ସମୁଦ୍ରରେ ପହଁରି ପହଁରି ମାଲେସିଆରୁ ମକ୍କାରେ ପହଞ୍ଚିବା ପାଇଁ ଚାହୁଁଥିଲେ ଯୁବକ, ପରେ ଯାହା ଘଟିଲା ଜାଣିଲେ…

ମାଲେସିଆର ଜଣେ ଯୁବକ ଧର୍ମସ୍ଥଳ ମକ୍କାରେ ପହଞ୍ଚତ୍ବା ପାଇଁ ଯାହା କରିଛନ୍ତି ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଏହି ଯୁବକ ଜଣକ ମାଲେସିଆରୁ ପ୍ରାୟ ୭୦୦୦ କିଲୋମିଟର ଦୂର ସମୁଦ୍ରରେ ପହଁରି ପହଁରି ମକ୍କାରେ ପହଞ୍ଚିବା ପାଇଁ ସମୁଦ୍ରକୁ ଡେଇଁଥିଲେ। ମାତ୍ର ମାଲେସୀୟ ପୋଲିସ ତାଙ୍କୁ ଅଧାରୁ ଅଟକାଇଛି।

ମାଲେସିଆର ୨୮ ବର୍ଷୀୟ ଏହି ଯୁବକ ଜଣଙ୍କର ଇଚ୍ଛା ଥିଲା ସେ ସମୁଦ୍ର ପଥରେ ପହଁରି ପହଁରି ଯାଇ ମକ୍କାରେ ପହଞ୍ଚିବେ। ଅନେକ ଦୂର ପାଣିରେ ପହଁରିବା ପରେ ପୋଲିସ ତାଙ୍କୁ ପାଣିରୁ ଉଦ୍ଧାର କରି ମନୋରୋଗ ହସ୍ପିଟାଲରେ ଭର୍ତ୍ତି କରିଛି।

ସୋସିଆଲ ମିଡିଆରେ ଏହି ଘଟଣାର ଭିଡିଓ ଫୁଟେଜ୍‌ ବେଶ୍‌ ଭାଇରାଲ ହେଉଛି। ପୋଲିସ କହିଛି, ଯୁବକ ଜଣକ ହସ୍ପିଟାଲ ଯିବା ପୂର୍ବରୁ କହିଥିଲେ କି ତାଙ୍କର ଏପରି ଇଚ୍ଛା ଥିଲା ସେ ସମୁଦ୍ର ପାଣିରେ ପହଁରି ମକ୍କାରେ ପହଞ୍ଚତ୍ବେ। ୩ ସପ୍ତାହ ଧରି ସେ ଏପରି ପ୍ରୟାସ କରିଥିଲେ।

ପୋଲିସ କହିଛି, ତାଙ୍କର ଡ୍ରଗ୍‌ ଟେଷ୍ଟ କରାଯାଇଛି। ମାତ୍ର ନେଗେଟିଭ୍‌ ଆସିଛି। ଏହି ଯୁବକ ୧୨ ଜୁଲାଇରେ ମାଲେସିଆରୁ ସମୁଦ୍ରକୁ ଡେଇଁଥିଲେ। ପୋଲିସ ନିକଟରେ ଏହି ଖବର ପହଞ୍ଚିବା ପରେ ସେ ପାଣିରୁ ତାଙ୍କୁ ଉଦ୍ଧାର କରିଥିଲା। ହସ୍ପିଟାଲ ନେଇ ଯାଞ୍ଚ କରିବା ପରେ ତାଙ୍କର ମାନସିକ ବିକୃତ ଥିବା ଜଣାପଡ଼ିଥିଲା।

Share