ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଛି। ଯୁବ ସଂଗଠକ ଦୀପକ କୁମାର ବେହେରା ଏବଂ ରାକେଶ ରଞ୍ଜନ ଦାସଙ୍କ ନେତୃତ୍ୱରେ ଶହ ଶହ ଯୁବ ଗୋଷ୍ଠୀ ଏହି ବନ୍ଧୁ ମିଳନରେ ସାମିଲ ହୋଇଥିଲେ । ସହରର ବିଭିନ୍ନ ଉନ୍ନତିକରଣ ନିମନ୍ତେ ଦଳଗତ ନିର୍ବିିଶେଷରେ ସମସ୍ତ ଯୁବକ ଏକ ହେବା ପାଇଁ ଆହ୍ବାନ ଦିଆଯାଇଥିଲା । ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ବିଜୟ ବେହେରା, ଯୁବ ସ୍ବେଚ୍ଛାସେବୀ ମନୋଜ ପ୍ରଧାନ, ଗୋ ରକ୍ଷକ କେ ଏଲେୟା ରେଡି, ପ୍ରତୀକ ରାଉଳ,ସାମାଜିକ କର୍ମୀ କାଶୀନାଥ ମହାଙ୍କୁଡ, ବିଶ୍ୱନାଥ ଗୌଡ଼,ଯୁବ ପ୍ରତିଭା ବିଭୁତି ପଲାଇ, ଦୀନବନ୍ଧୁ ଦାସ, କିରଣ ପଲାଇ, ବିଭୁ ପଲାଇ,ସୋହନ ପଟ୍ଟନାୟକଙ୍କ ସମେତ ବହୁ ଶତାଧିକ ଯୁବ ଗୋଷ୍ଠୀ ଉପସ୍ଥିତ ଥିଲେ। ଅନ୍ୟ ସହର ତୁଳନାରେ ଗଞ୍ଜାମ ସହରର ବିକାଶ ବହୁ ପଛରେ । ଦୀର୍ଘ ବର୍ଷ ହେବ ଗଞ୍ଜାମ ସହରର ବିକାଶ କଥା ଭୁଲି ଯାଇଛନ୍ତି । ଆଗାମୀ ଦିନରେ ଯୁବ ଗୋଷ୍ଠୀ ପକ୍ଷରୁ ଉଚିତ୍ ଜବାବ ଦିଆଯିବ ବୋଲି ମତ ପ୍ରକାଶ ପାଇଥିଲାl ଆଗାମୀ ପଞ୍ଚାୟତ ନିର୍ବାଚନରେ ଏହି ଯୁବ ଗୋଷ୍ଠୀ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ବୋଲି ସହରରେ ଚର୍ଚ୍ଚା ଜୋର୍ ଧରିଛି ।

