କୋଳି ତୋଳିବାକୁ ଜଙ୍ଗଲକୁ ଯାଇଥିଲେ ଯୁବତୀ, ୩ ଭାଲୁଙ୍କ ହାବୁଡ଼ରେ ପଡ଼ିଗଲେ, ଆଉ ତା’ପରେ…

ପାଟଣା,୪ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସଡ଼ଙ୍ଗ ବାହାଳି ଗ୍ରାମରେ ସୋମବାର ସକାଳୁ ଭାଲୁ ଆକ୍ରମଣରେ ଜଣେ ଯୁବତୀ ଗୁରୁତର ହୋଇଛନ୍ତି । ଗୁରୁତର ଜଣକ ହେଉଛନ୍ତି ଶ୍ରୀଦେବୀ ମୁଣ୍ଡା। ତାଙ୍କୁ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଭାଲୁ ଆକ୍ରମଣରେ ତାଙ୍କର ଦୁଇ ଗୋଡ଼ ଜଙ୍ଘରେ ଗଭୀର କ୍ଷତ ହୋଇଛି। ସେ ଚାର କୋଳି ସଂଗ୍ରହ କରିବା କୁ ଯାଇଥିବା ସମୟରେ ପାଖ ଜଙ୍ଗଲରୁ ଆସିଥିବା ୩ ଭାଲୁଙ୍କ ହାବୁଡ଼ରେ ପଡ଼ିଥିଲେ। ସେ ଚିତ୍କାର କରିବାରୁ ଲୋକେ ପାଟି ଶୁଣି ପହଞ୍ଚି ଭାଲୁଙ୍କୁ ଘୋଡାଇବାରୁ ଭାଲୁ ପାଖ ଜଙ୍ଗଲକୁ ପଳାଇଥିଲେ।

Dharitri – Odisha’s No.1 Odia Daily

Share