ଆରମ୍ଭ ହେଲା ଧରିତ୍ରୀର ‘ୟୁଥ୍‌ କନ୍‌କ୍ଲେଭ୍‌-୨୦୨୨’

ଭୁବନେଶ୍ୱର,୨୪।୧୧(ବ୍ୟୁରୋ): ନଭେମ୍ବର ୨୪ ତାରିଖ ‘ଧରିତ୍ରୀ’ର ଜନ୍ମବାର୍ଷିକୀ। ଏହି ଅବସରରେ ଧରିତ୍ରୀ ପକ୍ଷରୁ ‘ୟୁଥ୍‌ କନ୍‌କ୍ଲେଭ-୨୦୨୨’ ଆରମ୍ଭ ହୋଇଛି। ଗୁରୁବାର ହୋଟେଲ ସ୍ବସ୍ତି ପ୍ରିମିୟମଠାରେ ଆୟୋଜିତ ଏହି ସମ୍ମିଳନୀରେ ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରାନ୍ତରରୁ ଯୁବ ପରିବେଶବିତ୍‌ମାନେ ଯୋଗଦେଇଛନ୍ତି। ଏଥିସହ ରାଜ୍ୟର ବହୁ ଶିକ୍ଷାନୁଷ୍ଠାନରୁ ଯୁବବକ୍ତାମାନେ ଅଂଶଗ୍ରହଣ କରିଛନ୍ତି। ସମ୍ମିଳନୀ ଆରମ୍ଭରେ ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀ ଅତିଥିମାନଙ୍କୁ ସ୍ବାଗତ କରିବା ପରେ ସମ୍ମିଳନୀ ଆରମ୍ଭ ହୋଇଛି।