ମୋତେ ବରବାଦ୍‌ କରିଦେଲା, ହ୍ବାଟ୍ସଆପ୍‌ ଷ୍ଟାଟସ୍‌ ଦେଇ ଆତ୍ମହତ୍ୟା କଲେ ଯୁବକ

ଭବାନୀପାଟଣା,୨୯ା୪(ସ୍ବ.ପ୍ର.): ପ୍ରେମରେ ମିଳିଲା ଧୋକା। ପ୍ରତାରଣା ସହି ନ ପାଇ ଯୁବକ ହ୍ବାଟ୍ସଆପ୍‌ ଷ୍ଟାଟସ୍‌ ଦେଇ ଆତ୍ମହତ୍ୟା କରିଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା କୋକସରା ଥାନା ଭାଲୁଚୁଆଁ ଗାଁରେ। ମୃତ ଯୁବକଙ୍କ ନାମ ହିମାଂଶୁ ଭଏଁସାଲ। ସେ ଧର୍ମଗଡ଼ ଥାନା ଅଏଁଲାଜୋର ଗାଁ ବୋଲି ଜଣାପଡ଼ିଛି।
ହିମାଂଶୁଙ୍କୁ ପ୍ରେମରେ ଧୋକା ମିଳିବା ପରେ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିବା ପୂର୍ବରୁ ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହଁ। ଜଣେ ଝିଅ ତାଙ୍କୁ ଧୋକା ଦେଇଥିବାରୁ ସହି ନ ପାରି ଆତ୍ମହତ୍ୟା କରିଥିବା ନିଜ ହ୍ବାଟ୍ସଆପ୍‌ର ଷ୍ଟାଟସ୍‌ରେ ଲେଖିଛନ୍ତି।

ମିଳିଥିବା ସୂଚନାନୁଯାୟୀ, ଯୁବକ ଜଣଙ୍କ ଭାଲୁଚୁଆଁ ଗ୍ରାମରେ ଜେସିବି ଗାଡି ଡ୍ରାଇଭର ଭାବେ କାମ କରୁଥିଲେ। ଶୁକ୍ରବାର ବିଳମ୍ବିତ ରାତିରେ ଷ୍ଟାଟସ୍‌ ଦେଇ ବେକରେ ରଶି ଲଗାଇ ଏକ ଗଛରେ ଝୁଲି ପଡ଼ିଥିଲେ। ତା’ ବିନା ବଞ୍ଚିବା ସମ୍ଭବ ନୁହେଁ ବୋଲି ଫୋନ୍‌ରେ ଷ୍ଟାଟସ୍‌ ଲେଖିଥିଲେ। ତାଙ୍କ ମୋବାଇଲ ଷ୍ଟାଟସ୍‌ ଭାଇରାଲ ହୋଇଥିବାରୁ ଏହା ଏକ ପ୍ରେମଜନିତ ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଛି। ଶନିବାର ସକାଳେ ହିମାଂଶୁଙ୍କ ମୃତଦେହ ଦେଖି ସ୍ଥାନୀୟ ଲୋକେ କୋକସରା ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନାକୁ ପଠାଇଛି। ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ପୋଲିସ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ଖଳିଆପାଲି ଛକ ବୁଲାଣିରେ କେମିକାଲ ବୋଝେଇ ଟ୍ୟାଙ୍କର ଲିକେଜ, ଲୋକେ ଭୟଭୀତ…

ଜୁନାଗଡ଼,୨୮।୩(ସୁନୀଲ କୁମାର ସିଂହ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଖଳିଆପାଲି ଛକ ବୁଲାଣି ଠାରେ ଶନିବାର ସନ୍ଧ୍ୟାରେ ଏକ କେମିକାଲ ବୋଝେଇ ଟ୍ୟାଙ୍କରରୁ ହଟାତ ଗ୍ୟାସ ଲିକେଜ ହୋଇଥିଲା।…

ଶୈବପୀଠ ନିକଟରେ ଅଘଟଣ, ବଜ୍ରପାତରେ ଚାଲିଗଲା ଯୁବତୀଙ୍କ ଜୀବନ, ହଠାତ ଘରୁ…

ଦିଗପହଣ୍ଡି, ୨୮।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଚାଞ୍ଚଡାପଲ୍ଲୀ ଗ୍ରାମର ଜଣେ ଯୁବତୀଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ମୃତ ଯୁବତୀଜଣକ ହେଲେ…

ସରିଲା ଛତ୍ରପୁର ଓକିଲ ସଂଘର ନିର୍ବାଚନ: ଏଲ. ଗୋପାଳ ସଭାପତି ଏବଂ ସମ୍ପାଦକ ହେଲେ…

ଛତ୍ରପୁର,୨୮।୩(ଦିଲ୍ଲୀପ ସାମଲ): ଛତ୍ରପୁର ଓକିଲ ସଂଘର ବିଭିନ୍ନ କର୍ମକର୍ତ୍ତା ନିମନ୍ତେ ଶନିବାର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ସଂଘର ବିଭିନ୍ନ ପଦ ପଦବୀ ନିମନ୍ତେ ନିର୍ବାଚନ ନିମନ୍ତେ…

ଆନନ୍ଦପୁର ଓକିଲ ସଂଘ ନିର୍ବାଚନ: ଦୟାନିଧି ଦାଶ ସଭାପତି, ସମ୍ପାଦକ ଭାବେ…

ବଞ୍ଚୋ, ୨୮।୩(ପ୍ରଦୋଷ କୁମାର ବିଶ୍ୱାଳ ): ଆନନ୍ଦପୁର ଓକିଲ ସଂଘର ବାର୍ଷିକ ନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି। ଏହି ନିର୍ବାଚନରେ ଦୟାନିଧି ଦାଶ ସଭାପତି ପଦବୀ ପାଇଁ…

ବେଆଇନ ଭାବେ ଚାଲିଥିଲା ଚିକିତ୍ସା-ଅପରେସନ: ସାହାରା ନର୍ସିଂ ହୋମ ସିଲ, ପୁଣି ଜେଲ ଗଲେ…

ଦିଗପହଣ୍ଡି, ୨୮।୩ (ଅଶେଷ ନାଥ ମିଶ୍ର):ବିନା ଲାଇସେନ୍ସରେ ବେଆଇନ ଭାବେ ନର୍ସିଂ ହୋମ ଚଳାଇ ରୋଗୀଙ୍କ ଜୀବନ ସହ ଖେଳୁଥିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଏକ ବଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri