ଟ୍ରେନରୁ ଖସିପଡି ଯୁବକଙ୍କ ମୃତ୍ୟୁ: ମିଳିନି ପରିଚୟ, ଘଟଣାସ୍ଥଳରେ ପୋଲିସ

ନୂଆଗାଁ , ୨୨।୪ (ଧନେଶ୍ୱର ସାହୁ ): ନୟାଗଡ ଜିଲା ନୂଆଗାଁ ଥାନା ଆଛୁପଡା ନିକଟବର୍ତ୍ତୀ ସ୍ଥାନରେ ବୁଧବାର ଟ୍ରେନରୁ ଖସିପଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ପରିଚୟ ମିଳିପାରିନାହିଁ । ମିଳିଥିବା ସୂଚନା ମୁତାବକ ସକାଳ ୬ଟା ବେଳେ ଦଶପଲ୍ଲାରୁ ଭୁବନେଶ୍ୱର ଯାଉଥିବା ଟ୍ରେନରେ ଯୁବକ ଜଣଙ୍କ ଯାଉଥିଲେ । ତେବେ ଆଛୁପଡା ନିକଟରେ ଟ୍ରେନରୁ ଖସି ପଡିବାରୁ ଯୁବକ ଜଣଙ୍କ ଗଡି ଗଡି ଆସି ତଳେ ପଡ଼ିଥିଲେ । ଦ୍ରୁତ ଗତିରେ ଯାଉଥିବା ଟ୍ରେନରୁ ଖସି ପଡିବା ଫଳରେ ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ନୂଆଗାଁ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି ।

 

Odisha’s No.1 Odia Daily

Share