ବସ ଧକ୍କାରେ ଯୁବକଙ୍କ ମୃତ୍ୟୁ; ମୃତଦେହ ରଖି ରାସ୍ତାରୋକ କଲେ ସ୍ଥାନୀୟ ଲୋକେ

ଦିଗପହଣ୍ଡି,୧୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗୋକର୍ଣ୍ଣପୁର-ବଡଡୁମ୍ବୁଳା ରାସ୍ତାର ଶନିଶ୍ଚର ମନ୍ଦିର ନିକଟରେ ‘ବୀଣାପାଣି’ ନାମକ ଏକ ଯାତ୍ରୀବାହୀ ବସ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମର ଡି. ରୋହିତ ଦୋରା (୩୫) ବୋଲି ଜଣାପଡ଼ିଛି।

ରବିବାର ସକାଳ ପ୍ରାୟ ୬:୩୦ ସମୟରେ ବୀଣାପାଣି ବସ (OD 02 R 9699) ରୋହିତଙ୍କୁ ଧକ୍କା ଦେଇଥିଲା, ଯାହା ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।
ଦୁର୍ଘଟଣା ପରେ ସ୍ଥାନୀୟ ଗ୍ରାମବାସୀ ଓ ସମ୍ପର୍କୀୟମାନେ ମୃତଦେହ ରଖି ରାସ୍ତାରୋକ କରିଥିଲେ। ଏଥିଯୋଗୁଁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହେବା ସହ ସେଠାରେ ଚାପା ଉତ୍ତେଜନା ଦେଖାଦେଇଥିଲା।

ଖବର ପାଇ ଦିଗପହଣ୍ଡି ତହସିଲଦାର ସନ୍ତୋଷ କୁମାର ସାହୁ, ଅତିରିକ୍ତ ତହସିଲଦାର ଆଶିଷ କୁମାର ନାୟକ ଏବଂ ଥାନା ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ସଦଳବଳେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ପ୍ରଶାସନ ପକ୍ଷରୁ ସହାୟତା ପ୍ରତିଶ୍ରୁତି ପାଇବା ପରେ ରାସ୍ତା ଅବରୋଧ ହଟିଥିଲା।

ଗଞ୍ଜାମ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ତହସିଲଦାର ସନ୍ତୋଷ କୁମାର ସାହୁ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ରେଡକ୍ରସ ପାଣ୍ଠିରୁ ୩୦,୦୦୦ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରିଛନ୍ତି।

ପୋଲିସ ଏନେଇ ଏକ ମାମଲା (ନଂ. ୧୪/୨୬) ରୁଜୁ କରିବା ସହ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରାଇ ପରିବାରକୁ ହସ୍ତାନ୍ତର କରିଛି। ସନ୍ଧ୍ୟାରେ ଶୋକାକୁଳ ପରିବେଶ ମଧ୍ୟରେ ଗ୍ରାମ ଶ୍ମଶାନରେ ରୋହିତଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜବତ ହେଲା ଦେଶୀ ମହୁଲି, ଗାଁ ନିକଟରେ ଯାଉଥିବାବେଳେ ମାଡିବସିଲା ଅବକାରୀ ବିଭାଗ, ଘଟଣାରେ…

ପରଜଙ୍ଗ,୨।୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ମହାବିରୋଡ ଥାନା ଚାନ୍ଦପୁର ଗ୍ରାମ ନିକଟରେ ଯାଉଥିବା ଏକ ଇଣ୍ଡିଗୋ କାର୍‌ରୁ ୧୪୦ ଲିଟର ଦେଶୀ ମହୁଲି ଜବତ ହୋଇଛି। ତଦନ୍ତ…

ଜରାୟୁ ଗ୍ରୀବା କର୍କଟ ନିରୋଧ ପାଇଁ HPV ଟିକାକରଣ କାର୍ଯ୍ୟକ୍ରମ: ଏହି ବୟସର ଝିଅଙ୍କୁ ମିଳିବ ଟିକା

ପରଜଙ୍ଗ,୨।୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସୋମବାର ଜରାୟୁ ଗ୍ରୀବା କର୍କଟ ନିରୋଧ ପାଇଁ HPV ଟିକାକରଣ କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଛି। ଏହି…

ଜୟପୁର ଜିଲା କୋର୍ଟରେ ଫେରାର ଥାନା ଅଧିକାରୀଙ୍କ ଆତ୍ମସମର୍ପଣ, ଗଞ୍ଜେଇ ବେପାରୀଙ୍କୁ ସହଯୋଗ….

ଜୟପୁର,୨।୩(ପବନ ପାଣିଗ୍ରାହୀ): ଗଞ୍ଜେଇ ଚୋରା ଚାଲାଣକାରିଙ୍କୁ ଆଶ୍ରୟ ଦେବା ଅଭିଯୋଗରେ ଫେରାର ଥିବା ଥାନା ଅଧିକାରୀ ଜୟପୁର ଜିଲା ଜଜ୍ କୋର୍ଟରେ ଆତ୍ମ ସମର୍ପଣ । ଥାନା…

୧୫ ମାଓବାଦୀଙ୍କ ଆତ୍ମସମର୍ପଣ : ୯ ମହିଳା, ୬ ପୁରୁଷ

ନୂଆପଡା/ବରଗଡ଼,୨।୩ (ମକାରୁ ବେମାଲ/ପ୍ରେମାନନ୍ଦ ଖମାରୀ): ଭାରତକୁ ମାଓବାଦୀମୁକ୍ତ କରିବା ପାଇଁ କେନ୍ଦ୍ର ସରକାର ଧାର୍ଯ୍ୟ କରିଥିବା ଡେଡ୍‌ ଲାଇନ୍‌ ମାର୍ଚ୍ଚ ୩୧ ପାଖେଇ ଆସୁଥିବାବେଳେ ଛତିଶଗଡ଼ ପୋଲିସକୁ…

ବିଲ୍ ପେମେଣ୍ଟ ହୋଇପାରୁନଥିବାରୁ ପାଟିତୁଣ୍ଡ, ବ୍ଲକ୍‌ ଅଫିସ୍‌ରେ ଶାସକ-ବିରୋଧୀ ଗୋଷ୍ଠୀ ମୁହାଁମୁହିଁ

ନୟାଗଡ଼,୨।୩(ଲୋକନାଥ ମିଶ୍ର): ଉନ୍ନତିମୂଳକ କାର୍ଯ୍ୟରେ ବିଲ୍ ପେମେଣ୍ଟ ହୋଇପାରୁନଥିବାରୁ ପାଟିତୁଣ୍ଡ । ଉନ୍ନତିମୂଳକ କାର୍ଯ୍ୟରେ ବିଲ୍ ପେମେଣ୍ଟ ହୋଇପାରୁନଥିବାରୁ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ…

ତ୍ରିଶୂଳ ପୋଖରୀ ପାଣି ଦୂଷିତ: ରୋଗ ବ୍ୟାପିବା ଆଶଙ୍କା

ଲୋଇସିଂହା,୨।୩(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ସହରର ତ୍ରିଶୂଳ ପୋଖରୀ ପାଣି ଦୂଷିତ ହୋଇପଡିଛି। ତଥାପି ଏହି ପୋଖରୀରେ ଦୈନିକ ଲୋଇସିଂହା ବସ୍ତିର ଶତାଧିକ ବ୍ୟକ୍ତି ସ୍ନାନ କରୁଥିବାରୁ…

ଓଲଟିଲା ଯାତ୍ରା ପାର୍ଟି ବସ୍‌: ୨୦ରୁ ଅଧିକ କଳାକାର ଆହତ

ଦେବଗଡ,୨।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲାରେ ଓପେରା ୱେଷ୍ଟର୍ଣ୍ଣ ଓଡିଶା ଯାତ୍ରା ପାର୍ଟି ବସ ଓଲଟି ୨୦ରୁ ଅଧିକ କଳାକାର ଆହତ ହୋଇଛନ୍ତି । ରିଆମାଳ ଥାନା…

ବରଗଡ଼ରେ ହଇଚଇ: ସିଭିଲ କୋର୍ଟକୁ ପୁଣି ବୋମା ଧମକ

ବରଗଡ,୨।୩(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ କୋର୍ଟକୁ ସୋମବାର ମିଳିଥିବା ବୋମା ଧମକ ହଇଚଇ ସୃଷ୍ଟି କରିଛି। ବରଗଡ଼ ସିଭିଲ କୋର୍ଟକୁ ମଧ୍ୟ ଇ-ମେଲରେ ଏଭଳି ଧମକ ଆସିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri