ବଡ଼ ଭଉଣୀ ପ୍ରତି ହେଉଥିବା ଅସଦାଚରଣ ଦେଖିଦେବାରୁ ସାନଭାଇଙ୍କୁ ହତ୍ୟା

ରାଜକନିକା,୨୩।୧(ସଞ୍ଜୟ କୁମାର ଦାଶ): ବଡ଼ ଭଉଣୀଙ୍କୁ ଅସଦାଚରଣ କରାଯିବା ଦେଖିଦେବାରୁ ତାଙ୍କ ସାନଭାଇଙ୍କୁ ଶୁକ୍ରବାର ବିଳମ୍ବିତ ରାତିରେ ହତ୍ୟା କରାଯାଇଛି। ଏହାପରେ ଏହାକୁ ଆତ୍ମହତ୍ୟାର ରୂପ ଦିଆଯାଇଛି ା ଏଭଳି ଅଭିଯୋଗ ଆଣିଛନ୍ତି ପୀଡିତା ବଡଭଉଣୀ। ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲା ରାଜକନିକା ଥାନା ଅଧୀନ କଇଥାପାଳ ଅଞ୍ଚଳରେ। ଅଭିଯୋଗକୁ ଭିତ୍ତି କରି ରାଜକନିକା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ଅଭିଯୋଗ ଅନୁଯାୟୀ, ପୀଡ଼ିତା ଯୁବତୀଙ୍କ ସାନଭାଇ ଖୋର୍ଦ୍ଧାର ଏକ ଇଞ୍ଜିନିୟରିଂ କଲେଜର ଡିପ୍ଲୋମା ପ୍ରଥମ ବର୍ଷ ଛାତ୍ର। ସେ ଛୁଟିରେ ଘରକୁ ଆସିଥିଲେ। ମାମୁ କଟକରେ ଚିକିତ୍ସାଧୀନ ଥିବାରୁ ତାଙ୍କ ମା’ବାପା ଅନ୍ୟ ଜଣେ ସମ୍ପର୍କୀୟ ମାମୁଙ୍କ ସହ ଶୁକ୍ରବାର କଟକ ଯାଇଥିଲେ। ଘରେ ପୀଡ଼ିତା ଯୁବତୀ ଓ ତାଙ୍କ ସାନଭାଇ ଥିଲେ। ସାରେ ସେମାନଙ୍କ ଘରେ ନିଜ ଗଁାର ହେମନ୍ତ ଜେନା, ଜୟକୁମାର ଜେନା, ବିକ୍ରମ ଜେନାଙ୍କ ସହିତ ବିଞ୍ଝାରପୁର ଥାନା ଅନ୍ତର୍ଗତ ବାଙ୍ଗରା ଗଁାର ଋତୁରାଜ ଜେନା ଭୋଜି କରିଥିଲେ। ହେଲେ ସୁଯୋଗ ଦେଇ ଯୁବତୀଙ୍କୁ ହେମନ୍ତ ଅସଦାଚରଣ କରିଥିଲେ। ଏହାକୁ ନେଇ ସେ ପାଟିି କରିବାରୁ ତାଙ୍କ ସାନଭାଇ ଦୌଡ଼ି ଆସିଥିଲେ। ଅସଦାଚରଣର ଦୃଶ୍ୟକୁ ଯୁବତୀଙ୍କ ସାନଭାଇ ଦେଖିଦେବାରୁ ତାଙ୍କୁ ହେମନ୍ତ ଧମକ ଦେଇଥିଲେ। ଏହି କଥା କାହାକୁ କହିଲେ, ତୋତେ ଜୀବନରୁ ମାରିଦେବି ବୋଲି କହି ଚାଲି ଯାଇଥିଲେ। ସେତେବେଳକୁ ରାତି ପ୍ରାୟ ସାଢ଼େ ୩ଟା ହୋଇଥିଲା। ଯୁବତୀଜଣକ ସାନଭାଇଙ୍କୁ ତାଙ୍କ ରୁମରେ ଶୋଇବାକୁ ପଠାଇ ନିଜେ ଶୋଇଥିଲେ। ହେଲେ ଅଳ୍ପ ସମୟ ପରେ ଜୟ ଜେନା ଓ ବିକ୍ରମ ଜେନା ଯୁବତୀଙ୍କୁ ଡାକିଥିଲେ। ସେ ଯାଇ ଦେଖିଲା ବେଳକୁ ତାଙ୍କ ସାନଭାଇଙ୍କ ଶରୀର ଧୋତିରେ ଝୁଲିଥିଲା। ଚଟାଣଠାରୁ ଅଳ୍ପ ଉଚ୍ଚତାରେ ସାନଭାଇ ଓହଳି ଥିବାରୁ ଯୁବତୀଜଣକ କିଛି ନ ବୁଝି ତାଙ୍କୁ ଉଦ୍ଧାର କରି ରାଜକନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଯେହେତୁ ହେମନ୍ତ କରିଥିବା ଅସଦାଚରଣ ଘଟଣା ସାନଭାଇ ଦେଖିଥିଲେ, ତେଣୁ ତାଙ୍କୁ ଅଭିଯୁକ୍ତମାନେ ମିଶି ହତ୍ୟା କରିଥିବା ପୀଡ଼ିତା ଯୁବତୀ ଅଭିଯୋଗ କରିଛନ୍ତି ା ଏହି ହତ୍ୟା ଘଟଣାକୁ ଆତ୍ମହତ୍ୟା କରିବାକୁ ସେମାନେ ଉଦ୍ୟମ କରିଥିବା ଏତଲାରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ଲେଡ଼ବନ୍ଧ ବୁଲାଣିରେ କାର-ବାଇକ୍‌ ମୁହାଁମୁହିଁ ଧକ୍କା: ମା’ ଗୁରୁତର, ଶିଶୁ ସହ ଦାଦା… 

ମୋହନା,୨୬।୧୨(ମନ୍ମଥ ମିଶ୍ର): ବୁଲାଣିରେ କାର- ବାଇକ ମୁହାଁ ମୁହିଁ ଧକ୍କା। ଜଣେ ମହିଳା ଗୁରୁତର। ସେ ହେଲେ ପ୍ରଭାବତୀ ମଳିକ(୨୦)। ତାଙ୍କ ଅବସ୍ଥା ଗୁରୁତର ଥିବାରୁ...

ଋଷିକୂଲ୍ୟା ମୁହାଣରେ ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ ଟ୍ୟାଗିଂ: ସାଟେଲାଇଟ୍‌ ଜରିଆରେ ଜାଣିହେବ ଗତିବିଧି

ଗଞ୍ଜାମ,୨୬ା୧୨(ଅନାଥ ତରାଇ/ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଋଷିକୂଲ୍ୟା ନଦୀ ମୁହାଣର ବେଳାଭୂମିରେ ଏକ ଉଲେଖନୀୟ ପଦକ୍ଷେପ ନିଆଯାଇଛି। ଏଠାରେ ୨ଟି ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri