ନାବାଳିକାଙ୍କୁ ଅପହରଣ କରି ବିବାହ କରିଥିଲେ ଯୁବକ: ୨ ବର୍ଷ ପରେ ଗିରଫ କଲା ପୋଲିସ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ପୋଲିସ ରବିବାର ରିତୁ ଦାସ ନାମକ ଜଣେ ଯୁବକଙ୍କୁ ଗିରଫ କରି ବ୍ରହ୍ମପୁର ସ୍ଵତନ୍ତ୍ର ପୋକ୍ସ କୋର୍ଟକୁ ଚାଲାଣ କରିଛନ୍ତି। ଜଣେ ନାବାଳିକାଙ୍କୁ ଅପହରଣ ଓ ବଳାତ୍କାର ମାମଲାରେ ପ୍ରାୟ ୨ ବର୍ଷ ହେଲା ଫେରାର ଥିବା ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ତଦନ୍ତକାରୀ ପୋଲିସ ଅଧିକାରୀ ଏସ.ଆଇ ଜ୍ୟୋତି ରଞ୍ଜନ ବେହେରା କହିଛନ୍ତି।

ଦିଗପହଣ୍ଡି ଥାନା ମାମଲା ନଂ.୪୨୫/୨୨ ଅନୁଯାୟୀ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଗତ ୨୦୨୨ ଡିସେମ୍ବର ୭ ତାରିଖରେ ଅଭିଯୁକ୍ତ ନାବାଳିକାଙ୍କୁ ଅପହରଣ କରି ଫେରାର ହୋଇଯାଇଥିବା ସମ୍ପର୍କରେ ଦିଗପହଣ୍ଡି ଥାନାରେ ଏତଲା ହୋଇଥିଲା। ଏତଲାକୁ ଭିତ୍ତିକରି ଅଭିଯୁକ୍ତଙ୍କ ବିରୋଧରେ ମକଦ୍ଦମା ରୁଜୁ କରି ପୋଲିସ ବିଭିନ୍ନ ସନ୍ଦିଗ୍ଧ ଅଞ୍ଚଳରେ ଚଢ଼ାଉ କରିଥିଲେ ମଧ୍ୟ ଅଭିଯୁକ୍ତ କିମ୍ବା ନାବାଳିକାଙ୍କ ସନ୍ଧାନ ମିଳିପାରିନଥିଲା।

ଉଭୟେ ଫେରାର ହୋଇଯାଇ କୋରାପୁଟରେ ସ୍ବାମୀ ସ୍ତ୍ରୀ ଭଳି ଚଳି ଆସୁଥିଲେ। ସେମାନଙ୍କ ଔରସରୁ ୪ ମାସର କନ୍ୟା ସନ୍ତାନଟିଏ ଅଛି। ଉଭୟେ କୋରାପୁଟରୁ ଆସି ଦିଗପହଣ୍ଡିରେ ରହୁଥିଲେ। ରବିବାର ସକାଳେ ତଦନ୍ତକାରୀ ଅଧିକାରୀ ସଦଳବଳେ ଚଢାଉ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଉଭୟଙ୍କ ଡାକ୍ତରୀ ମାଇନା କରାଯାଇଥିଲା। ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯିବା ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଉପାସନାଙ୍କ ଭୋଟ୍‌ ନେଇ ରାଗିଗଲେ ନବୀନ, ଅଭିଯୋଗ ଆଣି କହିଲେ…

ଭୁବନେଶ୍ୱର,୧୬ା୩: ସୋମବାର ରାଜ୍ୟ ସଭା ଆସନ ଲାଗି ମତଦାନ ଚାଲିଛି। ଏହି ସମୟରେ ବିଧାୟିକା ଉପାସନା ମହାପାତ୍ରଙ୍କ ଭୋଟ୍‌କୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

ଅଧିକ ଚା’ ପିଉଛନ୍ତି କି, ହୋଇପାରେ…

ଚା’ ଓ କଫି ଅମ୍ଳୀୟ। ତେଣୁ ଖାଲି ପେଟରେ ଏହାକୁ ପିଇଲେ ଅମ୍ଳ ବୃଦ୍ଧି ପାଇଥାଏ। ସକାଳେ ପାକସ୍ଥଳୀ ଭିତରେ କୌଣସି ଖାଦ୍ୟ ନ ଥାଏ। ବିଶେଷକରି…

ବ୍ଲକ୍‌ରେ ନାହିଁ ଶିଶୁଉଦ୍ୟାନ, ଖେଳପଡ଼ିଆ, ପଠାଗାର ଶିଶୁ, ଯୁବଗୋଷ୍ଠୀଙ୍କ ମାନସିକ ଓ ଶାରିରୀକ ବିକାଶରେ ବାଧା

ନନ୍ଦପୁର,୧୬ା୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକର ୨୩ ପଞ୍ଚାୟତବାସୀ, ଶିଶୁ, କିଶୋର, ମହିଳା, ଯୁବଗୋଷ୍ଠୀ ଓ ବୃଦ୍ଧାବୃଦ୍ଧଙ୍କ ପାଇଁ କୌଣସି ଚିତ୍ତ ବିନୋଦନର…

ଗୋଟିଏ ରାତିରେ ଏକାଧିକ ଚୋରି, ପୋଲିସର ତନାଘନା

ନନ୍ଦପୁର,୧୬ା୩(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ପୋଲିସ ଥାନାରେ ରବିବାର ରାତ୍ରରେ ଥାନା ଅଧୀନ ଗୁଣ୍ଠାପୁଟ, ପିତାଗୁଡ଼ା, ସୁବାଇ ଗ୍ରାମରୁ ଏକାଧିକ ଚୋରି ଘଟଣାର ଅଭିଯୋଗ ହୋଇଛି।…

ଶେଷ ହେଲା ଯୁଦ୍ଧ! ପ୍ରଥମଥର ପାଇଁ ଇରାନ ନେଇଛି ଏହି ପ୍ରମୁଖ ପଦକ୍ଷେପ… ଅକାମୀ ହୋଇଗଲାଣି ଇସ୍ରାଏଲର ପ୍ରତିରକ୍ଷା ବ୍ୟବସ୍ଥା…

ଜେରୁଜେଲମ,୧୬।୩: ଇରାନ-ଇସ୍ରାଏଲ ବିବାଦ ଆରମ୍ଭ ହେବାର ୧୫ ଦିନରୁ ଅଧିକ ସମୟ ବିତିଗଲାଣି। ଏହା ମଧ୍ୟରେ, ରିପୋର୍ଟ ଆସିଛି ଯେ ଇରାନର IRGC (ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ…

ଉଜ୍ଜ୍ୱଳା ଗ୍ୟାସ ହଡ଼ପ କରିଛନ୍ତି ବିତରକ, ୮ ବର୍ଷ ହେଲା ମହିଳାଙ୍କୁ ଠକୁଛନ୍ତି….

ପରଜଙ୍ଗ,୧୬।୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କଣ୍ଢେଇଖୋଲ ଗ୍ରାମର ରାଶନକାର୍ଡଧାରୀ ଖୁଜାରୀ କାଣ୍ଡି (୬୨) ୨୦୧୮ରେ ଉଜ୍ଜ୍ୱଳା ଗ୍ୟାସ ଯୋଜନାରେ ସରାଙ୍ଗସ୍ଥିତ ଅଗ୍ନି ଭାରତ ଗ୍ୟାସ…

SCB ଅଗ୍ନିକାଣ୍ଡ: ପ୍ରଧାନମନ୍ତ୍ରୀଙ୍କୁ ଫୋନ୍ କଲେ ମୁଖ୍ୟମନ୍ତ୍ରୀ, ସ୍ଥିତି ନେଇ ଅବଗତ….

ଭୁବନେଶ୍ବର,୧୬।୩(ସୁନିତ୍‌ ମିଶ୍ର):  କଟକ ଏସସିବି ମେଡିକାଲ କଲେଜରେ ଘଟିଥିବା ଅଭାବନୀୟ ଦୁର୍ଘଟଣାରେ  ୧୦ ରୋଗୀଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ…

ପୁରୁଷୋତ୍ତମପୁର ଏନ୍‌ଏସି ପ୍ରଭାରୀ ହେଲେ ରମେଶ

ପୁରୁଷୋତ୍ତମପୁର,୧୬ା୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ବଡ଼ଖରିଡ଼ା ସରପଞ୍ଚଙ୍କ ପ୍ରତିନିଧି ଭାଜପାର ବରିଷ୍ଠ ଯୁବସଂଗଠକ ରମେଶ ଚନ୍ଦ୍ର ଦଳେଇଙ୍କୁ ଭାଜପା ପକ୍ଷରୁ ସାଙ୍ଗଠନିକ ଦାୟିତ୍ୱ ପ୍ରଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri