Categories: ଫୁରସତ

ଭାଲୁ, ସିଂହ ସହ ସେଲ୍‌ଫି ନେଉଥିଲେ ଯୁବତୀ, ଆଉ ତା’ ପରେ…

ଆଜିକାଲି ସୋସିଆଲ ମିଡିଆ ଯୁଗ। ଏମିତିରେ ବି ସମସ୍ତଙ୍କ ହାତରେ ଆଣ୍ଡ୍ରଏଡ ଫୋନ୍‌। ତେଣୁ ଲୋକେ ଭଲ ଫଟୋ ଉଠାଇବା ଏବଂ ପୋଷ୍ଟ କରିବାକୁ ବହୁତ ପସନ୍ଦ କରୁଛନ୍ତି। ବେଳେବେଳେ ଏହି ଅଭ୍ୟାସ ସେମାନଙ୍କ ଜୀବନରେ ଅନେକ ଅସୁବିଧା ସୃଷ୍ଟି କରେ। ବନ୍ୟ ପ୍ରାଣୀମାନଙ୍କ ସହିତ ସେଲ୍‌ଫି ନେବାକୁ ଚେଷ୍ଟା କରୁଥିବା ଜଣେ ଯୁବତୀଙ୍କ ସହ ସେମିତି ଏକ ଭୟଙ୍କର ଘଟଣା ଘଟିଥିଲା। ଯାହା ଏକ ଭିଡିଓ ଦେଖିଲେ ଜାଣିବେ…

ଭିଡିଓରେ ଜଣେ ଯୁବତୀ ପ୍ରାଣୀ ଉଦ୍ୟାନରେ ଜଙ୍ଗଲୀ ଜୀବଙ୍କ କେଭ୍‌ ନିକଟକୁ ଯାଇ ସେଲ୍‌ଫି ନେଉଥିଲେ। ପରବର୍ତ୍ତୀ ମୁହୂର୍ତ୍ତରେ ଭାଲୁଟି ପଛରୁ ତାଙ୍କ ଟି-ଶର୍ଟ୍‌ ଟାଣିବା ଆରମ୍ଭ କଲା। ସୌଭାଗ୍ୟବଶତଃ ସେଠାରେ ଉପସ୍ଥିତ ଥିବା ଜଣେ ବ୍ୟକ୍ତି ଯୁବତୀଙ୍କୁ ଟାଣି ନେଇଥିଲେ, ନଚେତ୍‌ ଏକ ବଡ଼ ଅଘଟଣ ଘଟିଥାନ୍ତା।

_hasret_kokulum_ ନାମକ ଏକ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଭିଡିଓଟି ଶେୟାର କରାଯାଇଛି। ଯାହାକୁ ଦେଖି ଲୋକମାନେ ଭୟଭୀତ ହୋଇଯାଇଛନ୍ତି। ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୨.୩ ମିଲିୟନରୁ ଅଧିକ ଅର୍ଥାତ୍‌ ୨୩ ଲକ୍ଷ ଲୋକ ଦେଖିଥିବାବେଳେ ୪୩ ହଜାରରୁ ଅଧିକ ଲୋକ ଏହାକୁ ପସନ୍ଦ କରିଛନ୍ତି। ଅନେକ ଲୋକ ଭିଡିଓ ଉପରେ ନିଜର ପ୍ରତିକ୍ରିୟା ଲେଖିଛନ୍ତି। ଜଣେ ୟୁଜର ଲେଖିଛନ୍ତି, ଏପରି ମୁର୍ଖତା କରାଯିବା ଉଚିତ ନୁହେଁ।

Share