ଯୁବକଙ୍କୁ ୧୭ଥର ଛୁରି ଭୁସିଲେ ସହଯୋଗୀ: ଆଉ ତା’ପରେ ଘଟିଲା…

ନୂଆଦିଲ୍ଲୀ,୧୨ା୯ :ପୂର୍ବ ଦିଲ୍ଲୀର ମାଣ୍ଡଓ୍ବାଲି ଅଞ୍ଚଳରେ ଜଣେ ୨୨ ବର୍ଷୀୟ ଯୁବକଙ୍କୁ ୧୭ ଥର ଛୁରାମାଡ଼ ହେବାରୁ ତାଙ୍କର ମୃତ୍ୟୁ ଘଟିଥିବା ଶୁକ୍ରବାର ପୋଲିସ କହିଛି। ପୋଲିସ ଜଣକୁ ଗିରଫ କରିଥିବାବେଳେ ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ତନାଘନା ଚଳାଇଛି। ମଣ୍ଡାଓ୍ବାଲିର ଜ୍ଞାନ ବାଟିକା ସ୍କୁଲ ନିକଟରେ ଭାନ୍ସ ଡେଢ଼ା ନାମକ ଯୁବକ ଗୁରୁବାର ରାତିରେ ଛୁରାମାଡ଼ ହୋଇଥିଲା। ଆହତ ଯୁବକଙ୍କୁ ମାକ୍ସ ହସ୍ପିଟାଲ ନିଆଯାଇଥିବାବେଳେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି। ପ୍ରାଥମିକ ତଦନ୍ତ ଅନୁଯାୟୀ, କେଶବ କୁମାର ନାମକ ଯୁବକ ଓ ତାଙ୍କ ସହଯୋଗୀଙ୍କ ସହ ଭାନ୍ସଙ୍କର ବଚସାକୁ କେନ୍ଦ୍ରକରି ହତ୍ୟାକାଣ୍ଡ ଘଟିଥିଲା। କେଶବ ଓ ତାଙ୍କ ସହଯୋଗୀ ମିଶି ଭାନ୍ସଙ୍କୁ ୧୭ ଥର ଛୁରାମାଡ଼ କରିଥିଲେ।

 

Dharitri – Odisha’s No.1 Odia Daily

 

Share