୧୧ ଜଣଙ୍କୁ ହତ୍ୟା କଲେ ଯୁବକ

ସେଟିଞ୍ଜେ,୧୩ା୮: ଦକ୍ଷିଣପୂର୍ବ ୟୁରୋପୀୟ ରାଷ୍ଟ୍ର ମୋଣ୍ଟେନେଗ୍ରୋରେ ପାରିବାରିକ ବିବାଦକୁ କେନ୍ଦ୍ରକରି ଜଣେ ଯୁବକ ୧୧ ଜଣଙ୍କୁ ଗୁଳିକରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ସମୟରେ ପୋଲିସ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା। ସେତିକିବେଳେ ପୋଲିସ ଓ ଯୁବକଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ପୋଲିସର ଗୁଳିରେ ୩୪ ବର୍ଷୀୟ ଉକ୍ତ ବନ୍ଧୁକଧାରୀ ଯୁବକ ନିହତ ହୋଇଛନ୍ତି। ସୂଚନାଯୋଗ୍ୟ, ରାଜଧାନୀ ସେଟିଞ୍ଜେ ନିକଟସ୍ଥ ମେଡୋଭିନାରେ ପର୍ଯ୍ୟଟକଙ୍କ ଭିଡ଼ ଜମିଥିବା ବେଳେ ସମ୍ପୃକ୍ତ ଯୁବକ ଜଣକ ରାସ୍ତାରେ ଯାଉଥିବା ଲୋକଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ। ଏଥିରେ ପୋଲିସ ସମେତ ୬ଜଣ ଆହତ ହୋଇଥିବା ବେଳେ ୧୧ଜଣଙ୍କ ମୃତ୍ୟୁ ଘଟିଛି। ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷେ ପୋଲିସ ଘଟଣାର ତଦନ୍ତ ଚଳାଇଛି।

Share