ଶେଷରେ ଟ୍ରମ୍ପଙ୍କୁ ମିଳିଲା ନୋବେଲ ଶାନ୍ତି ପୁରସ୍କାର, ଦେଲେ ଏପରି ପ୍ରତିକ୍ରିୟା

ନୂଆଦିଲ୍ଲୀ,୧୬ା୧: ବହୁ ପ୍ରତିକ୍ଷାର ଅନ୍ତ ଘଟି ଶେଷରେ ଅନ୍ଵେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ମିଳିଛି। ଭେନେଜୁଏଲାର ବିରୋଧୀ ଦଳ ନେତ୍ରୀ ତଥା ନୋବେଲ ଶାନ୍ତି ପୁରସ୍କାର ବିଜେତା ମାରିଆ କୋରିନା ମାଚାଡୋ ଗୁରୁବାର ହ୍ୱାଇଟ ହାଉସରେ ଟ୍ରମ୍ପଙ୍କୁ ଭେଟି ନିଜର ନୋବେଲ ପଦକ ପ୍ରଦାନ କରିଛନ୍ତି। ଭେନେଜୁଏଲାର ସ୍ୱାଧୀନତା ପ୍ରତି ଟ୍ରମ୍ପଙ୍କ ଅଦ୍ୱିତୀୟ ପ୍ରତିବଦ୍ଧତାର ସମ୍ମାନ ସ୍ୱରୂପ ସେ ଏହି ପଦକ ଉପହାର ଦେଇଥିବା ପ୍ରକାଶ କରିଛନ୍ତି। ଏହାକୁ ସେ ଦୁଇ ଦେଶର ବନ୍ଧୁତ୍ୱ ଓ ମୁକ୍ତି ସଂଗ୍ରାମର ପ୍ରତୀକ ବୋଲି ଅଭିହିତ କରିଛନ୍ତି।

ଟ୍ରମ୍ପ ଏହି ସାକ୍ଷାତକାରକୁ “ସକାରାତ୍ମକ” ବୋଲି କହିବା ସହ ମାଚାଡୋଙ୍କୁ ଜଣେ “ସାହସୀ ମହିଳା” ଭାବେ ବର୍ଣ୍ଣନା କରିଛନ୍ତି। ତେବେ ସେ ଏହି ପଦକ ଗ୍ରହଣ କରିଛନ୍ତି କି ନାହିଁ, ସେ ନେଇ ହ୍ୱାଇଟ ହାଉସ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ।

ନିକଟରେ ଆମେରିକା ସେନା ଦ୍ୱାରା ଭେନେଜୁଏଲାର ପୂର୍ବତନ ରାଷ୍ଟ୍ରପତି ନିକୋଲାସ୍ ମାଦୁରୋ ଗିରଫ ହେବା ପରେ ସେଠାରେ ଅସ୍ଥାୟୀ ଭାବେ ଡେଲସି ରୋଡ୍ରିଗ୍ରେଜ୍ ଶାସନ ଭାର ସମ୍ଭାଳୁଛନ୍ତି। ଟ୍ରମ୍ପ ବର୍ତ୍ତମାନ ରୋଡ୍ରିଗ୍ରେଜ୍‌ଙ୍କ ସହ କାମ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି।

ମାଦୁରୋଙ୍କ ବିରୋଧରେ ଦୀର୍ଘ ଦିନରୁ ସଂଗ୍ରାମ କରି ଆସୁଥିବା ମାଚାଡୋ ଆଶା ରଖିଛନ୍ତି ଯେ ଟ୍ରମ୍ପ ପ୍ରଶାସନ ଭେନେଜୁଏଲାରେ ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ତାଙ୍କୁ ସମର୍ଥନ କରିବେ।

ତେବେ ନୋବେଲ କମିଟିର ନିୟମ ଅନୁଯାୟୀ, ଏହି ପୁରସ୍କାର ଅନ୍ୟ କାହାକୁ ହସ୍ତାନ୍ତର କରାଯାଇପାରିବ ନାହିଁ, ତେଣୁ ମାଚାଡୋଙ୍କର ଏହି ପଦକ୍ଷେପ ଏକ ସାଙ୍କେତିକ ସମ୍ମାନ ଭାବେ ବିଚାର କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହିଦିନ ଖୋଲିବ ହର୍ମୁଜ୍, ଇରାନ ସହିତ ପରମାଣୁ ଚୁକ୍ତି ସମ୍ପର୍କରେ ବଡ଼ ଗୁମର ଖୋଲିଲେ ଟ୍ରମ୍ପ

ଓ୍ବାଶିଂଟନ,୩।୬: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଚୁକ୍ତି ଏବଂ ହର୍ମୁଜ୍ ପ୍ରଣାଳୀ ଖୋଲିବା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ଟ୍ରମ୍ପ…

ମମତାଙ୍କୁ ଜୋରଦାର ଝଟ୍‌କା, ଋତବ୍ରତ ବାନାର୍ଜୀ ହେଲେ ଟିଏମସିର…

କୋଲକାତା,୩।୬: ବର୍ତ୍ତମାନ, ତୃଣମୂଳ କଂଗ୍ରେସ (ଟିଏମସି) ଭିତରେ ସୃଷ୍ଟି ହେଉଥିବା ଆଭ୍ୟନ୍ତରୀଣ ଅଶାନ୍ତି ପଶ୍ଚିମବଙ୍ଗ ରାଜନୀତିରେ ତୀବ୍ର ଆଲୋଚନାର ବିଷୟ। ବିଧାନସଭା ନିର୍ବାଚନରେ ପରାସ୍ତ ହେବା ପରେ,…

ସରକାରୀ ଗାଡ଼ି ପାଇଁ ପେଟ୍ରୋଲ ପମ୍ପକୁ ମିଳିବ ଆଗୁଆ ଟଙ୍କା, ମୋହନ ସରକାରଙ୍କ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର,୩।୬: ସରକାରୀ କାର୍ଯ୍ୟର ନିରବଚ୍ଛିନ୍ନ ତଥା ସୂଚାରୁ ପରିଚାଳନା ପାଇଁ ରାଜ୍ୟ ସରକାର ଏକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏଣିକି ସରକାରୀ ଗାଡ଼ିଗୁଡ଼ିକର ତେଲ…

କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶିବକୁମାର, ଆଣ୍ଠୁମାଡ଼ି ପ୍ରଣାମ କରି କହିଲେ….

ବେଙ୍ଗାଲୁରୁ,୩ା୬: ସିଦ୍ଧରାମେୟାଙ୍କ ଇସ୍ତଫା ପରେ, ବୁଧବାର ଦିନ ଲୋକଭବନରେ କର୍ନାଟକର ମୁଖ୍ୟମନ୍ତ୍ରୀ ଭାବରେ ଡିକେ ଶିବକୁମାର ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ଥାୱର ଚାନ୍ଦ ଗେହଲଟ୍…

ପୁଣି ଏହି ସବୁ ଦେଶକୁ ବଡ଼ ଝଟ୍‌କା ଦେବେ ଟ୍ରମ୍ପ! ଲିଷ୍ଟରେ ଭାରତ ସମେତ…

ନୂଆଦିଲ୍ଲୀ,୩।୬: ଆମେରିକା ଭାରତ ସମେତ ୬୦ଟି ଦେଶ ଏବଂ ଅର୍ଥନୀତି ବିରୁଦ୍ଧରେ ବଡ଼ ବାଣିଜ୍ୟ କାର୍ଯ୍ୟାନୁଷ୍ଠାନ ପ୍ରସ୍ତାବ ଦେଇଛି। ଆମେରିକା ବାଣିଜ୍ୟ ପ୍ରତିନିଧି (USTR) କହିଛନ୍ତି ଯେ…

ମହାଯୁଦ୍ଧ ୨.୦ ଆରମ୍ଭ! ଇରାନର ବଡ଼ ଆକ୍ରମଣ, ଭୟରେ ସାରା ବିଶ୍ୱ

ତେହେରାନ,୩।୬: ମଙ୍ଗଳବାର ରାତିରେ ଗଲ୍ଫ (ଖାଡ଼ି) ଅଞ୍ଚଳରେ ଉତ୍ତେଜନା ଆଉଥରେ ବୃଦ୍ଧି ପାଇଛି, ଯେତେବେଳେ ଇରାନ ଆମେରିକାର ସେନା ଘାଟିକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର (ମିସାଇଲ) ଏବଂ…

ନୂଆ ସ୍ରୋତରେ ଆନ୍ନାମଲାଇ

DHARତାମିଲନାଡ଼ୁରେ ଗତ ବିଧାନସଭା ନିର୍ବାଚନ ଫଳାଫଳ କେବଳ ସେହି ରାଜ୍ୟ ନୁହେଁ, ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା। ପାରମ୍ପରିକ ଦ୍ରାବିଡୀୟ ପାର୍ଟି ଓ ଜାତୀୟ ଦଳ…

ଡିକେ ଶିବକୁମାରଙ୍କ ଶପଥ ପୂର୍ବରୁ ରାହୁଲ ଗାନ୍ଧୀଙ୍କ ବଡ଼ ନିଷ୍ପତ୍ତି: ସିଦ୍ଦାରାମାୟାଙ୍କୁ ଦିଲ୍ଲୀରେ ମିଳିଲା ଏହି ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ, ୩।୬: କର୍ନାଟକର ମୁଖ୍ୟମନ୍ତ୍ରୀ ଭାବରେ ଡିକେ ଶିବକୁମାରଙ୍କ ଶପଥ ଗ୍ରହଣ ପୂର୍ବରୁ, ରାହୁଲ ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖାର୍ଗେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ପୂର୍ବତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri