ବ୍ରାଉନ୍‌ସୁଗାର କବଳରେ ଯୁବଗୋଷ୍ଠୀ

ଜଗତ୍‌ସିଂହପୁର, ୫ା୧୧ (ପ୍ରମୋଦ କୁମାର ନାୟକ)ଜଗତ୍‌ସିଂହପୁର ଜିଲାରେ ବ୍ରାଉନସୁଗାର ର଼୍ୟାକେଟ୍‌ ସକ୍ରିୟ ରହିଛି। ଏଥିଯୋଗୁ ବିଶେଷକରି ଯୁବଗୋଷ୍ଠୀ ପ୍ରଭାବିତ ହେଉଛନ୍ତି। ଏହାର ଉଦାହରଣ ଶନିବାର କୁଜଙ୍ଗ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି। ଏହି ଥାନା ଅନ୍ତର୍ଗତ ହସିନା ପ୍ରାଥମିକ ବିଦ୍ୟାଳୟ ନିକଟରୁ ୩୧୨ ଗ୍ରାମ ବ୍ରାଉନ୍‌ସୁଗାର ଜବତ ହୋଇଛି। ଏହାର ଆନୁମାନିକ ମୂଲ୍ୟ ୩୨ ଲକ୍ଷ ୨୦ ହଜାର ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଜଗତ୍‌ସିଂହପୁର ଜିଲା ମୋବାଇଲ ୟୁନିଟ କର୍ମଚାରୀମାନେ ବହୁ ଚତୁରତାର ସହ ଚଢାଉ କରି ଅପରେଶନକୁ ସଫଳ କରିଛନ୍ତି। ଏନେଇ ବିଭାଗ ପକ୍ଷରୁ ପିଆର୍‌ ନଂ. ୫୩/୨୩-୨୪ ରୁଜୁ କରାଯାଇ ଉକ୍ତ ଗ୍ରାମର ସନ୍ତୋଷ ମହାନ୍ତି (୪୪)ଙ୍କୁ ଗିରଫ କରାଯାଇଛି । ସନ୍ତୋଷଙ୍କ ପାଖରେ ଏତେ ପରିମାଣର ବ୍ରାଉନ୍‌ସୁଗାର କିପରି ଏବଂ କେଉଁଠୁ ଆସିଲା ସେନେଇ ଅବକାରୀ ବିଭାଗ ଖୋଳତାଡ ଆରମ୍ଭ କରିଛି।
ସମ୍ପର୍କରେ ଅବକାରୀ ସୁପରିଣ୍ଟେଣ୍ଡେଣ୍ଟ ବୈଜୟନ୍ତୀ ପଣ୍ଡା କହିଛନ୍ତି, ବହୁ କଷ୍ଟରେ ଏହି ବ୍ରାଉନସୁଗାର ଜବତ କରାଯାଇଛି । ସେ କହିଛନ୍ତି, ସନ୍ତୋଷଙ୍କୁ କାବୁକରିବା ପାଇଁ କିଛି ଦିନ ପୂର୍ବରୁ ଜାଲ ବିଛାଯାଇଥିଲା । ତାଙ୍କଠାରୁ ୧୦୦ ଗ୍ରାମ ବ୍ରାଉନସୁଗାର କିଣିବା ପାଇଁ ଯୋଜନା କରାଯାଇଥିଲା । କିନ୍ତୁ ସେ ରାଜି ହେଉ ନ ଥିଲେ। ବିଭିନ୍ନ କୌଶଳ ଆପଣାଯାଇ ସାଧାରଣ ଲୋକ ହିସାବରେ ଅନୁରୋଧ କରାଯିବାରୁ ରାଜି ହୋଇଥିଲେ। ଏଥିସହ ସେ କେଉଁଠୁ ଏହା ଆଣୁଛନ୍ତି ସେନେଇ ତଥ୍ୟ ସଂଗ୍ରହ କରାଯାଇଥିଲା । ସନ୍ତୋଷ ବାଲେଶ୍ୱର ଜିଲାର ଜଳେଶ୍ୱରସ୍ଥିତ ଜଣେ ବଡ଼ ବ୍ରାଉନସୁଗାର ଚୋରା ଚାଲାଣକାରୀଙ୍କଠାରୁ ଏହା ନିୟମିତ ଆଣୁଥିବା ଜଣାପଡ଼ିଥିଲା। ଗତ ୩ ତାରିଖରେ ଜଳେଶ୍ୱରରୁ ସନ୍ତୋଷ ୨୫୦ ଗ୍ରାମ ବ୍ରାଉନ୍‌ସୁଗାର କିଣିଥିବା ବିଶେଷ ସୂତ୍ରରୁ ସୂଚନା ମିଳିଥିଲା । ଏହି ଆଧାରରେ ତାଙ୍କ ସହ ଯୋଗାଯୋଗ କରିବାରୁ ପୂର୍ବ କଥା ଅନୁଯାୟୀ ସେ ୧୦୦ ଗ୍ରାମ ଦେବେ ବୋଲି ରାଜି ହୋଇଥିଲେ । କିନ୍ତୁ ଅବକାରୀ ବିଭାଗର କର୍ମଚାରୀମାନେ ଚଢ଼ାଉ କରି ସନ୍ତୋଷଙ୍କୁ ଗିରଫ କରିବା ପରେ ମାତ୍ର ୬୦ ଗ୍ରାମ ମିଳିଥିଲା । ଏହି ସମୟରେ ତାଙ୍କ ସ୍ତ୍ରୀ ଫେରାର ହୋଇଯାଇଛନ୍ତି। ଅବଶିଷ୍ଟ ବ୍ରାଉନ୍‌ସୁଗାର ସେ କେଉଁଠି ରଖିଛନ୍ତି ତାହା ଜାଣିବା ପାଇଁ କୌଶଳ ଆପଣା ଯାଇଥିଲା। ଶନିବାର ସକାଳେ ସନ୍ତୋଷ ଉକ୍ତ ସ୍ଥାନ ଦେଖାଇଥିଲେ।
ଗୋଟିଏ ପୁଡ଼ିିଆ ଗ୍ଲାସ ଆଦି ପଡ଼ିଥିବା ଏକ ପରିତ୍ୟକ୍ତ ସ୍ଥାନରୁ ଏବଂ ଅନ୍ୟ ପୁଡ଼ିିଆଟି ଏକ ଗଛ କୋରଡ଼ରେ ଲୁଚାଇ ରଖିଥିବା ଦେଖାଇଥିଲେ । ପାଖରୁ ଜବତ ୬୦ ଗ୍ରାମ ସହ ଅନ୍ୟ ୨ ପୁଡିଆରେ ଥିବା ବ୍ରାଉନସୁଗାର ପରିମାଣ ଓଜନ କଲା ପରେ ଏହା ୩୧୨ ଗ୍ରାମ ହୋଇଥିଲା। ତେବେ ସନ୍ତୋଷଙ୍କ ବିଷୟରେ ଖୋଳତାଡ କଲେ ଅଧିକ କିଛି ତଥ୍ୟ ମିଳିବ ବୋଲି ଅବକାରୀ ବିଭାଗ ଖୋଳତାଡ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତରୁ ଜଣାଯାଇଛି ସେ ପୂର୍ବରୁ ମଧ୍ୟ ଏହି ଅସାଧୁ କାରବାର କରି ପୋଲିସ ଓ ଅବକାରୀ ବିଭାଗ ହାତରେ ଧରାପଡି ଜେଲ ଯାଇଥିଲେ । ତାଙ୍କର ଅନ୍ୟ କିଛି ଆପରାଧିକ ରେକର୍ଡ ଅଛି କି ନାହିଁ ତଦନ୍ତ ଚାଲିଛି । ଏଥିରେ ଅନ୍ୟ କାହାର ସହଯୋଗ ରହିଛି ତା ଉପରେ ମଧ୍ୟ ଅନୁଧ୍ୟାନ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। କେବଳ ଜଳେଶ୍ୱର ନୁହେଁ, କୋଲକାତା ଓ ଅନ୍ୟ ରାଜ୍ୟରୁ ମଧ୍ୟ ଧଳା ଜହର ଚୋରା ଚାଲାଣ ହେଉଥିବା ସନ୍ଦେହ କରାଯାଉଛି। ଆଗକୁ ଦେଖିବାର ଅଛି ଅବକାରୀ ବିଭାଗ ଓ ପୋଲିସ କି ପଦକ୍ଷେପ ନେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri