କାମାକ୍ଷାନଗର,୨୬ା୭(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା ତୁମୁସିଙ୍ଗା ଥାନା ଜକା ଗ୍ରାମରେ ଅଭାବନୀୟ ଘଟଣା। ବିଲକୁ କାମ କରିବାକୁ ଯାଇ ପୋଖରୀରେ ଗାଧୋଉଥିବା ବେଳେ ଗୋଡ଼ ଖସି ଯିବାରୁ ଯୁବକଙ୍କ ମୃତ୍ୟୁ ହୋଇଛି l ମୃତକ ଜଣକ ସେହି ଗାଁର ଗୌରାଙ୍ଗ ଦେହୁରୀ (୪୫)।
ସୂଚନାନୁସାରେ, ଗୌରାଙ୍ଗ ଆଜି ଘରୁ ବାହାରି ନିଜ ବିଲରେ କାମ କରିବାକୁ ଯାଇଥିଲେ। ବିଲରୁ ଫେରିବା ବେଳେ ଗାଁରେ ଥିବା ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ମାତ୍ର ଗାଧୋଇବା ବେଳେ ଅସାବଧାନତା ଗୌରାଙ୍ଗ ଗୋଡ଼ ଖସି ଯାଇଥିଲା। ଫଳରେ ସେ ପୋଖରୀ ଭିତରେ ବୁଡି ଯାଇଥିଲେ। ସ୍ଥାନୀୟ ଲୋକେ ଏହାଦେଖିବା ପରେ ଗୌରାଙ୍ଗଙ୍କୁ ଉଦ୍ଧାର କରି କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି l