ଏକତରଫା ପ୍ରେମର କରୁଣ ପରିଣତି, ପ୍ରେମିକାର ଘର ଆଗରେ ଝୁଲୁଛି…

ରାଜଗାଙ୍ଗପୁର,୧୬ା୧(ଅଶୋକ ପାଣି): ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ବ୍ଲକରେ ଗୁରୁବାର ଯୁବତୀଙ୍କ ଘର ଆଗରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଛି । ମୃତ ଯୁବକ ହେଲେ ରାଣିବନ୍ଧ ତଳପଡ଼ା ଅଞ୍ଚଳର ବିକାଶ ମହାନନ୍ଦିଆ (୨୫)। ଏନେଇ ରାଜଗାଙ୍ଗପୁର ପୋଲିସ ମୃତଦେହ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁକରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ଯୁବକ ଜଣକ ନିଜେ ପ୍ରାଣ ହରାଇଛନ୍ତି କି ତାଙ୍କୁ କେହି ହତ୍ୟାକରି ଝୁଲାଇ ଦେଇଛନ୍ତି, ସେନେଇ ପୋଲିସ ଅଧିକ ଖୋଳତାଡ଼ କରୁଛି।
ମିଳିଥିବା ସୂଚନା ଅନୁଯାୟୀ, ଗତ ୪ବର୍ଷ ହେଲା ବିକାଶ ଜଣେ ଯୁବତୀଙ୍କ ସହିତ ବନ୍ଧୁତା ସମ୍ପର୍କ ରଖିଥିଲେ। ପରେ ବିକାଶ ଉକ୍ତ ଯୁବତୀଙ୍କୁ ଭଲପାଇ ବସିଥିଲେ। ଏପରି କି ତାଙ୍କୁ ବିବାହ ପାଇଁ ପ୍ରସ୍ତାବ ମଧ୍ୟ ଦେଇଥିଲେ। ହେଲେ ଯୁବତୀ ଜଣକ ବିବାହ ପ୍ରସ୍ତାବକୁ ମନା କରିଦେଇଥିଲେ। ଏହାସତ୍ତ୍ୱେ ବିକାଶ ତାଙ୍କୁ ବିବାହ ପାଇଁ ଜଦ୍‌ ଧରିଥିଲେ। ବୁଧବାର ରାତିରେ ବିକାଶ ଉକ୍ତ ଯୁବତୀଙ୍କ ଘର ପାଖକୁ ଆସିଥିଲେ। ଗୁରୁବାର ସକାଳେ ବିକାଶଙ୍କ ଝୁଲନ୍ତା ମୃତଦେହ ଦେଖି ଗ୍ରାମବାସୀ ରାଜଗାଙ୍ଗପୁର ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତକରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

U19 World Cup 2026: ରୋମାଞ୍ଚକର ମୁକାବିଲାରେ ବାଂଲାଦେଶକୁ ହରାଇଲା ଭାରତ

ନୂଆଦିଲ୍ଲୀ,୧୭।୧: ୧୯ ବର୍ଷରୁ କମ୍ ବିଶ୍ୱକପର ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ବାଂଲାଦେଶକୁ ୧୮ ରନରେ ହରାଇଛି ଭାରତ। ବର୍ଷା ବାଧାପ୍ରାପ୍ତ ମୁକାବିଲାରେ ଡିଏଲଏସ ନିୟମରେ ପଡୋଶୀ...

୨ ଦିନ ବଢ଼ିଲା ଶିଶିର ସରସ ମେଳା

ଭୁବନେଶ୍ୱର,୧୭।୧: ଭୁବନେଶ୍ୱର ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ଜାତୀୟସ୍ତରୀୟ ଶିଶିର ସରସ ମେଳାକୁ ଆଉ ୨ ଦିନ ବଢାଇ ଦିଆଯାଇଛି। ଫଳରେ ୧୮ ତାରିଖ ପରିବର୍ତ୍ତେ...

ଗୌରୀଶଙ୍କର-ଚନ୍ଦନ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ବାଜି ମାରିଲା ଗୁମ୍ମା ଟିମ୍‌

ଦିଗପହଣ୍ଡି,୧୭ା୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ୍‌ ଖମାରୀ ଗାଁ ପଞ୍ଚାୟତ ଗୋଲଣ୍ଡା ଗ୍ରାମସ୍ଥିତ ବହୁମୁଖି ବାତ୍ୟା ଆଶ୍ରୟସ୍ଥଳୀ ପଡିଆ ଠାରେ ବୃନ୍ଦାବନ ଚନ୍ଦ୍ର ସ୍ପୋର୍ଟସ କ୍ଲବ୍‌...

ମର୍ମନ୍ତୁଦ ଦୁର୍ଘଟଣା: ଅଟୋ ଡ୍ରାଇଭର ଜୀବନ୍ତ ଦଗ୍ଧ

ଫୁଲବାଣୀ/ଖଜୁରିପଡା, ୧୭ା୧(ରାକେଶ କୁମାର ରାଉତ/ବିଦୁର ବେହେରା)-କନ୍ଧମାଳ ଜିଲା ଫୁଲବାଣୀ ସହର ସରକାରୀ ଆଇଟିଆଇଠାରୁ ଅଳ୍ପ ଦୂର ସଦର ଥାନା ଅନ୍ତର୍ଗତ ଦାତପାଜୁ ନିକଟରେ ଏକ ମର୍ମନ୍ତୁଦ...

ଶଙ୍ଖ ଧରିଲେ ୫୦ରୁ ଊର୍ଦ୍ଧ୍ୱ କଂଗ୍ରେସ କର୍ମୀ, ପାରଳାଖେମୁଣ୍ଡି ବିଧାୟକଙ୍କ…

ପାରଳାଖେମୁଣ୍ଡି,୧୭।୧(ଗିରିଧାରୀ ପରିଚ୍ଛା): ଗଜପତି ଜିଲା କାଶୀନଗର ବ୍ଲକ ଶିଆଳି ପଞ୍ଚାୟତ କରଣୀବଦ୍ରା, ଓ ଖାଣ୍ଡବା ପଞ୍ଚାୟତ ପୂର୍ତୀଗୁଡ଼ା ଗ୍ରାମର  କଂଗ୍ରେସର ୫୦ରୁ ଊର୍ଦ୍ଧ୍ୱ ନେତା କର୍ମୀ...

ନିଶା ମହାରାଣାଙ୍କ ଅଶ୍ଳୀଳ ନୃତ୍ୟ ଦେଖିବା ମହଙ୍ଗା ପଡ଼ିଲା: ବରିଷ୍ଠ ଅଧିକାରୀ ନିଲମ୍ବିତ

ଭୁବନେଶ୍ୱର,୧୭।୧: ଯାତ୍ରା ଡ୍ୟାନ୍ସର ନିଶା ମହାରାଣାଙ୍କ ଅଶ୍ଳୀଳ ନୃତ୍ୟ ଦେଖିବା ଜଣେ ବରିଷ୍ଠ ସରକାରୀ ଅଧିକାରୀଙ୍କୁ ମହଙ୍ଗା ପଡ଼ିଛି। କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଏହି ନୃତ୍ୟ...

ଦିନକୁ ଦିନ ଖସୁଛି ପାରଦ: ଜି.ଉଦୟଗିରିରେ ୨.୫ ଡିଗ୍ରୀ ରେକର୍ଡ

ଜି.ଉଦୟଗିରି,୧୭ା୧(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ପ୍ରବଳ ଶୀତ ଅନୁଭୂତ ହେଉଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଶନିବାର ରାଜ୍ୟର ସର୍ବନିମ୍ନ ତାପମାତ୍ରା...

ପୋଲିସ-ମାଓବାଦୀ ମୁହାଁମୁହିଁ: ଟଳିପଡିଲେ ମାଓବାଦୀ ନେତା ପାପା ରାଓ

ମାଲକାନଗିରି,୧୭ା୧(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲାରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୨ଜଣ ମାଓବାଦୀ ନିହତ ହୋଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri