Categories: ଫୁରସତ

ମାଙ୍କଡ଼କୁ ବିସ୍କୁଟ୍‌ ଖୁଆଉଥିଲେ ଯୁବତୀ, ପରେ ଯାହା ଘଟିଲା, ଭିଡିଓ ଦେଖିଲେ…

ପର୍ଯ୍ୟଟକମାନେ କୁକୁର, ବିଲେଇ କିମ୍ବା ମାଙ୍କଡ଼ମାନଙ୍କୁ ଖାଦ୍ୟ ଦେବା ଏକ ସାଧାରଣ ଅଭ୍ୟାସ। କିନ୍ତୁ ଯେତେବେଳେ ପଶୁମାନେ ଏପରି କରୁଥିବା ବ୍ୟକ୍ତିଙ୍କୁ ସମ୍ପୂର୍ଣ୍ଣ ଅବହେଳା କରନ୍ତି, ତାହା ଅସାଧାରଣ ବା ଆଶ୍ଚର୍ଯ୍ୟ ଲାଗିଥାଏ। ସୋସିଆଲ ମିଡିଆରେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ମାଙ୍କଡ଼ମାନଙ୍କର ଆଚରଣ ଅତି ଅଜବ।

saloni_satpute_official ନାମକ ଏକ ଇନ୍‌ଷ୍ଟାଗ୍ରାମ ପେଜ୍‌ରେ ଭିଡିଓଟି ଶେୟାର କରାଯାଇଛି। ଏଥିରେ କ୍ୟାପ୍‌ଶନ ଲେଖାଯାଇଛି, ‘ଆପଣ କେବେ ଏହିପରି କଟୁ ଅପମାନର ସମ୍ମୁଖୀନ ହୋଇଛନ୍ତି କି? ମୋର ଏକ ପ୍ରିୟ ସ୍ମୃତି।’

କ୍ଲିପ୍‌ ଆରମ୍ଭରେ ରାସ୍ତା କଡ଼ରେ ଥିବା ଡିଭାଇଡର୍‌ ଉପରେ ବସିଥିବା ମାଙ୍କଡ଼କୁ ଜଣେ ଯୁବତୀ ବିସ୍କୁଟ ଦେଉଥିବାର ନଜର ଆସିଛନ୍ତି। କିନ୍ତୁ ମାଙ୍କଡ଼ ତାଙ୍କୁ ଅଣଦେଖା କରି ଆଗକୁ ଚାଲିଯାଉଛି। ଭିଡିଓରେ ଆଉ କିଛି ମାଙ୍କଡ଼ ମଧ୍ୟ ନଜର ଆସିଛନ୍ତି ଏବଂ ସେମାନେ ମଧ୍ୟ ସମାନ ଆଚରଣ କରୁଛନ୍ତି।

ଏହି ସମୟରେ ଏକ ମାଙ୍କଡ଼ ତାଙ୍କ ହାତରୁ ବିସ୍କୁଟ ନେଇ ଶୁଙ୍ଘିଲା। ପରେ ଯୁବତୀଙ୍କ ଉପରକୁ ଏହା ଫିଙ୍ଗିଦେଲା। ଆଗକୁ ଆସୁଥିବା ମାଙ୍କଡ଼ ଠିକ ସେହିପରି କରୁଛି। କିଛିଦିନ ପୂର୍ବରୁ ଭିଡିଓଟି ଶେୟାର କରାଯାଇଛି। ବର୍ତ୍ତମାନ ସୁଦ୍ଧା ଏହି ଭିଡିଓକୁ ୧୭.୩ ମିଲିୟନ ଲୋକ ଦେଖିସାରିଲେଣି। ହଜାର ହଜାର ଲୋକ କମେଣ୍ଟ ମଧ୍ୟ ଦେଇଛନ୍ତି।
ଜଣେ ୟୁଜର ଲେଖିଛନ୍ତି, କି ଅପମାନ!

Share