ଯୁବକଙ୍କୁ ନୃଶଂସ ହତ୍ୟା: ରାସ୍ତାକଡ଼ରୁ ମୃତଦେହ ଜବତ

ଚିକିଟି/ଦିଗପହଣ୍ଡି,୨୯।୪(ପ୍ରକାଶ ଚନ୍ଦ୍ର ସାହୁ/ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ରାମପୁର ଗାଁ ନିକଟରେ ଘଟିଛି ବିଭତ୍ସ ହତ୍ୟା। ଜଣେ ଯୁବକଙ୍କୁ ଗଳାକାଟି ନୃଶଂସ ଭାବେ ହତ୍ୟାକରିବା ପରେ ଦୁର୍ବୃତ୍ତ ମାନେ ଫେରାର ହୋଇଯାଇଛନ୍ତି। ମୃତ ଯୁବକ ଜଣକ ହେଲେ ରାମପୁର ଗ୍ରାମର ବଳରାମ ମହାଙ୍କୁଡ଼(୩୫)। ମଙ୍ଗଳବାର ଭୋର ପ୍ରାୟ ୫ ଟା ରେ କେ.ନୂଆଗାଁ ଥାନା ଚିକିଟି ଫାଣ୍ଡି ଅଧିନ ଧାନଘର ଛକ ଠାରୁ ମା’ ବାଳକୁମାରୀ ମନ୍ଦିର ଯିବା ରାସ୍ତାକଡ ବ୍ରାହ୍ମଣୀଆ ପୋଖରୀ ନିକଟରେ ବଳରାମଙ୍କ କ୍ଷତାକ୍ତ ମୃତଦେହ ପଡ଼ିଥିଲା। ତାଙ୍କୁ ଗଳାକାଟି ହତ୍ୟା କରାଯାଇଥିବା ଜଣାପଡ଼ିଛି। ରାସ୍ତାରେ ଯା’ ଆସ କରୁଥିବା ଲୋକେ ମୃତଦେହ ପଡ଼ିଥିବା ଦେଖି ପୋଲିସକୁ ଜଣାଇଥିଲେ। ଖବରପାଇ ଚିକିଟି ଏସଡିପିଓ ବିଶ୍ୱାମିତ୍ର ହରପାଲ,କେ.ନୂଆଗାଁ ଥାନା ଆଇଆଇସି କିଶୋର କୁମାର ସାମଲ,ଚିକିଟି ଫାଣ୍ଡି ଅଧିକାରୀ ରଞ୍ଜିତ କୁମାର ମହାପାତ୍ର ସଦଳବଳେ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରି ଫେରିଛନ୍ତି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଛନ୍ତି। ଘଟଣା ସମ୍ପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ବଳରାମ ବିବାହିତ। ତାଙ୍କର ଏକ କନ୍ୟା ସନ୍ତାନ ରହିଛି। ରାଜ୍ୟ ବାହାରେ ଏକ କମ୍ପାନୀରେ ସେ କାମ କରୁଥିଲେ। ଗତ ପ୍ରାୟ ୧ ମାସ ପୂର୍ବେ ଗାଁକୁ ଫେରି ତାଙ୍କର ପିକଅପ ଭ୍ୟାନ ଚଳାଇ ପରିବାର ପ୍ରତିପୋଷଣ କରୁଥିଲେ। କିଛିଦିନ ହେଲା ସେ ଏକ ନୂଆ ବୁଲେଟ ମୋଟରସାଇକେଲ କିଣିଥିଲେ। ସୋମବାର ରାତିରେ ଚିକିଟି ପେଣ୍ଠ ଗ୍ରାମରେ ରହୁଥିବା ଭଉଣୀ ଘରକୁ ଯାଉଛି କହି ବୁଲେଟରେ ଯାଇଥିଲେ। କିନ୍ତୁ ସକାଳ ସୁଦ୍ଧା ଫେରିନଥିଲେ। ଘଟଣାସ୍ଥଳରୁ ପୋଲିସ ତାଙ୍କ ବୁଲେଟ ମୋଟରସାଇକେଲ (ନଂ. ଓଡ଼ି୦୭ ଏ ଭି -୫୩୫୯) ,ମୋବାଇଲ ଫୋନ ଜବତ କରିଛନ୍ତି। ଚିକିଟି ଫାଣ୍ଡି ଅଧିନ ଧାନଘର ଛକ ସମେତ ଆଖପାଖ ଗାଁ ମାନଙ୍କରେ ବେଆଇନ ଭାବେ ଦେଶୀ ବିଦେଶୀ ମଦ ବେଧଡକ ବିକ୍ରୀ ଚାଲିଛି।ସା ହେଲେ ରାସ୍ତାରେ ମଦ୍ୟପଙ୍କର ରାଜୁତି ଚାଲୁଛି । ରାସ୍ତାରେ ଚଳପ୍ରଚଳ କରୁଥିବା ଲୋକଙ୍କୁ ମଦ୍ୟପମାନେ ଗାଳି ଗୁଲଜ କରି ଆକ୍ରମଣ କରିବା ସହ ଛିନ ତାଇ କରୁଥିବା ପୂର୍ବରୁ ଅଭିଯୋଗ ହୋଇଆସୁଛି। ଏଭଳି ସ୍ଥିତିରେ ବଳରାମଙ୍କୁ କିଏ କାହିଁକି ହତ୍ୟା କଲେ। ହତ୍ୟାର ଯଥେଷ୍ଟ କାରଣ କ’ଣ ହୋଇପାରେ ସେ ନେଇ ପୋଲିସ ଖୋଳତାଡ଼ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମଣ୍ଡି ସ୍ଥାନାନ୍ତରଣକୁ ଚାଷୀଙ୍କ ବିରୋଧ: ଧାନ କିଣାବିକା ସମସ୍ୟା ଅସମାହିତ

ବରଗଡ଼,୬।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଏହି ପ୍ରକ୍ରିୟାକୁ ୮ଦିନ ବିତି ଯାଇଛି। ହେଲେ ଧାନବିକ୍ରି ସମସ୍ୟା ଏପର୍ଯ୍ୟନ୍ତ ଅସମାହିତ ରହିଛି।...

୧୦୦ ବିଲିୟନ ଡଲାର ବାଣିଜ୍ୟ ଲକ୍ଷ୍ୟ

ନୂଆଦିଲ୍ଲୀ,୬ା୧୨ : ଭାରତ ଓ ରୁଷିଆ ଶୁକ୍ରବାର ଦ୍ୱିପାକ୍ଷିକ ଅର୍ଥନୈତିକ ଓ ବାଣିଜି୍ୟକ କାରବାର ବୃଦ୍ଧି ନିମନ୍ତେ ଆଗାମୀ ୫ ବର୍ଷ ପାଇଁ ଏକ ରୋଡ୍‌ମ୍ୟାପ୍‌...

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri