Categories: ଜାତୀୟ

ମିଜୋରାମର ସର୍ବକନିଷ୍ଠା ଏମ୍‌ଏଲ୍‌ଏ

ନୂଆଦିଲ୍ଲୀ,୭ା୧୨: ରେଡିଓ ଜକି ବାରିଲ୍‌ ଭାନ୍ନିହସାଙ୍ଗି ହେଉଛନ୍ତି ମିଜୋରାମ ବିଧାନସଭାକୁ ସଦ୍ୟ ନିର୍ବାଚିତ ସର୍ବକନିଷ୍ଠା ଏମ୍‌ଏଲଏ। ଇନ୍‌ଷ୍ଟାଗ୍ରାମରେ ତାଙ୍କର ୨ ଲକ୍ଷ ୫୨ ହଜାରରୁ ଅଧିକ ଫଲୋଅର୍ସ ଅଛନ୍ତି। ୩୨ ବର୍ଷୀୟା ବାରିଲ୍‌ ଆଇଜଲ୍‌ ସାଉଥ୍‌ ୩ୟ ନିର୍ବାଚନମଣ୍ଡଳୀରୁ ଜୋରାମ ପିପୁଲ୍ସ ମୁଭ୍‌ମେଣ୍ଟ (ଜେଡ୍‌ପିଏମ୍‌) ଟିକେଟରେ ନିର୍ବାଚିତ ହୋଇଛନ୍ତି। ସେ ମିଜୋ ନ୍ୟାଶନାଲ ଫ୍ରଣ୍ଟ (ଏମ୍‌ଏନ୍‌ଏଫ୍‌) ବିଧାୟକଙ୍କୁ ୧,୪୧୪ ଖଣ୍ଡ ଭୋଟ ବ୍ୟବଧାନରେ ହରାଇଛନ୍ତି। ପୂର୍ବତନ ଟିଭି ଉପସ୍ଥାପିକା ବାରିଲ୍‌ ଲିଙ୍ଗଗତ ସମାନତା ପାଇଁ ଲଢ଼ିବେ ବୋଲି ବିଧାନସଭାକୁ ନିର୍ବାଚିତ ହେବା ପରେ ପ୍ରକାଶ କରିଛନ୍ତି।

Share