Categories: ଜାତୀୟ

ଯୁବକଙ୍କୁ ପିଟି ମାରିଦେଲେ

ନୂଆଦିଲ୍ଲୀ,୩୧ା୮: ପଶ୍ଚିମ ଦିଲ୍ଲୀର ନାରାଇନାରେ ମୋବାଇଲ୍‌ ଚୋରି ସନ୍ଦେହରେ ଜଣେ ଯୁବକଙ୍କୁ ଗଛରେ ବାନ୍ଧି ପିଟି ପିଟି ମାରିଦିଆଯାଇଛି। ହତ୍ୟା ଅଭିଯୋଗରେ ପୋଲିସ ଘଟଣାସ୍ଥଳରୁ ୪ ଜଣଙ୍କୁ ଗିରଫ କରିଛି। ନାରାଇନାସ୍ଥିତ ଲୋହାମଣ୍ଡିରେ ଜଣେ ବ୍ୟକ୍ତି ଗୁରୁବାର ତାଙ୍କ ନିଖୋଜ ପୁଅଙ୍କୁ ଖୋଜୁଥିବାବେଳେ ୪ ଜଣ ଲୋକ ତାଙ୍କୁ ଲୁହାରଡ୍‌ରେ ପିଟି ମାରିଦେଇଥିଲେ। ଭୋର ୫ଟାରେ ମାଡ଼ ମାରିବାବେଳେ ତାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଉଠିଥିଲେ। ସେମାନେ ଏଥିରୁ ନିବୃତ୍ତ ରହିବାକୁ କହିଥିଲେ। ହେଲେ ଆକ୍ରମଣକାରୀମାନେ ସେମାନଙ୍କ କଥା ଶୁଣି ନ ଥିଲେ। ସମ୍ପୃକ୍ତ ବ୍ୟକ୍ତି ଜଣକ ସେମାନଙ୍କ ଟ୍ରକ୍‌ରୁ ଏକ ମୋବାଇଲ ଫୋନ ଚୋରି କରିଥିବା ଆକ୍ରମଣକାରୀ କହିଥିଲେ।

Share