ଯୁବପିଢ଼ି ଓ ହୃଦ୍‌ରୋଗ

ବର୍ତ୍ତମାନ ହୃଦ୍‌ରୋଗ ବୟସ୍କମାନଙ୍କଠାରୁ ଯୁବଗୋଷ୍ଠୀଙ୍କ ପାଖରେ ଅଧିକ ଦେଖାଯାଉଛି ବୋଲି ଏକ ସର୍ଭେରୁ ଜଣାପଡିଛି। ‘ଯୁବପିଢ଼ି ଓ ହୃଦ୍‌ରୋଗ’ ଶୀର୍ଷକ ବିଷୟକୁ ନେଇ ୟୁନିଭର୍ସିଟି ଅଫ୍‌ କାଲିଫର୍ନିଆର ବିଶେଷଜ୍ଞମାନେ ଏକ ସର୍ଭେ କରିଥିଲେ। ଅସନ୍ତୁଳିତ ଜୀବନଶୈଳୀ, ଖାଦ୍ୟପେୟ ଏବଂ ନିଜ ଶାରୀରିକ ସମସ୍ୟା ପ୍ରତି ଠିକ୍‌ ସମୟରେ ଦୃଷ୍ଟି ନ ଦେବା ଫଳରେ ଅଧିକାଂଶ ଯୁବପିଢ଼ି ଏପରି ଗୁରୁତର ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି ସର୍ଭେ ରିପୋର୍ଟରେ ଦର୍ଶାଯାଇଛି। ଯଦି ଆପଣ ଡାଇବେଟିସ୍‌ କିମ୍ବା ରକ୍ତଚାପ (ବ୍ଲଡପ୍ରେସର) ପରି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି, ତେବେ ହୃଦ୍‌ଘାତର ଶିକାର ହେବାର ଆଶଙ୍କା ଅଧିକ ରହିଛି। ତେଣୁ ଏ ନେଇ ସତର୍କ ରହିବା ନିହାତି ଦରକାର। ଅନ୍ୟପକ୍ଷରେ କୋଲେଷ୍ଟରଲ, ରକ୍ତଚାପ ଓ ଡାଇବେଟିସ୍‌କୁ ସବୁବେଳେ ନିୟନ୍ତ୍ରଣରେ ରଖନ୍ତୁ। ମାନସିକ ଚାପଠାରୁ ନିଜକୁ ଦୂରେଇ ରଖନ୍ତୁ। ଦୈନନ୍ଦିନ ଜୀବନ ତାଲିକାରେ ବ୍ୟାୟାମ ସାମିଲ କରନ୍ତୁ। ନିଶାଦ୍ରବ୍ୟ ସେବନଠାରୁ ନିଜକୁ ଯେତେ ଦୂରରେ ରଖିବେ ତାହା ସେତେ ଭଲ। ଅଧିକ ମସଲା, ତେଲଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ।