Categories: ଜାତୀୟ

ତୁମ ମଫଲର ମୋର ହୋଇଗଲା, ଭାଇରାଲ ହେଉଛି ମଲ୍ଲିକାର୍ଜୁନଙ୍କ ମଫଲର ଷ୍ଟାଇଲ

ନୂଆଦିଲ୍ଲୀ,୧୪।୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି (ଏଏପି) ଜାତୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ଶନିବାର କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଭେଟିଛନ୍ତି। ଦିଲ୍ଲୀ ଏବଂ ପଞ୍ଜାବରେ ସିଟ ବାଣ୍ଟିବା ନେଇ ଏହି ବୈଠକ ଅନୁଷ୍ଠିତ ହୋଇଥିବା ଜଣାପଡିଛି। ତେବେ ଆସନ ବାଣ୍ଟିବା ବ୍ୟତୀତ ଏହି ବୈଠକରେ କଂଗ୍ରେସ ଅଧ୍ୟକ୍ଷଙ୍କ ମଫଲରକୁ ନେଇ ଆଲୋଚନା ହେଉଛି। ମଫଲର ପିନ୍ଧିଥିବା ତାଙ୍କ ଫଟୋ ଏବେ ଭାଇରାଲ ହୋଇଛି।
ଘଟଣାହେଲା କଂଗ୍ରେସ ଅଧ୍ୟକ୍ଷ ମଫଲର ପିନ୍ଧି ସଭାରେ ପହଞ୍ଚିଥିଲେ। ତାଙ୍କର ଏହି ମଫଲର୍‌ ନେଟିଜେନ୍ସଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏହାକୁ ନେଇ ଏବେ ଅନେକ ପ୍ରତିକ୍ରିୟା ପ୍ରକାଶ ପାଇଛି। ଆଶିଷ ସିଂ ନାମକ ଜଣେ ୟୁଜର ଲେଖିଛନ୍ତି ଯେ ମଫଲର ସିଫ୍ଟ। ଏହି ସମୟରେ, ଆରୋହି ତ୍ରିପାଠୀ ମନ୍ତବ୍ୟ ଦେଇଛନ୍ତି, ଏହାର ମଫଲର ତାଙ୍କ ମୁଣ୍ଡରେ। ଅରୁଣ ଆରୋରା ନାମକ ଜଣେ ୟୁଜର ମନ୍ତବ୍ୟ ଦେଇଛନ୍ତି, ଆଜିଠାରୁ ତୁମର ମଫଲର୍‌ ମୋର ହୋଇଗଲାଣି।
ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ଅନୁଯାୟୀ, କିଛି ବର୍ଷ ପୂର୍ବେ ଏଏପି ନେତା ଏହି ଶୈଳୀ ମଫଲର ପିନ୍ଧୁଥିଲେ। ଦୁଇ ବର୍ଷ ପୂର୍ବେ ଯେତେବେଳେ ଦିଲ୍ଲୀରେ ପ୍ରବଳ ଥଣ୍ଡା ଅନୁଭୂତ ହୋଇଥିଲା, ସେତେବେଳେ କେଜରିୱାଲଙ୍କୁ ବିନା ମଫଲରେ ଦେଖିବାକୁ ମିଳିଥିଲା। ଏହି କାରଣରୁ, ସେ କାହିଁକି ମଫଲର ପିନ୍ଧିନଥିଲେ ବୋଲି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସୋସିଆଲ ମିଡିଆରେ ଯେତେବେଳେ ଦିଲ୍ଲୀ ମୁଖ୍ୟମନତ୍ରୀଙ୍କୁ ଏ ବିଷୟରେ ପଚରାଗଲା, ସେ ଉତ୍ତର ଦେଲେ, ମୁଁ ବହୁ ପୂର୍ବରୁ ମଫଲର ହଟାଇ ଦେଇଥିଲି। ଆପଣ ଧ୍ୟାନ ଦେଇ ନାହାଁନ୍ତି।

Share