Posted inଖେଳ

ଭାରତ-ପାକିସ୍ତାନ ମୁକାବିଲା ଆଜି

ଦୁବାଇ, ୨୩।୧ (ପି.ଟି.): ଚଳିତ ଆଇସିସି ଚାମ୍ପିୟନ୍ସ ଟ୍ରଫିର ସବୁଠାରୁ ହେଭିଓ୍ବେଟ ଲଢ଼େଇ ଭାରତ-ପାକିସ୍ତାନ ମୁକାବିଲା ରବିବାର ଅନୁଷ୍ଠିତ ହେବ। ଏଥିପାଇଁ ଦୁବାଇ କ୍ରିକେଟ ଷ୍ଟାଡିୟମ ପ୍ରସ୍ତୁତ। ଉଭୟ ଦେଶର କ୍ରିକେଟ ପ୍ରେମୀଙ୍କ ମନରେ ନାହିଁ ନ ଥିବା ଉତ୍ସାହ। ଏଥିରେ ବିଜୟୀ ହୋଇ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଦଳ ସେମିଫାଇନାଲରେ ପ୍ରବେଶ ଲକ୍ଷ୍ୟ ରଖିଛି। ମହମ୍ମଦ ରିଜଓ୍ବାନଙ୍କ ପାକିସ୍ତାନ ଦଳ ପାଇଁ ଏହି ମ୍ୟାଚ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ଭାରତ ନିକଟରୁ ହାରିଲେ ଦଳର ସେମିଫାଇନାଲ ପ୍ରବେଶ ଆଶା କ୍ଷୀଣ ହୋଇଯିବ। ତେଣୁ ଟୁର୍ନାମେଣ୍ଟରୁ ଶୀଘ୍ର ବିଦାୟକୁ ଏଡ଼ାଇବା ପାଇଁ ଏହି ଦଳ ନିଶ୍ଚିତ ଚେଷ୍ଟା କରିବ। ବାଂଲାଦେଶ ବିପକ୍ଷରେ ୬ ଉଇକେଟରେ ବିଜୟ ଫଳରେ ଭାରତର ମନୋବଳ ବହୁ ଉଚ୍ଚରେ ରହିଛି। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡଠାରୁ ୬୦ ରନରେ ହାରିବାପରେ ପାକିସ୍ତାନ ଆଶଙ୍କା ମଧ୍ୟରେ ରହିଛି।

ଦୁଇ ଉପମହାଦେଶୀୟ ଦଳ ମଧ୍ୟରେ ୨୦୧୭ ଫାଇନାଲରେ ଶେଷଥରପାଇଁ ମୁକାବିଲା ହୋଇଥିଲା। ଏଥିରେ ବିଜୟୀ ହୋଇ ପାକିସ୍ତାନ ଚାମ୍ପିୟନ ହୋଇଥିଲା। ଏହି ମ୍ୟାଚରୁ ପ୍ରେରଣା ହାସଲ କରି ରିଜଓ୍ବାନଙ୍କ ଦଳ ଆଗାମୀ ମ୍ୟାଚରେ ଅବତୀର୍ଣ୍ଣ ହେବାକୁ ଲକ୍ଷ୍ୟ ରଖିଛି। ତେବେ ଏଥିପାଇଁ ଦଳକୁ ସବୁ ବିଭାଗରେ ଭଲ ପ୍ରଦର୍ଶନ କରିବାକୁ ହେବ। ଭାରତ-ପାକିସ୍ତାନ ମ୍ୟାଚ ସବୁବେଳେ କ୍ରିକେଟଠାରୁ ଊର୍ଦ୍ଧ୍ୱରେ ରହିଥାଏ। ଏଥିରେ ପ୍ରଶଂସକଙ୍କ ଭାବାବେଗ ଜଡ଼ିତ ରହିଥାଏ। ତେଣୁ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଉଭୟ ଦଳର ଖେଳାଳି ଅତିରିକ୍ତ ଚାପର ବଶବର୍ତ୍ତୀ ହୋଇଥାନ୍ତି। ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଫର୍ମକୁ ଫେରୁଥିବା ସୂଚନା ମିଳିଛି। ଟପ୍‌ ଅର୍ଡରରେ ତାଙ୍କର ଦ୍ରୁତ ୪୧ ରନ ଭାରତକୁ ୨୨୯ ରନ ଚେଜ୍‌ କରିବାରେ ବିଶେଷ ସହାୟକ ହୋଇଥିଲା। ଶୁବମନ ଗିଲ୍‌ ୮ମ ଦିନିକିଆ ଶତକ ହାସଲ କରି ଭାରତୀୟ ବ୍ୟାଟିଂର ମେରୁଦଣ୍ଡ ସାଜିଥିଲେ। ଅନ୍ୟପକ୍ଷରେ ୩୨୦ ରନ ବିଜୟ ଲକ୍ଷ୍ୟକୁ ପିଛା କରୁଥିବାବେଳେ ବାବର ଆଜମଙ୍କ ୯୦ ବଲ୍‌ରୁ ୬୪ ରନ ସମାଲୋଚନାର ସରବ୍ୟ ହୋଇଥିଲା। ଆହତ ସମସ୍ୟା ଯୋଗୁ ଓପନର ଫଖର ଜମନ ଆସନ୍ତା ମ୍ୟାଚ ଖେଳିବେ ନାହିଁ। ତାଙ୍କ ସ୍ଥାନରେ ଇମାମ ଉଲ୍‌ ହକ୍‌ ଦଳରେ ସାମିଲ ହୋଇଛନ୍ତି। ତେବେ ମିଡିଲ ଅର୍ଡରରେ ଖୁସ୍‌ଦିଲ ଶାହାଙ୍କ ଆକ୍ରମଣାତ୍ମକ ୬୯ ରନ ଦଳପାଇଁ ଆଶା ସଞ୍ଚାର କରିଛି।

ପୂର୍ବ ମ୍ୟାଚରେ ବିରାଟ କୋହଲି ଭଲ ଆରମ୍ଭ କରିଥିଲେ ହେଁ ତାହାକୁ ବଡ଼ ସ୍କୋରରେ ପରିଣତ କରିପାରି ନ ଥିଲେ। ପାକିସ୍ତାନ ବିପକ୍ଷ ମ୍ୟାଚରେ ତାଙ୍କ ଉପରେ ସ୍ବତଃ ନଜର ରହିବ। ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ତାଙ୍କଠାରୁ ପ୍ରଶଂସକ ଏକ ବଡ଼ ଇନିଂସ ଆଶା କରିବେ ନିଶ୍ଚିତ। ନ୍ୟୁଜିଲାଣ୍ଡ ବିପକ୍ଷରେ ଶାହିନ ଶାହା ଆଫ୍ରିଦୀଙ୍କ ନେତୃତ୍ୱାଧୀନ ଦଳର ବୋଲିଂ ଆକ୍ରମଣ ପ୍ରଭାବୀ ହୋଇ ନ ଥିଲା। ଅନ୍ୟପକ୍ଷରେ ଫିଟ୍‌ ହୋଇ ଦଳକୁ ଫେରିଥିବା ମହମ୍ମଦ ଶାମିଙ୍କ ନେତୃତ୍ୱରେ ଭାରତୀୟ ବୋଲିଂ ବାହିନୀ ଗତ ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରିଥିଲା। ନିଜେ ଶାମି ୫ ଉଇକେଟ ନେଇ ବିପକ୍ଷ ଦଳ ଗୁଡ଼ିକୁ ସଚେତନ କରାଇ ଦେଇଥିଲେ। ଆଇସିସିର ବଡ଼ ଟୁର୍ନାମେଣ୍ଟ ଗୁଡ଼ିକରେ ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଇଥାନ୍ତି। ୨୦୧୭ ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ସେ ଏକାକୀ ଲଢ଼େଇ କରିଥିଲେ। ଆଗାମୀ ମ୍ୟାଚରେ ଭାରତ ଏହାର ବିଜୟୀ କମ୍ବିନେଶନକୁ ଅପରିବର୍ତ୍ତିତ ରଖିବା ଆଶା କରାଯାଉଛି। ଏହା ହେଲେ ୩ ସ୍ପିନର କୁଲଦୀପ ଯାଦବ, ରବୀନ୍ଦ୍ର ଜାଡେଜା ଓ ଅକ୍ଷର ପଟେଲଙ୍କୁ ପୁଣି ପାକିସ୍ତାନ ବିପକ୍ଷରେ ଦେଖିବାକୁ ମିଳିବ।

ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ୍‌, ବିରାଟ କୋହଲି, ଶ୍ରେୟସ ଆୟର, ଲୋକେଶ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ଓ୍ବାଶିଂଟନ ସୁନ୍ଦର, କୁଲଦୀପ ଯାଦବ, ମହମ୍ମଦ ଶାମି, ଅର୍ଶଦୀପ ସିଂ, ହର୍ଷିତ ରାଣା, ରିଷଭ ପନ୍ତ, ରବୀନ୍ଦ୍ର ଜାଡେଜା, ବରୁଣ ଚକ୍ରବର୍ତ୍ତୀ।

ପାକିସ୍ତାନ ଦଳ: ମହମ୍ମଦ ରିଜଓ୍ବାନ (ଅଧିନାୟକ), ସଲମାନ ଅଲୀ ଆଘା, ବାବର ଆଜମ, ଫଖର ଜମନ, କମରାନ ଘୁଲାମ, ସୌଦ ଶକିଲ, ତାୟାବ ତାହିର, ଫହିମ ଅଶ୍ରଫ, ଖୁସଦିଲ ଶାହା, ଉସମାନ ଖାଁ ଅବ୍ରାର ଅହମଦ, ହାରିସ ରୌଫ, ମହମ୍ମଦ ହାସନ, ନସିମ ଶାହା, ଶାହିନ ଶାହା ଆଫ୍ରିଦୀ।


Enter your email to get our daily news in your inbox.

All Right Reserved By Dharitri.Com

ସକାଳୁ ସକାଳୁ ବର୍ଷାକୁ ନେଇ ବଡ଼ ଅପଡେଟ୍‌: ଜାରି ହେଲା ଆଲର୍ଟ, ଓଡ଼ିଶାର ଏହି ଜିଲାରେ…

ଭୁବନେଶ୍ୱର,୨୦ା୯(ସୌମ୍ୟରଞ୍ଜନ ରାଉତ): ଉତ୍ତର ଆଣ୍ଡାମାନ ସାଗର ଓ ତା’ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଶନିବାର ସାରେ ଲଘୁଚାପର ରୂପ ନେଇଛି। ପଶ୍ଚିମ ଓ ଉତ୍ତର ପଶ୍ଚିମ…

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ଭାରତୀୟ କ୍ରିକେଟ ଦଳକୁ ନେଇ ହଟଚମଟ; Asian Gamesକୁ ନେଇ ଉଠିଲା ନୂଆ ବିବାଦ

ନୂଆଦିଲ୍ଲୀ,୧୯।୯: ୨୦୨୬ ଏସୀୟ କ୍ରୀଡ଼ା ପାଇଁ ଭାରତୀୟ ପୁରୁଷ କ୍ରିକେଟ ଦଳ ରବିବାର ଜାପାନ ଗସ୍ତ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଏହି ଯାତ୍ରା ପୂର୍ବରୁ ଏକ…

ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯ା୯: ମଧ୍ୟପ୍ରଦେଶରେ ୭ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ଏନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇ…

ବିରାଟ କୋହଲିଙ୍କ କ୍ରେଜ ଦେଖିଛନ୍ତି? ମାତ୍ର ୨୪ ଘଣ୍ଟା ମଧ୍ୟରେ ବିକ୍ରି ହୋଇଯାଇଥିଲା ପ୍ରଥମ ଦିନିକିଆ ମ୍ୟାଚ ପାଇଁ ୫୦,୦୦୦ ଟିକେଟ

ନୂଆଦିଲ୍ଲୀ,୧୯।୯: ୱେଷ୍ଟଇଣ୍ଡିଜ କ୍ରିକେଟ ଦଳ ତିନୋଟି ODI (ଏକଦିବସୀୟ) ଏବଂ ପାଞ୍ଚୋଟି T20I ମ୍ୟାଚ ବିଶିଷ୍ଟ ସିରିଜ ପାଇଁ ଭାରତ ଗସ୍ତ କରୁଛି। ଏହି ଗସ୍ତ ସେପ୍ଟେମ୍ବର…

ଦିଲ୍ଲୀ ଗଣବଳାତ୍କାରକୁ ନେଇ ବର୍ଷିଲେ ରାହୁଲ-ପ୍ରିୟଙ୍କା, ପୋଲିସକୁ ଟାର୍ଗେଟ୍‌ କରି କହିଲେ ପ୍ରତିଦିନ…

ନୂଆଦିଲ୍ଲୀ,୧୯ା୯: ଦିଲ୍ଲୀର ସ୍ବରୂପ ନଗରରେ ଜଣେ ନାବାଳିକାଙ୍କୁ ପ୍ରଥମେ ବଳାତ୍କାର ଏବଂ ପରେ ନିର୍ମମ ଭାବରେ ହତ୍ୟା କରାଯାଇଛି। ଏହି ମାମଲାରେ ପୋଲିସ ୧୯ ବର୍ଷୀୟ ଯୁବକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?