Posted inଫୁରସତ

ଦେଶ ବିକାଶରେ ଯୁବଶକ୍ତି

ଦେଶ ପ୍ରଗତିର ଉତ୍ସ ହିଁ ଯୁବଶକ୍ତି। ସେମାନଙ୍କ ଦ୍ୱାରା ହେଉଥିବା ବହୁବିଧ କାର୍ଯ୍ୟ ଉପରେ ଦେଶର ଅର୍ଥନୀତି ନିର୍ଭର କରିଥାଏ। ଯୁବବର୍ଗ ଆଗକୁ ବଢିବା ପଥରେ ରହିଥିବା ସମସ୍ୟା ଏବଂ ସେସବୁର ସଫଳ ସମାଧାନ ଦିଗରେ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ଅଗଷ୍ଟ ୧୨ରେ ଅନ୍ତର୍ଜାତୀୟ ଯୁବ ଦିବସ ପାଳନ କରାଯାଇଥାଏ। ୨୦୦୦ ମସିହାରେ ଜାତିସଂଘ ପକ୍ଷରୁ ଯୁବ ଶିକ୍ଷା, ଗୋଷ୍ଠୀ ଉନ୍ନୟନ, ପରିବେଶୀୟ ଗ୍ରୁପ୍‌ ଗଠନ, ବିଭିନ୍ନ ସାମାଜିକ ପ୍ରକଳ୍ପରେ ସ୍ବେଚ୍ଛାସେବୀ ଭାବରେ ଯୁବବର୍ଗଙ୍କ ଯୋଗଦାନକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ ଯୁବ ଦିବସ ଆରମ୍ଭ ହୋଇଥିଲା।
କରୋନା ମହାମାରୀ ଯୋଗୁ ପୃଥିବୀର ଅର୍ଥ ବ୍ୟବସ୍ଥା ବିଗିଡ଼ି ଯାଇଛି। ଏପରିସ୍ଥଳେ ଯୁବବର୍ଗଙ୍କ କାନ୍ଧରେ ବଡ଼ ଦାୟିତ୍ୱ ଲଦି ହୋଇ ପଡ଼ିଛି। ତେବେ ଏମାନଙ୍କ ଦକ୍ଷତା ବିକାଶ କ୍ଷେତ୍ରରେ ରହିଥିବା ବାଧା ସମ୍ପର୍କରେ ଜାତିସଂଘ ପକ୍ଷରୁ ଏକ ରିପୋର୍ଟ ଜାରି ହୋଇଛି। ୬ ରୁ ୧୩ ବର୍ଷ ବୟସର ୫୦ ପ୍ରତିଶତ ପିଲାଙ୍କ ମଧ୍ୟରେ ସେମାନଙ୍କ କଥିତ ଭାଷା କିମ୍ବା ଅନ୍ୟ କୌଣସି ଭାଷା ପଢ଼ିବା ସମସ୍ୟା ବଢ଼ିବାରେ ଲାଗିଛି। ପୃଥିବୀର ବହୁ ପିଲାଙ୍କ ମଧ୍ୟରେ ଗଣିତ ଜ୍ଞାନର ଅଭାବ ଏବଂ ପିଲାଦିନର ଦାରିଦ୍ର୍ୟ ଯୋଗୁ ଦକ୍ଷତା ବିକାଶରେ ବାଧା ସୃଷ୍ଟି ହେଉଛି ବୋଲି ରିପୋର୍ଟରେ ଦର୍ଶାଯାଇଛି। ବିଭିନ୍ନ ଆହ୍ବାନର ସମ୍ମୁଖୀନ ହେଉଥିବା ଯୁବବର୍ଗ କେତେକ ସମୟରେ ଏସବୁକୁ ସ୍ବୀକାର ନ କରି ପଳାୟନପନ୍ଥୀ ହୋଇଥାନ୍ତି। ମାତ୍ର ଅନ୍ତର୍ଜାତୀୟ ଯୁବ ଦିବସ ଯୁବବର୍ଗଙ୍କୁ ସମ୍ମୁଖୀନ ହେଉଥିବା ଚ୍ୟାଲେଞ୍ଜଗୁଡ଼ିକୁ ଗ୍ରହଣ କରି ଏହାର ସଫଳ ସମାଧାନର ପଥ ବାହାର କରିବା ଉପରେ ଗୁରୁତ୍ୱାରୋପ କରିଥାଏ। ଚଳିତ ବର୍ଷ ଏହି ଦିବସ ଲାଗି ବାର୍ତ୍ତା ରହିଛି, ଟ୍ରାନ୍ସଫର୍ମିଂ ଫୁଡ୍‌ ସିଷ୍ଟମସ୍‌: ୟୁଥ୍‌ ଇନୋଭେଶନ ଫର୍‌ ହ୍ୟୁମାନ ଆଣ୍ଡ ପ୍ଲାନେଟାରୀ ହେଲ୍‌ଥ (ମାନବ ତଥା ଜୀବଜଗତର ସୁସ୍ଥତା ଲାଗି ଖାଦ୍ୟ ପ୍ରଣାଳୀରେ ପରିବର୍ତ୍ତନ ଯୁବବର୍ଗ ପାଇଁ ନୂତନତ୍ୱର ଆହ୍ବାନ)।


Enter your email to get our daily news in your inbox.

All Right Reserved By Dharitri.Com

ସତ ହେଲା ଭାରତର କଥା: ଇରାନ ଯୁଦ୍ଧରେ ଦଲାଲ ବାହାରିଲା ପାକିସ୍ତାନ!

ଓ୍ବାଶିଂଟନ୍‌,୯।୪: ପାକିସ୍ତାନ ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି ସମ୍ପର୍କରେ ନିଜକୁ ଏକ ଶାନ୍ତି ଦୂତ ଭାବରେ ଉପସ୍ଥାପନ କରୁଛି। ଏହା ଶାନ୍ତି ଆଲୋଚନା ଆୟୋଜନ କରିବା…

ବିବାହ ଭୋଜିରୁ ଫେରୁଥିବାବେଳେ ଅଘଟଣ: ଜଣେ ମୃତ,୨ ଗୁରୁତର

ମୁନିଗୁଡ଼ା,୯।୪ (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ଥାନା ଅନ୍ତର୍ଗତ ଲିଟିଗୁଡା ଛକ ନିକଟରେ ଗୁରୁବାର ଦୁଇ ବାଇକ ମୁହାମୁହିଁ ଧକ୍କା ହୋଇଛି। ଫଳରେ ଘଟଣାସ୍ଥଳରେ ଜଣକର ମୃତ…

ବିଳମ୍ବିତ ରାତିରେ ପୂଜା ପାଆନ୍ତି ମା’ ରକ୍ଷାକାଳୀ, ୬୮ ବର୍ଷ ପୂର୍ବେ ଲୋକେ…

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ୧୯୪୯, ୫୦, ୫୧ ଓ ୫୨ ମସିହାଠାରୁ ଅନେକ ବଙ୍ଗୀୟ ଶରଣାର୍ଥୀ ପରିବାରଙ୍କୁ ଉଭୟ କେନ୍ଦ୍ର…

ପାକିସ୍ତାନର ଗୁମର ଖୋଲିଦେଲେ ଇସ୍ରାଏଲ ରାଷ୍ଟ୍ରଦୂତ: ଉଠାଇଲେ ପ୍ରଶ୍ନ

ନୂଆଦିଲ୍ଲୀ,୯।୪: ଦୁଇ ସପ୍ତାହର ଅସ୍ତ୍ରବିରତି ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଏକ ଚୁକ୍ତି ହୋଇଛି। ପାକିସ୍ତାନ ସଂଘର୍ଷ ବନ୍ଦ କରିବାର ଶ୍ରେୟ ଦାବି କରୁଛି। ଏହି…

ଟଳିନି ବିପଦ: ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ଜାହାଜଗୁଡିକୁ ବଡ଼ ଚେତାବନୀ ଦେଲା ଇରାନ

ତେହରାନ୍‌,୯।୪: ଇରାନ ହର୍ମୁଜ ପ୍ରଣାଳୀ ଦେଇ ପରିବହନ କରୁଥିବା ଜାହାଜଗୁଡ଼ିକ ପାଇଁ ନୂତନ ନାଭିଗେଶନ ପରାମର୍ଶ ଜାରି କରିଛି, ଖଣି ବିପଦକୁ ଦୃଷ୍ଟିରେ ରଖି, ଜାହାଜଗୁଡ଼ିକୁ ବିକଳ୍ପ…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

୧୧ ଯାଏ କୁଆପଥର ବର୍ଷା: ୫୦ରୁ ୬୦ କିମି ବେଗରେ ବହିବ ପବନ

ଭୁବନେଶ୍ୱର,୯ା୪(ଅନୁରାଧା ମହାରଣା) – କଟକ, ନୟାଗଡ଼, ଖୋର୍ଦ୍ଧା ସମେତ ରାଜ୍ୟର ବିଭିନ୍ନ ଜିଲାରେ ବୁଧବାର ପ୍ରବଳ ବର୍ଷା ପବନ ସହ କୁଆପଥର ମାଡ଼ ହୋଇଥିଲା। ୫୦ରୁ ୬୦…

ଦୁର୍ବ୍ୟବହାର ଅଭିଯୋଗରେ ତାତିଲେ ଲୋକେ, ପିଇଓ-ଆରଆଇଙ୍କୁ ତାଲା ପକାଇ…

ପାଟଣା,୯।୪(ବୀର କିଶୋର ଦାଶ): କାଳବୈଶାଖି କ୍ଷତିଗ୍ରସ୍ତ ଲୋକଙ୍କୁ ପଲିଥିନ ବଣ୍ଟନରେ ଅନିୟମିତତା ଓ ହିତାଧିକାରୀଙ୍କୁ ଆରଆଇଙ୍କ ଦୁର୍ବ୍ୟବହାର ଅଭିଯୋଗ ହୋଇଛି। ତେବେ ଗୁରୁବାର ପାଟଣା ବ୍ଲକ ବଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri