ଢେଙ୍କାନାଳ,୯।୫: ଟେଲିଫୋନ ଟାୱାର ଉପରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ। ଢେଙ୍କାନାଳ ଟାଉନଥାନା ନିକଟରେ ଥିବା ଟାୱାର ଉପରେ ଚଢି ଉପରେ ବସିଛନ୍ତି ଯୁବକ। ଢେଙ୍କାନାଳ କାମାକ୍ଷାନଗର ଥାନା ସୋଗର ଗାଁର ଯୁବକ ରୁଦ୍ର ନାରାୟଣ ଦାସ ୨୦୧୮ ମସିହାରେ ଢେଙ୍କାନାଳ ଫାଷ୍ଟ osap ବାଟାଲିୟନରେ କନଷ୍ଟେବଳ ଭାବରେ ନିଯୁକ୍ତି ହୋଇଥିଲେ। ପରେ ତାଙ୍କୁ ବିନା କାରଣରେ ଛଟେଇ କରି ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି। ପୁନଃନିଯୁକ୍ତି ନେଇ ପୋଲିସର ବରିଷ୍ଠ ଅଧିକାରୀ ରାଜ୍ୟ ସରକାରଙ୍କ ନିକଟରେ ଜଣାଇ ଆସୁଥିଲେ। କିନ୍ତୁ କେହି ବି ତାଙ୍କ କଥା ଶୁଣୁ ନ ଥିବା ଅଭିଯୋଗ କରି ଆସୁଥିଲେ। ଏଥିପାଇଁ ସେ ଆଜି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଘଟଣାସ୍ଥଳରେ ଟାଉନଥାନା ପୋଲିସ ସଦର ଅଗ୍ନିଶମ କର୍ମଚାରୀ ପହଞ୍ଚି ବୁଝାସୁଝା କରୁଛନ୍ତି।