ପୁରୁଷୋତ୍ତମପୁର,୨୫ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ବିଦ୍ଯୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ବଳରାମ ଗୌଡ (୩୫) ।
ସୂଚନା ଅନୁସାରେ, ବଳରାମ ତାଙ୍କର ଘର ତିଆରି କାମରେ ପାଣି ପକାଉଥିବା ବେଳେ ବିଦ୍ଯୁତ ସଂସ୍ପର୍ଶରେ ଆସି ଗୁରୁତର ଆହାତ ହୋଇଥିଲେ । ଏହାପରେ ତାଙ୍କୁ ଉଦ୍ଧାର କରାଯାଇ କୋଦଳା ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ରକୁ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଖବରପାଇ ପୁରୁଷୋତ୍ତମପୁର ଥାନା ଏସଆଇ ଦେବାଶିଶ ମିଶ୍ର କୋଦଳା ସ୍ବାସ୍ଥ୍ଯକେନ୍ଦ୍ରକୁ ଯାଇ ମୃତଦେହକୁ ଜବତ କରିଥିଲେ । ଏହାସହ ଅପମ୍ରୁତ୍ଯୁ ମାମଲା ୨୧/୨୬ ରୁଜୁକରି ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ରକୁ ଆଣି ବ୍ୟବଚ୍ଛେଦ କରାଇ ତଦନ୍ତ ଆରମ୍ଭ କରିଛନ୍ତି ।