Categories: ଜାତୀୟ

ନିର୍ବନ୍ଧ ଭାଙ୍ଗିବାରୁ ପାଣି ଟାଙ୍କି ଉପରେ ଚଢିଗଲେ ଯୁବକ, ଆଉ ତା’ପରେ

ଜୟପୁର,୫।୭: ରାଜସ୍ଥାନର ଶ୍ରୀଗଙ୍ଗାନଗର ଜିଲାର ପତରୋଡାରେ ଗ୍ରାମରେ ଏକ ନିଆରା ଘଟଣା ଘଟିଛି। ନିର୍ବନ୍ଧ ଭାଙ୍ଗିଯିବାରୁ ଜଣେ ଯୁବକ ନିରାଶ ହୋଇ ପାଣି ଟାଙ୍କି ଉପରେ ଚଢି ନିଜ ରାଗ ଦେଖାଇବାକୁ ଚେଷ୍ଟା କରିଛନ୍ତି। ଯେଉଁ ଯୁବତୀଙ୍କ ସହ ତାଙ୍କ ନିର୍ବନ୍ଧ ଭାଙ୍ଗିଥିଲା ତାଙ୍କ ସହ ପୁଣି ନିର୍ବନ୍ଧ କରାଯାଉ ବୋଲି ଜିଦ୍‌ ଧରିଥିଲେ। ଯଦି ନିର୍ବନ୍ଧ ନ ହୁଏ ତେବେ ସେ ତଳକୁ ଓହ୍ଲାଇବେ ନାହିଁ। ପାଣି ଟାଙ୍କି ଉପରେ ଯୁବକ ଜଣଙ୍କ ଚଢିଥିବାର ଦେଖି ଗ୍ରାମବାସୀ ଏକତ୍ର ହୋଇଯାଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଉଭୟ ପୋଲିସ ଏବଂ ଗ୍ରାମବାସୀଙ୍କ କଡା ପରିଶ୍ରମ ପରେ ଯୁବକଙ୍କୁ ଟାଙ୍କି ତଳକୁ ଅଣାଯାଇଥିଲା।

Share