେ। ଗୁରୁବାର ହୋଟେଲ ମାଲିକଙ୍କଠାରୁ ଏଏସ୍‌ଆଇ ବଡଗାଁ ଥାନା ସମ୍ମୁଖରେ ଥିବା ଏକ ଚା’ ଦୋକାନ ନିକଟରେ ୨୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଏଏସ୍‌ଆଇଙ୍କୁ ଭିଜିଲାନ୍ସ ଅଧିକାରୀମାନେ ସ୍ବତନ୍ତ୍ର ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କାବୁ କରି ଗିରଫ କରିଛନ୍ତି। ଏଏସ୍‌ଆଇଙ୍କ ଠାରୁ ଭିଜିଲାନ୍ସ ଅଧିକାରୀମାନେ ରାସାୟନିକ ପ୍ରଲେପ ଦିଆ ଲାଞ୍ଚ ଟଙ୍କା ଜବତ କରାଯାଇ ଜବତ କରାଯାଇଛି। ଏହାପରେ ଏଏସ୍‌ଆଇଙ୍କ କାର୍ଯ୍ୟରତ ବଡଗାଁ ଥାନା,ସରକାରୀ କ୍ବାଟର ସମେତ ଏକକାଳୀନ ୪ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଯାଞ୍ଚ କରାଯାଇଥିଲା। ଏହି ଚଢ଼ାଉରେ ରାଉରକେଲା ଭିଜିଲାନ୍ସ ବିଭାଗ ଡିଏସପି ରଶ୍ମିତା ଲାକ୍ରା,ଇନ୍ସପେକ୍ଟର ଶିବ ନାରାୟଣ ଭଦ୍ରି,ଲକ୍ଷ୍ମୀ କାନ୍ତ ପ୍ରଧାନ,ମାନସ ରଞ୍ଜନ ଭୋଇ ,ସୁନୀତି ଓରାମ ପ୍ରମୁଖ ଉପସ୍ଥିତ ଥିଲେ। ଏହି ସମ୍ପର୍କରେ ରାଉରକେଲା ଭିଜିଲାନ୍ସ ଥାନାରେ କେସ୍‌ ନମ୍ବର ୧/୨୦୨୬, U/s-୭PC (ସଂଶୋଧନ) ଆଇନ, ୨୦୧୮ରେ ଏଏସ୍‌ଆଇଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଝାରଖଣ୍ଡର ସନ୍ଦିଗ୍ଧ ଡକାୟତ ଗ୍ୟାଙ୍ଗ ସକ୍ରିୟ: ଜନସାଧାରଣଙ୍କ ପାଇଁ ସୂଚନା ଜାରି କଲା ନନ୍ଦିପଦା ପୋଲିସ

ହାଟଡିହୀ, ୪।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲାରେ ଝାରଖଣ୍ଡର ଏକ ସନ୍ଦିଗ୍ଧ ଡକାୟତ ଗ୍ୟାଙ୍ଗ ସକ୍ରିୟ ଥିବା ନେଇ ସୂଚନା ମିଳିବା ପରେ, ନନ୍ଦିପଦା ପୋଲିସ ପକ୍ଷରୁ ଜନସାଧାରଣଙ୍କ…

ଡୁଙ୍ଗୁରିପାଲିରେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ: ଜବରଦଖଲମୁକ୍ତ ହେଲା ସମବାୟ ସମିତିର ଗୋଦାମ ଗୃହ

ଡୁଙ୍ଗୁରିପାଲି, ୪।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଆଞ୍ଚଳିକ ସମବାୟ ବାଣିଜ୍ୟ ସମିତି ଲିଃ ର ଏକ ପୁରାତନ ଗୋଦାମ ଗୃହକୁ ଦୀର୍ଘ ବର୍ଷ ଧରି ଜବରଦଖଲ…

ବିଜୟଙ୍କ ଉପରେ ସଙ୍ଗୀନ ଅଭିଯୋଗ ଆଣିଲେ ଜୁନିୟର ଷ୍ଟାଲିନ୍‌, କହିଲେ ମୋ ସହ…

ନୂଆଦିଲ୍ଲୀ,୪।୮: ତାମିଲନାଡୁର ବିରୋଧୀ ଦଳ ନେତା ଏବଂ ଡିଏମକେ ନେତା ଉଦୟନିଧି ଷ୍ଟାଲିନ୍ ମଙ୍ଗଳବାର ଦିନ ଟିଭିକେ ସରକାରଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ଏକ ଜନସଭାରେ…

ନିୟମିତ ଭାବେ ରାସ୍ତା ଅବରୋଧକୁ କେନ୍ଦ୍ର କରି ମାରପିଟ୍, ଅଭିଯୁକ୍ତ ବାପା-ପୁଅ ଗିରଫ

ବଞ୍ଚୋ, ୪।୮(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଥାନା ଅନ୍ତର୍ଗତ ଶିବରାୟଣପୁର ଗ୍ରାମରେ ରାସ୍ତା ଅବରୋଧକୁ କେନ୍ଦ୍ର କରି ଘଟିଥିବା ମାରପିଟ୍ ଘଟଣାରେ ପୋଲିସ ବାପା ଓ ପୁଅଙ୍କୁ ଗିରଫ…

କଳାହାଣ୍ଡି-ନୂଆପଡ଼ା ଲାଇଫ୍ ଲାଇନ୍ ତୁର୍କେଲ ପୋଲ ଅଚଳ: ୧୧ ମାସ ହେଲା ଯୋଗାଯୋଗ ବିଚ୍ଛିନ୍ନ, କଂଗ୍ରେସର ବିଶାଳ ପଦଯାତ୍ରା

ଭବାନୀପାଟଣା, ୪।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଓ ନୂଆପଡ଼ା ଜିଲାର ‘ଲାଇଫ୍ ଲାଇନ୍’ କୁହାଯାଉଥିବା ଭବାନୀପାଟଣା ବ୍ଲକର ତୁର୍କେଲ ବ୍ରିଜ୍ ବିପଦସଂକୁଳ ହୋଇପଡ଼ିଥିବାରୁ ଗତ ୧୧ ମାସ…

ପୃଥିବୀରେ ମାଡ଼ ହେବ ଭୟଙ୍କର ଆଷ୍ଟ୍ରୋଏଡ, ବୈଜ୍ଞାନିକ କହିଦେଲେ ତାରିଖ; ୨୨ଟି ପରମାଣୁ ବୋମା ଭଳି ଘଟିବ ପ୍ରଳୟ !

ନୂଆଦିଲ୍ଲୀ,୪।୮: ପୃଥିବୀରେ ମାଡ଼ ହେବ ବିରାଟ ଆଷ୍ଟ୍ରୋଏଡ୍ । ଧ୍ୱଂସ ହୋଇଯିବ ସବୁ କିଛି । ଛାରଖାର ହୋଇଯିବ ପୃଥିବୀ। ଯାହାକୁ ନେଇ ବୈଜ୍ଞାନିକମାନେ ଛାନିଆ ହେଲେଣି…

ହାଟଡିହୀରେ ଅଭାବନୀୟ ଚିତ୍ର: ଖଟିଆରେ ଭାଲିଆ ନାଳ ପାର ହେଲେ ରୋଗୀ, ରାସ୍ତା-ପୋଲ ନଥିବାରୁ ଦୁର୍ଦ୍ଦଶାରେ…

ହାଟଡିହୀ, ୪।୮ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ କେ. ବାଲିପାଳ ପଞ୍ଚାୟତ ଅନ୍ତର୍ଗତ ମଲ୍ଲିପଶି ଗ୍ରାମକୁ ପକ୍କା ରାସ୍ତା ଏବଂ ନାଳ ଉପରେ ପୋଲ…

ହାଟଡିହୀରେ ମିଳୁନି ସାର: ସମବାୟ ସମିତି ଓ ବିକ୍ରୟ କେନ୍ଦ୍ର ପରିଦର୍ଶନ କଲେ ବିଧାୟକ

ହାଟଡିହୀ/ଛେନାପଦୀ, ୪।୮(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକରେ ବର୍ତ୍ତମାନ ପ୍ରବଳ ସାର ସଙ୍କଟ ଦେଖାଦେଇଛି। ସମବାୟ ସମିତିରେ ଆବଶ୍ୟକୀୟ ସାର ନ ଥିବାବେଳେ ଖୋଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri