ମାଛ ଧରିବାକୁ ଯାଇ ବୈତରଣୀ ନଦୀରେ ଭାସିଗଲେ ଯୁବକ, ତାପରେ….

ପାଟଣା,୭।୭(ବୀର କିଶୋର ଦାଶ): ମାଛ ମାରିବାକୁ ଯାଇ ବୈତରଣୀ ନଦୀ ମୁହାଣରେ ଭାସି ଜଣେ ଯୁବକ ନିଖୋଜ ହୋଇଛନ୍ତି । ନିଖୋଜ ଯୁବକ ହେଉଛନ୍ତି ଟାଙ୍ଗରପଡ଼ା ପଂଚାୟତ ଅଙ୍କୁରା ଗ୍ରାମର ବିଜୟ ନାଏକ ।

କେନ୍ଦୁଝର ଜିଲା ପାଟଣା ବ୍ଲକ ଅଙ୍କୁରା ଝପାସାହି ନିକଟ ନଦୀ ମୁହାଣକୁ ସୋମବାର ମାଛ ମାରିବାକୁ ଯାଇଥିବା ସମୟରେ ପାଣିର ପ୍ରଖୋର ସ୍ରୋତରେ ଭାସି ଯାଇଥିଲେ । ତେବେ ବର୍ତ୍ତମାନ ସୁଦ୍ଧା ତାଙ୍କର କୌଣସି ପତ୍ତା ମିଳିନାହିଁ । ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଜାରି ରଖିଛନ୍ତି ।

 

Dharitri – Odisha’s No.1 Odia Daily

Share
Tags: patana news