ମାନସିକ ଚାପରେ ବିଷ ପିଇ ଜୀବନ ହାରିଲେ

କୋକସରା,୧୧।୯(ଡି.ଏନ୍‌.ଏ): କଳାହାଣ୍ଡି ଜିଲା କୋକସରା ପଞ୍ଚାୟତ ଚିଲିଗୁଡା ଗ୍ରାମର ଜଣେ ଯୁବକ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ସୁଶାନ୍ତ ଖମାରୀ (୨୦)।

ମିଳିଥିବା ସୂଚନା ମୁତାବକ, ସୁଶାନ୍ତ କୌଣସି କାରଣକୁ ନେଇ ମାନସିକ ଚାପରେ ରହୁଥିଲେ। ଫଳରେ ସେ ବିଷ ପିଇ ଗୁରୁତର ହୋଇପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଜିଲା ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଚିକିତ୍ସିତ ଅବସ୍ଥାରେ ରବିବାର ତାଙ୍କର ମୃତ୍ୟୁ ଘଟିଛି। ହେଲେ ମୃତ୍ୟୁର କାରଣ ଜଣାପଡିନାହିଁ। ଏନେଇ କୋକସରା ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା(ନଂ.୧୯/୨୨) ରୁଜୁକରି ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା ଦିନରେ ଚାଲିଛି ମୋରମ କାମ

ଚମ୍ପୁଆ, ୨୯।୮(ଡି.ଏନ.ଏ.)- ଚମ୍ପୁଆ ଏନ.ଏ.ସିର ୨ନଂ ୱାର୍ଡ ପାଞ୍ଚପୋଖରିଆ ଗ୍ରାମ ରାସ୍ତା ମରଣଯନ୍ତା ପାଲଟିଛି । ରାସ୍ତା ନିର୍ମାଣ ପାଇଁ ମୋରମ ବିଛା ହୋଇଥିବାରୁ ଗ୍ରାମବାସୀ...

କୋଲକାତାରୁ ଆଇପିଏଲ ବେଟିଂ ମୁଖିଆ ଗିରଫ: ୭୨. ୯୬ ଲକ୍ଷ ଟଙ୍କାର ବ୍ୟାଙ୍କ ଆକାଉଣ୍ଟ ସିଜ୍‌

ବ୍ରହ୍ମପୁର ଅଫିସ ,୨୬।୨ : ଗଞ୍ଜାମ ଜିଲାରେ ଆଇପିଏଲ ବେଟିଂ ପାଇଁ ୟୁଜର ଆଇଡି ଓ ପାସୱାର୍ଡ ଦେଇ କେତେକ ବୁକିଂ ଜରିଆରେ କାରବାର ଚଳାଇଥିବା...

ହଟିଥାନ୍ତା ଶଟଡାଉନ ହେଲେ ପୁଣି ସପ୍ତାହେ ଲାଗୁହେଲା ଲକଡାଉନ୍‌: ଜାଣନ୍ତୁ କ’ଣ ଖୋଲା ରହିବ କ’ଣ ବନ୍ଦ

ମାଲକାନଗିରି,୧୨।୭(ଡି.ଏନ୍‌.ଏ.): କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ମାଲକାନଗିରି ଜିଲା ପ୍ରଶାସନ ଗତ ଶୁକ୍ରବାର ରାତି ୮ଟାରୁ ରବିବାର ରାତି ୧୨ଟା ପର୍ଯ୍ୟନ୍ତ ମାଲକାନଗିରି ପୌରପରିଷଦ...

ବଲାଙ୍ଗୀର କୋଭିଡ ହସ୍ପିଟାଲ ପରିଦର୍ଶନ କଲେ ମୁଖ୍ୟ ଶାସନ ସଚିବ, ୫-ଟି ସଚିବ

ବଲାଙ୍ଗୀର ଅଫିସ, ୧୮।୪: ବଲାଙ୍ଗୀର କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ୍‌ ସୋସିଆଲ ସାଇନ୍ସ (କିସ) ପରିସରରେ କାର୍ଯ୍ୟକ୍ଷମ କୋଭିଡ ହସ୍ପିଟାଲକୁ ଶନିବାର ମୁଖ୍ୟ ଶାସନ ସଚିବ ଅସିତ...

ଗାଁ ଶ୍ମଶାନରେ କାଳିଆକୁ ବିଦାୟ

ଫୁଲବାଣୀ ଅଫିସ, ୨୭।୧୧: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ମିଲୁପଡ଼ା ଗ୍ରାମର ଯୋଡ଼ାମୁଣ୍ଡ ଶିଶୁ ଜଗା, କାଳିଆଙ୍କ ମଧ୍ୟରୁ କାଳିଆ ବୁଧବାର କଟକ ଶ୍ରୀରାମ ଚନ୍ଦ୍ର...

ଜଙ୍ଗଲ ବିଭାଗର ଅବହେଳା: ଭବାନୀପାଟଣା ରାସ୍ତାରେ ଗଛ ପଡ଼ି ବାଇକ୍‌ ଆରୋହୀ ଗୁରୁତର

ଭବାନୀପାଟଣା,୨୨।୭ (ଡି.ଏନ୍‌.ଏ.): ଜଙ୍ଗଲ ବିଭାଗ ଅବହେଳାର ଏକ ଜ୍ୱଳନ୍ତ ଉଦାହରଣ ସୋମବାର ଭବାନୀପାଟଣା ରାସ୍ତାରେ ଦେଖିବାକୁ ମିଳିଛି। ରାସ୍ତାକଡ଼ରେ ଥିବା ଏକ ଶୁଖିଲା ଗଛ ପଡ଼ି...

ମେମୁ ଟ୍ରେନ୍‌କୁ ବ୍ରହ୍ମପୁରରୁ ଚଳାଇବାକୁ ଦାବି

ବ୍ରହ୍ମପୁର ଅଫିସ୍‌,୨୭ା୧୧-ଗଞ୍ଜାମ ଜିଲା ବିଜୁ ପଟ୍ଟନାୟକ ସିନିୟର୍‌ ସିଟିଜେନ୍‌ ଫୋରମ୍‌ ତରଫରୁ ବିଭିନ୍ନ ଦାବି ସମ୍ପର୍କରେ ମଙ୍ଗଳବାର ଷ୍ଟେଶନ୍‌ ମ୍ୟାନେଜର୍‌ଙ୍କ ମାଧ୍ୟମରେ କେନ୍ଦ୍ର ରେଳମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ...

ଜିଲାପାଳଙ୍କ ଉପସ୍ଥିତିରେ ମାପଚୁପ

ଜଳେଶ୍ୱର, ୨୨।୪(ଡି.ଏନ.ଏ.) ବାଲେଶ୍ୱର ଜିଲା ଜଳେଶ୍ୱରସ୍ଥିତ ନେତାଜୀ ଷ୍ଟାଡ଼ିୟମକୁ ସଂକୁଚିତ କରି ବିଜୁ ପଟ୍ଟନାୟକ ମଲ୍ଟିପର୍ପସ ଇଣ୍ଡୋର ଷ୍ଟାଡିୟମ ନିର୍ମାଣକୁ ନେଇ ଉପୁଜିଥିବା ବିବାଦର ଗଣଧାରଣା...

Advertisement
Archives

Model This Week