ବ୍ରାଉନ୍‌ସୁଗାର କବଳରେ ଯୁବଗୋଷ୍ଠୀ

ଜଗତ୍‌ସିଂହପୁର, ୫ା୧୧ (ପ୍ରମୋଦ କୁମାର ନାୟକ)ଜଗତ୍‌ସିଂହପୁର ଜିଲାରେ ବ୍ରାଉନସୁଗାର ର଼୍ୟାକେଟ୍‌ ସକ୍ରିୟ ରହିଛି। ଏଥିଯୋଗୁ ବିଶେଷକରି ଯୁବଗୋଷ୍ଠୀ ପ୍ରଭାବିତ ହେଉଛନ୍ତି। ଏହାର ଉଦାହରଣ ଶନିବାର କୁଜଙ୍ଗ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି। ଏହି ଥାନା ଅନ୍ତର୍ଗତ ହସିନା ପ୍ରାଥମିକ ବିଦ୍ୟାଳୟ ନିକଟରୁ ୩୧୨ ଗ୍ରାମ ବ୍ରାଉନ୍‌ସୁଗାର ଜବତ ହୋଇଛି। ଏହାର ଆନୁମାନିକ ମୂଲ୍ୟ ୩୨ ଲକ୍ଷ ୨୦ ହଜାର ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଜଗତ୍‌ସିଂହପୁର ଜିଲା ମୋବାଇଲ ୟୁନିଟ କର୍ମଚାରୀମାନେ ବହୁ ଚତୁରତାର ସହ ଚଢାଉ କରି ଅପରେଶନକୁ ସଫଳ କରିଛନ୍ତି। ଏନେଇ ବିଭାଗ ପକ୍ଷରୁ ପିଆର୍‌ ନଂ. ୫୩/୨୩-୨୪ ରୁଜୁ କରାଯାଇ ଉକ୍ତ ଗ୍ରାମର ସନ୍ତୋଷ ମହାନ୍ତି (୪୪)ଙ୍କୁ ଗିରଫ କରାଯାଇଛି । ସନ୍ତୋଷଙ୍କ ପାଖରେ ଏତେ ପରିମାଣର ବ୍ରାଉନ୍‌ସୁଗାର କିପରି ଏବଂ କେଉଁଠୁ ଆସିଲା ସେନେଇ ଅବକାରୀ ବିଭାଗ ଖୋଳତାଡ ଆରମ୍ଭ କରିଛି।
ସମ୍ପର୍କରେ ଅବକାରୀ ସୁପରିଣ୍ଟେଣ୍ଡେଣ୍ଟ ବୈଜୟନ୍ତୀ ପଣ୍ଡା କହିଛନ୍ତି, ବହୁ କଷ୍ଟରେ ଏହି ବ୍ରାଉନସୁଗାର ଜବତ କରାଯାଇଛି । ସେ କହିଛନ୍ତି, ସନ୍ତୋଷଙ୍କୁ କାବୁକରିବା ପାଇଁ କିଛି ଦିନ ପୂର୍ବରୁ ଜାଲ ବିଛାଯାଇଥିଲା । ତାଙ୍କଠାରୁ ୧୦୦ ଗ୍ରାମ ବ୍ରାଉନସୁଗାର କିଣିବା ପାଇଁ ଯୋଜନା କରାଯାଇଥିଲା । କିନ୍ତୁ ସେ ରାଜି ହେଉ ନ ଥିଲେ। ବିଭିନ୍ନ କୌଶଳ ଆପଣାଯାଇ ସାଧାରଣ ଲୋକ ହିସାବରେ ଅନୁରୋଧ କରାଯିବାରୁ ରାଜି ହୋଇଥିଲେ। ଏଥିସହ ସେ କେଉଁଠୁ ଏହା ଆଣୁଛନ୍ତି ସେନେଇ ତଥ୍ୟ ସଂଗ୍ରହ କରାଯାଇଥିଲା । ସନ୍ତୋଷ ବାଲେଶ୍ୱର ଜିଲାର ଜଳେଶ୍ୱରସ୍ଥିତ ଜଣେ ବଡ଼ ବ୍ରାଉନସୁଗାର ଚୋରା ଚାଲାଣକାରୀଙ୍କଠାରୁ ଏହା ନିୟମିତ ଆଣୁଥିବା ଜଣାପଡ଼ିଥିଲା। ଗତ ୩ ତାରିଖରେ ଜଳେଶ୍ୱରରୁ ସନ୍ତୋଷ ୨୫୦ ଗ୍ରାମ ବ୍ରାଉନ୍‌ସୁଗାର କିଣିଥିବା ବିଶେଷ ସୂତ୍ରରୁ ସୂଚନା ମିଳିଥିଲା । ଏହି ଆଧାରରେ ତାଙ୍କ ସହ ଯୋଗାଯୋଗ କରିବାରୁ ପୂର୍ବ କଥା ଅନୁଯାୟୀ ସେ ୧୦୦ ଗ୍ରାମ ଦେବେ ବୋଲି ରାଜି ହୋଇଥିଲେ । କିନ୍ତୁ ଅବକାରୀ ବିଭାଗର କର୍ମଚାରୀମାନେ ଚଢ଼ାଉ କରି ସନ୍ତୋଷଙ୍କୁ ଗିରଫ କରିବା ପରେ ମାତ୍ର ୬୦ ଗ୍ରାମ ମିଳିଥିଲା । ଏହି ସମୟରେ ତାଙ୍କ ସ୍ତ୍ରୀ ଫେରାର ହୋଇଯାଇଛନ୍ତି। ଅବଶିଷ୍ଟ ବ୍ରାଉନ୍‌ସୁଗାର ସେ କେଉଁଠି ରଖିଛନ୍ତି ତାହା ଜାଣିବା ପାଇଁ କୌଶଳ ଆପଣା ଯାଇଥିଲା। ଶନିବାର ସକାଳେ ସନ୍ତୋଷ ଉକ୍ତ ସ୍ଥାନ ଦେଖାଇଥିଲେ।
ଗୋଟିଏ ପୁଡ଼ିିଆ ଗ୍ଲାସ ଆଦି ପଡ଼ିଥିବା ଏକ ପରିତ୍ୟକ୍ତ ସ୍ଥାନରୁ ଏବଂ ଅନ୍ୟ ପୁଡ଼ିିଆଟି ଏକ ଗଛ କୋରଡ଼ରେ ଲୁଚାଇ ରଖିଥିବା ଦେଖାଇଥିଲେ । ପାଖରୁ ଜବତ ୬୦ ଗ୍ରାମ ସହ ଅନ୍ୟ ୨ ପୁଡିଆରେ ଥିବା ବ୍ରାଉନସୁଗାର ପରିମାଣ ଓଜନ କଲା ପରେ ଏହା ୩୧୨ ଗ୍ରାମ ହୋଇଥିଲା। ତେବେ ସନ୍ତୋଷଙ୍କ ବିଷୟରେ ଖୋଳତାଡ କଲେ ଅଧିକ କିଛି ତଥ୍ୟ ମିଳିବ ବୋଲି ଅବକାରୀ ବିଭାଗ ଖୋଳତାଡ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତରୁ ଜଣାଯାଇଛି ସେ ପୂର୍ବରୁ ମଧ୍ୟ ଏହି ଅସାଧୁ କାରବାର କରି ପୋଲିସ ଓ ଅବକାରୀ ବିଭାଗ ହାତରେ ଧରାପଡି ଜେଲ ଯାଇଥିଲେ । ତାଙ୍କର ଅନ୍ୟ କିଛି ଆପରାଧିକ ରେକର୍ଡ ଅଛି କି ନାହିଁ ତଦନ୍ତ ଚାଲିଛି । ଏଥିରେ ଅନ୍ୟ କାହାର ସହଯୋଗ ରହିଛି ତା ଉପରେ ମଧ୍ୟ ଅନୁଧ୍ୟାନ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। କେବଳ ଜଳେଶ୍ୱର ନୁହେଁ, କୋଲକାତା ଓ ଅନ୍ୟ ରାଜ୍ୟରୁ ମଧ୍ୟ ଧଳା ଜହର ଚୋରା ଚାଲାଣ ହେଉଥିବା ସନ୍ଦେହ କରାଯାଉଛି। ଆଗକୁ ଦେଖିବାର ଅଛି ଅବକାରୀ ବିଭାଗ ଓ ପୋଲିସ କି ପଦକ୍ଷେପ ନେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri