Posted inଫୁରସତ

ହାତୀକୁ କଦଳୀ ଦେଉଥିଲେ ଯୁବତୀ, ଦେଲା ପାନେ, ଭିଡିଓ ଦେଖିଲେ…

ହାତୀମାନେ ଶାନ୍ତିପୂର୍ଣ୍ଣ ପ୍ରାଣୀ ହୋଇଥିଲେ ମଧ୍ୟ ଯେତେବେଳେ ସେମାନଙ୍କ ଜୀବନ ପ୍ରତି ବିପଦ ଆସିଥାଏ ସେମାନେ ଆକ୍ରମଣ କରିବାକୁ ପଛାନ୍ତି ନାହିଁ। ଏମିତି ଜଣେ ଯୁବତୀଙ୍କ କ୍ଷେତ୍ରରେ ଘଟିଛି। ଜଣେ ଯୁବତୀ ହାତୀ ପାଖକୁ ଯାଇ ତାକୁ ନିଜ ହାତରେ କଦଳୀ ଖାଇବାକୁ ଦେଇଥିଲେ। ପରେ ଯାହା ଘଟିଲା, ଭିଡିଓ ଦେଖିଲେ ଜାଣିପାରିବେ…

 

View this post on Instagram

 

A post shared by Travel (@travel.2060)

travel.2060 ନାମକ ଏକ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଭିଡିଓଟି ପୋଷ୍ଟ କରାଯାଇଛି। ଯେଉଁଥିରେ ଜଣେ ଯୁବତୀ ହାତୀକୁ କଦଳୀ ଖାଇବାକୁ ଦେଉଛନ୍ତି। ହାତୀଟିର ଆକାର ଦେଖି ସାଧାରଣ ଲୋକ ଭୟଭୀତ ହୋଇଯାନ୍ତି। କିନ୍ତୁ ଅତି ସାହସର ସହିତ ଯୁବତୀ ଜଣକ ତା’ ନିକଟକୁ ଯାଇ କଦଳୀ ଖାଇବାକୁ ଦେଉଥିଲେ।

ହାତୀ ପଛରେ ପର୍ବତ, ହ୍ରଦ ଇତ୍ୟାଦି ଦେଖିବାକୁ ମିଳିଛି। ଯୁବତୀ ଜଣକ ଏହି ସମୟରେ ଗୋଟିଏ ହାତରେ କଦଳୀ କାନ୍ଧି ଧରିଥିବା ବେଳେ ଆଉ ଏକ ହାତରେ ଗୋଟିଏ କଦଳୀ ଧରିଛନ୍ତି। ହାତୀର ଶୁଣ୍ଢ ଏବଂ ଦାନ୍ତ ଏତେ ବଡ ଦେଖାଯାଉଛି ଯେ, ଯଦି ଥରେ ଠେଲିଦେବ ଜୀବନ ଚାଲିଯିବ। ଯୁବତୀ ଜଣକ ଥରେ ଦୁଇଥର ହାତୀକୁ କଦଳୀ ଖାଇବାକୁ ଦେବା ପାଇଁ ଚେଷ୍ଟା କରନ୍ତି। ତା’ ପରେ ହଠାତ୍‌ ଶୁଣ୍ଢ ଉଠାଇ ଯୁବତୀଙ୍କୁ ଏମିତି ଆକ୍ରମଣ କଲେ ଯେ, ସେ ପଡ଼ିଗଲେ।

ଏହି ଭିଡିଓଟି ବର୍ତ୍ତମାନ ସୁଦ୍ଧା ୮୯ ଲକ୍ଷ ଭ୍ୟୁ ପାଇଛି। ଅନେକ ଲୋକ ମନ୍ତବ୍ୟ ଦେଇଛନ୍ତି। ଜଣେ ୟୁଜର କହିଛନ୍ତି, ହାତୀମାନେ ବହୁତ ଚତୁର, ସେମାନଙ୍କ ସହ ଖେଳିବା ଉଚିତ ନୁହଁ। ଜଣେ କହିଛନ୍ତି, ଲୋକମାନେ ନିଜକୁ ଭଲ ପାଆନ୍ତି ନାହିଁ ଯେ, ସେମାନେ ଏପରି କାର୍ଯ୍ୟ କରିବାକୁ ପହଞ୍ଚନ୍ତି। ଜଣେ କହିଛନ୍ତି, ଏଭଳି ଘଟଣା ଆଶା କରାଯାଇ ନ ଥିଲା, ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ।


Enter your email to get our daily news in your inbox.

All Right Reserved By Dharitri.Com

ଦେବଗଡରେ କାଳବୈଶାଖୀ: ବିଦ୍ୟୁତ୍‌ ଖୁଣ୍ଟ ଉପୁଡି ଯାତାୟାତ ବାଧାପ୍ରାପ୍ତ

ଦେବଗଡ,୨୮।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲାର ବିଭିନ୍ନ ସ୍ଥାନରେ ହଠାତ୍‌ କାଳବୈଶାଖି ଜନିତ ଝଡବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଜଣାପଡିଛି । ଶୁକ୍ରବାର ସନ୍ଧ୍ୟା ସମୟରେ…

ଆବଶ୍ୟକବେଳେ ମିଳୁନି ୟୁରିଆ, ଚାଷୀ ହନ୍ତସନ୍ତ: କାର୍ଯ୍ୟାନୁଷ୍ଠାନ ଧର୍ମକୁ ଆଖିଠାର

ବରଗଡ଼,୨୮।୩(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଏବଂ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଛି। ଧାନବିକ୍ରି…

ତାଲିକାରୁ ଯୋଗ୍ୟ ପ୍ରାର୍ଥୀଙ୍କ ନାମ ଗାଏବ

ଛତ୍ରପୁର,୨୮ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ହୋମଗାର୍ଡ ନାମଲେଖା ପ୍ରକ୍ରିୟାରେ ଏକ ସାଂଘାତିକ ତ୍ରୁଟି ସାମ୍ନାକୁ ଆସିଛି, ଯାହା ଚୟନ ପ୍ରକ୍ରିୟାର ସ୍ବଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।…

ଓଲିଙ୍କୁ ବାନ୍ଧିଲା ପୋଲିସ: ଆକ୍ସନ ମୋଡ୍‌ରେ ବାଲେନ୍ଦ୍ର ସରକାର

କାଠମାଣ୍ଡୁ,୨୮।୩: ନେପାଳରେ କ୍ଷମତା ପରିବର୍ତ୍ତନ ସହିତ ବର୍ତ୍ତମାନ ଏକ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ବାଲେନ୍ଦ୍ର ଶାହା ସରକାର କ୍ଷମତାକୁ ଆସିବା ପରେ ଆକ୍ସନ ମୋଡ୍‌ରେ ନଜର ଆସିଛନ୍ତି।…

ପ୍ରତି ଲକ୍ଷେ ଜନ୍ମରେ ୨୪,୭୦୦ ମାତୃମୃତ୍ୟୁ

ନୂଆଦିଲ୍ଲୀ,୨୮ା୩: ଦକ୍ଷିଣ ଏସିଆ ଓ ଅନ୍ୟ ଉପସାହାରୀୟ ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକରେ ମାତୃ ମୃତ୍ୟୁହାର ଅତ୍ୟନ୍ତ ଚିନ୍ତାଜନକ ରହିଛି। ୨୦୨୩ରେ ଭାରତ ସମେତ ଏହି ଅଞ୍ଚଳରେ ପ୍ରତି ୧…

ଆଜିଠୁ ଆଇପିଏଲ୍‌: ମୁହାଁମୁହିଁ ହେବେ ଏହି ୨ ଟିମ୍‌

ବେଙ୍ଗାଲୁରୁ, ୨୮।୩:ଅନ୍ତର୍ଜାତୀୟ ଟି୨୦ରେ ସବୁଠାରୁ ବ୍ୟୟବହୁଳ ଲିଗ୍‌ ଆଇପିଏଲ୍‌ (ଇଣ୍ଡିଆନ ପ୍ରିମିୟର ଲିଗ୍‌)ର ୧୯ଶ ସଂସ୍କରଣ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହା ମେ’ ୩୧ ପର୍ଯ୍ୟନ୍ତ…

ଓଲଟିଲା ଟୁରିଷ୍ଟ ବସ୍‌: ଚାଲିଗଲା ୫ ଜୀବନ

ନୟାଗଡ଼,୨୮।୩(ଲୋକନାତ ମିଶ୍ର):ନୟାଗଡ଼ ଜିଲା ଦଶପଲା ବ୍ଲକ ବାଣୀଗୋଛା ଥାନା ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥର ଟାକେରାରେ ଟୁରିଷ୍ଟ ବସ ଓଲଟି ଡ୍ରାଇଭର ସମେତ ୫…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri