କୋଭିଡ୍‌, ମଙ୍କିପକ୍ସ, ଏଚ୍‌ଆଇଭିରେ ସଂକ୍ରମିତ ହେଲେ ଯୁବକ

ରୋମ, ୨୫ା୮: ଇଟାଲୀର ଜଣେ ୩୬ ବର୍ଷୀୟ ଯୁବକ ଏକାସଙ୍ଗେ କୋଭିଡ୍‌-୧୯, ମଙ୍କିପକ୍ସ ଏବଂ ଏଚ୍‌ଆଇଭିରେ ସଂକ୍ରମିତ ହୋଇଛନ୍ତି। ଯୁବକ ଜଣକ ଜୁନ୍‌ରେ ସ୍ପେନ୍‌ ଯାଇଥିଲେ। ସେଠାରୁ ଫେରିବା ପରେ ତାଙ୍କ ଗଳା ବ୍ୟଥା ହେବ ସହ ଥକା ଲାଗିବା, ଥଣ୍ଡା, ମୁଣ୍ଡବିନ୍ଧା ଆଦି ଲକ୍ଷଣ ଦେଖାଦେଇଥିଲା। ଜୁଲାଇ ୨ରେ ତାଙ୍କ କୋଭିଡ୍‌ ଟେଷ୍ଟ ରିପୋର୍ଟ ପଜିଟିଭ୍‌ ଆସିଥିଲା। ସେ ଗତ ଜାନୁୟାରୀରେ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିଲେ। ପରେ ତାଙ୍କ ଦେହରେ ଫୋଟକା ହେବା ସହ ଦାଗ ପଡ଼ିଯାଇଥିଲା। ଫଳରେ ତାଙ୍କ ନମୁନା ପୁଣି ଟେଷ୍ଟ ପାଇଁ ଯାଇଥିଲା। ଏଥିରୁ ସେ ଉଭୟ ମଙ୍କିପକ୍ସ ଏବଂ ଏଚ୍‌ଆଇଭିରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସ୍ପେନ୍‌ରେ ଥିବା ବେଳେ ସେ କୌଣସି ପୁରୁଷଙ୍କ ସହ ଅସୁରକ୍ଷିତ ଯୌନ ସମ୍ପର୍କ ରଖିଥିବା ଜଣାପଡ଼ିଛି। ତାଙ୍କଠାରେ ପଶ୍ଚିମ ଆଫ୍ରିକାର ମଙ୍କିପକ୍ସ ଭୂତାଣୁ କ୍ଲେଡ୍‌ ଠାବ ହୋଇଛି।

Share