ବିଦ୍ୟୁତ୍‌ ତାରରେ ଲାଗିଲା ମେଢ଼, ଯୁବକ ମୃତ

ବରୀ,୧୯ା୯(ମହେନ୍ଦ୍ର ସ୍ବାଇଁ): ଗଣେଶ ପୂଜା ପାଇଁ ସବୁଠି ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ଯାଜପୁର ଜିଲା ବରୀ ବ୍ଲକ୍‌ ଅଧୀନ ବାଲିବିଲଠାରେ ଏକ ଅଘଟଣ ଘଟିଛି। ଗଣେଶ ମେଢ଼କୁ ଅଲିପୁରଠାରୁ ଏକ ଟ୍ରାକ୍ଟର ଯୋଗେ ଉକ୍ତ ବ୍ଲକ୍‌ ଅଧୀନ ଅଙ୍ଗାଳୋ ପଞ୍ଚାୟତ ଡିହବାରିଙ୍ଗ ଗ୍ରାମର ଯୁବକମାନେ ନେଇ ଯାଉଥିବାବେଳେ ତାହା ୧୧ କେ.ଭି. ବିଦ୍ୟୁତ୍‌ ତାର ସ୍ପଂସ୍ପର୍ଶରେ ଆସିବାରୁ ଘଘଟଣାସ୍ଥଳରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଅନ୍ୟକେତେଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମୃତକ ହେଲେ ଗ୍ରାମର ସମୀର ରାଉତ। ଘଟଣାପରେ ବାଲିବିଲ ଅଞ୍ଚଳର ଯୁବକମାନେ ବିଦ୍ୟୁତ୍‌ ବିଭାଗର ଖାମଖିଆଲି ମନୋଭାବ ଯୋଗୁ ଏଭଳି ଘଟଣା ଘଟିଲା ବୋଲି ଅଭିଯୋଗ କରିବା ସହ ଦୀର୍ଘ ସମୟ ଧରି ହୋହଲ୍ଲା କରିଥିଲେ। ଖବର ପାଇ ବରୀ ବିଦ୍ୟୁତ୍‌ ଉପଖଣ୍ଡ ଅଧିକାରୀ ଭବାନୀ ଶଙ୍କର ରାୟ ପହଞ୍ଚତ୍ ମୁଖ୍ୟରାସ୍ତାରେ ଥିବା ତାର ଓ ବିଦ୍ୟୁତ୍‌ ଖୁଣ୍ଟଗୁଡ଼ିକୁ ସ୍ଥାନାନ୍ତର କରାଯିବାର ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଯୁବକମାନେ ଆନ୍ଦୋଳନରୁ ଓହରିଥିଲେ। ବରୀ-ରାମଚନ୍ଦ୍ରପୁର ଥାନା ପୋଲିସ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି।