ଜେଲ ଫେରନ୍ତା ଯୁବକଙ୍କୁ ହତ୍ୟା ଘଟଣା: ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୩ ଗିରଫ

ଭୁବନେଶ୍ୱର,୧୮।୭ (ବ୍ୟୁରୋ): ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ପଳାଶୁଣୀସ୍ଥିତ ମୁଣ୍ଡାସାହିଠାରେ ନିର୍ମାଣଧିନ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର (ଏମ୍‌ସିସି) ଭିତରେ ଜେଲ ଫେରନ୍ତା ବିହାରୀ ଯୁବକ ମୁକେଶ ଚୌଧୁରୀଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାର ୪ ମାସ ପରେ ଫେରାର ଥିବା ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୩ଜଣଙ୍କୁ ପୋଲିସ ଗିରଫ କରିଛି। ସେମାନେ ହେଲେ ଏହି ଥାନା ଅନ୍ତର୍ଗତ କେନାଲ ବନ୍ଧ ହାଡ଼ବାଇ ବସ୍ତିରେ ରହୁଥିବା ଢେଙ୍କାନାଳ ଜିଲା ନିହଲପ୍ରସାଦ ଥାନା ବେଗ ଗ୍ରାମର ମୁଖ୍ୟ ଅଭିଯୁକ୍ତ ଚନ୍ଦନ ପାଢ଼ି (୩୨), ଆଖଣ୍ଡଳମଣୀ ବସ୍ତିରେ ରହୁଥିବା ଜଙ୍କିଆ ଥାନା ଅଞ୍ଚଳର ରଞ୍ଜନ କୁମାର ସାହୁ ଓରଫ କୁକୁଡ଼ା (୨୯) ଓ ପଳାଶୁଣୀରେ ରହୁଥିବା ରାଜେଶ କୁମାର ମହାନ୍ତି ଓରଫ ରାଜା (୨୭)। ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ମାମଲା (ନଂ.୬୧/୨୦୨୨)ରେ ରବିବାର ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟକୁ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅଭିଯୁକ୍ତ କୁକୁଡ଼ାଙ୍କ ନାମରେ ମଞ୍ଚେଶ୍ୱର ଓ ଶହୀଦନଗର ଥାନାରେ ୨ଟି ଲେଖାଏ ମାମଲା ରହିଥିବାବେଳେ ରାଜେଶଙ୍କ ନାମରେ ମଞ୍ଚେଶ୍ୱର ଥାନାରେ ମଧ୍ୟ ୨ ମାମଲା ରହିଛି।
କ୍ରାଇମ ସିନ୍‌ ରିକ୍ରିଏଟ୍‌ କଲା ପୋଲିସ
ରବିବାର ଅପରାହ୍ନ ପ୍ରାୟ ୧ଟା ବେଳେ କ୍ରାଇମ ସିନ୍‌ ରିକ୍ରିଏଟ କରିବାକୁ ପୋଲିସ ଟିମ ୩ ଅଭିଯୁକ୍ତଙ୍କୁ ଉକ୍ତ ମାଇକ୍ରୋ କମ୍ପୋଷ୍ଟ ସେଣ୍ଟରକୁ ନେଇଥିଲା। ସେଠାରେ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା। ଅଭିଯୁକ୍ତମାନେ କିପରି ମୁକେଶଙ୍କୁ ହତ୍ୟା କରିଥିଲେ, ଉକ୍ତ ଘଟଣାକୁ ଗୋଟି ଗୋଟି କରି ବର୍ଣ୍ଣନା କରିଥିଲେ।
ତଦନ୍ତକୁ ବାଟବଣା କରୁଥିଲେ ଅଭିଯୁକ୍ତ କୁକୁଡ଼ା, ରାଜେଶ
ଘଟଣା ପରେ ଚନ୍ଦନ ଫେରାର ହୋଇଯାଇଥିଲେ। ଅନ୍ୟପଟେ ପୋଲିସର ତଦନ୍ତକୁ ବାଟବଣା କରିଥିଲେ ଅଭିଯୁକ୍ତ କୁକୁଡା ଓ ରାଜେଶ। ଏପରିକି ମୃତଦେହ ମିଳିବା ଦିନ ଚନ୍ଦନ ହିଁ ମାଷ୍ଟରମାଇଣ୍ଡ୍‌ ବୋଲି କହି କୁକୁଡ଼ା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ। ଏପରିକି ମୁକେଶ ମଧ୍ୟ ପୋଲିକୁ ଘଟଣା ବିଷୟରେ ଜାଣି ନ ଥିବା ବିଭ୍ରାନ୍ତିକର ତଥ୍ୟ ଦେଇଥିଲେ। ଚନ୍ଦନ ଢ଼େଙ୍କାନାଳ ଜିଲା ନିହଲପ୍ରସାଦ ଥାନା ଭଉଣୀ ଘରସ୍ଥିତ କୁକୁଡ଼ା ଫାର୍ମରେ ଲୁଚିଥିବା ଜଣାପଡ଼ିଥିଲା। ପୋଲିସ ଶନିବାର ରାତିରେ ତାଙ୍କୁ ଗିରଫ କରିଥିଲା। ଏହାପରେ ସେ ଅନ୍ୟ ସହଯୋଗୀଙ୍କ ସମ୍ପୃକ୍ତି ନେଇ ପୋଲିସକୁ କହିଥିଲେ। ପୋଲିସ ଭୁବନେଶ୍ୱରସ୍ଥିତ ଶ୍ୱଶୁର ଘରୁ କୁକୁଡ଼ାଙ୍କୁ ଓ ରାଜାଙ୍କୁ ତାଙ୍କ ଘରୁ କାବୁ କରିଥିଲା।
ପ୍ରମାଣ ନଷ୍ଟ ପାଇଁ ମୃତଦେହକୁ ଇଟାରେ ଘୋଡ଼ାଇଥିଲେ
ଅଭିଯୁକ୍ତମାନେ ମୁକେଶଙ୍କୁ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ ପାଇଁ ତାଙ୍କ ମୃତଦେହକୁ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର କାନ୍ଥ କଡ଼ରେ ଶୁଆଇଦେଇଥିଲେ। ଏହାପରେ ସେଠାରେ ଥିବା ଇଟା ଆଣି ମୃତଦେହକୁ ଘୋଡ଼ାଇ ଦେଇଥିଲେ। ବାହାରକୁ ମୃତଦେହର ଚିହ୍ନବର୍ଣ୍ଣ ଦେଖାଯାଉ ନ ଥିଲା। ୪ ତାରିଖ ପୂର୍ବାହ୍ନରେ କମ୍ପୋଷ୍ଟିଂ ସେଣ୍ଟର କର୍ମଚାରୀମାନେ ଆସି କାମ ପାଇଁ ଇଟା କାଢ଼ିବାବେଳେ ମୃତଦେହ ଦେଖିବାକୁ ପାଇଥିଲେ।

ଚୋରି ଟଙ୍କା ଭାଗବଣ୍ଟାକୁ ନେଇ ବିବାଦ ଥିଲା

ମୃତ ମୁକେଶଙ୍କ ସମେତ ୩ ଅଭିଯୁକ୍ତ ପୂର୍ବରୁ ବିଭିନ୍ନ ଅପରାଧରେ ସମ୍ପୃକ୍ତ। ସେମାନେ ମିଳିମିଶି ଚୋରି, ଲୁଟ୍‌ ଓ ନିଶା କାରବାର ଆଦି ଅପରାଧ କରୁଥିଲେ। ଏକ ଚୋରି ଟଙ୍କା ଭାଗବଣ୍ଚାକୁ ନେଇ ଅଭିଯୁକ୍ତମାନଙ୍କ ସହ ମୁକେଶଙ୍କର ବିବାଦ ଥିଲା। ଇତିମଧ୍ୟରେ ମୁକେଶ ନିଶା କାରବାର ମାମଲାରେ ଗତ ଜାନୁୟାରୀରେ ଗିରଫ ହୋଇ ଜେଲ ଯାଇଥିଲେ। ମାର୍ଚ୍ଚ ୧ରେ ସେ ଜାମିନରେ ଫେରିଥଲେ। ମାର୍ଚ୍ଚ ୩ ରାତି ୮ଟା ୩୦ରୁ ୯ଟା ମଧ୍ୟରେ କୁକୁଡ଼ା, ଚନ୍ଦନ ଓ ରାଜେଶ ନିର୍ମାଣଧିନ ମାଇକ୍ରୋ କମ୍ପୋଷ୍ଟ ସେଣ୍ଟରକୁ ଆସି ମୁକେଶଙ୍କୁ ଡକାଇଥିଲେ। କିଛି ସମୟ ପରେ ମୁକେଶ ସେଠାରେ ପହଞ୍ଚତ୍ଥିଲେ। ସେଠାରେ ସେମାନଙ୍କ ମଧ୍ୟରେ ପ୍ରବଳ ଗଣ୍ଡଗୋଳ ହୋଇଥିଲା।

ଇଟାରେ ଛେଚି ଦେବା ପରେ ଗାମୁଛାରେ ଭିଡ଼ି ମାରିଥିଲେ

ଗଣ୍ଡଗୋଳ ଉଗ୍ର ରୂପ ନେବାରୁ ମୁକେଶଙ୍କୁ ଅଭିଯୁକ୍ତମାନେ ହତ୍ୟା କରିବାକୁ ଯୋଜନା କରିଥିଲେ। ସେହି ସମୟରେ ମୁକେଶଙ୍କ ତଣ୍ଟି ଭିଡ଼ି ଧରିଥିଲେ କୁକୁଡ଼ା। ପଛପଟରୁ ରାଜା ତାଙ୍କ ଦୁଇହାତ ଜାବୁଡ଼ି ଧରିଥିଲେ। ଏହି ସମୟରେ ମୁଖ୍ୟ ଅଭିଯୁକ୍ତ ଚନ୍ଦନ ନିକଟରେ ଥିବା ଏକ ଇଟା ଖଣ୍ଡକୁ ଆଣି ମୁକେଶଙ୍କ ମୁଣ୍ଡକୁ ଛେଚି ଦେଇଥିଲେ। ଫଳରେ ମୁକେଶ ତଳେ ପଡ଼ି ଛଟପଟ ହେବା ସହ କିଛି ସମୟ ମଧ୍ୟରେ ନିସ୍ତେଜ ହୋଇଯାଇଥିଲେ। ସେ କାଳେ ବଞ୍ଚତ୍ଥିବେ ସେଥିପାଇଁ ମୁକେଶ ତଳେ ପଡ଼ିଥିବା ଅବସ୍ଥାରେ ଚନ୍ଦନ ଏକ ଗାମୁଛାରେ ତାଙ୍କ ବେକକୁ ଭିଡ଼ି ଦେଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମାଟିରେ ପ୍ଲାଷ୍ଟିକ୍‌ ପୋତିହୋଇ ଜଳଧାରଣ ହ୍ରାସ

ପଟ୍ଟାମୁଣ୍ଡାଇ,୧ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ପ୍ଲାଷ୍ଟିକର ବ୍ୟବହାର ବହୁଳ ଭାବରେ ବଢ଼ିଚାଲିଛି। ସହର ସାରା କୁଢ଼ କୁଢ଼ ପ୍ଲାଷ୍ଟିକ ଅଳିଆ ଓ ଆବର୍ଜନା…

‘ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମହାମନିଷୀଙ୍କ ଅବଦାନ ଅବିସ୍ମରଣୀୟ’

କେନ୍ଦୁଝର,୧ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ପବିତ୍ର ଓଡ଼ିଶା ଦିବସରେ ଜିଲା ବିଜୁ ଜନତା ଦଳ ପକ୍ଷରୁ କେନ୍ଦୁଝର ଜିଲା ସଦରମହକୁମାଠାରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ଜିଲାପାଳଙ୍କ…

‘ଆତ୍ମନିର୍ଭର ଓଡ଼ିଶା ଗଠନ ପାଇଁ ସରକାର ସଂକଳ୍ପବଦ୍ଧ’

ସାକ୍ଷୀଗୋପାଳ,୧ା୩(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ସ୍ମୃତିପୀଠ ପୁରୀ ଜିଲାର ସତ୍ୟବାଦୀରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ସମାରୋହ ବୁଧବାର ପାଳିତ ହୋଇଛି। ଏହି…

‘ଆପଣ ଦ୍ବିତୀୟ ଥର ଧୋକା ଦେଇପାରିବେନି’…ଟ୍ରମ୍ପଙ୍କୁ ଗାଳି କରି ହାତ ଛାଡିଦେଲା ସ୍ପେନ

ନୂଆଦିଲ୍ଲୀ,୧।୪: ଇରାନ ସହିତ ସଂଘର୍ଷ କରି ଆମେରିକା ସାହାଯ୍ୟ ପାଇଁ ୟୁରୋପକୁ ଚାହିଁ ରହିଛି । ତଥାପି, ଏହି ଅଞ୍ଚଳର ଚାରିଟି ରାଷ୍ଟ୍ର ସ୍ପଷ୍ଟ ଭାବରେ ସ୍ପଷ୍ଟ କରିଛନ୍ତି…

ତୁମୁଡ଼ିବନ୍ଧ ବ୍ଲକ କାର୍ଯ୍ୟାଳୟରେ ଓଡ଼ିଆ ଦିବସ ପାଳନ

ତୁମୁଡ଼ିବନ୍ଧ,୧ା୩(ଦୀପକ କୁମାର ପରାସେଠ୍‌): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟର ସଭା ଗୃହରେ ୯୧ତମ ଓଡ଼ିଆ ଦିବସ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ତୁମୁଡିବନ୍ଧ ବ୍ଲକ ମଙ୍ଗଳ…

ଜୁଲାଇରେ ଜିମ୍ବାୱେ ଗସ୍ତ କରିବ ଟିମ୍ ଇଣ୍ଡିଆ, ଟି-୨୦ ସିରିଜରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିବ କି ସୁଯୋଗ ?

ନୂଆଦିଲ୍ଲୀ,୧।୪: ଟିମ୍ ଇଣ୍ଡିଆର ଜିମ୍ବାୱେ ଗସ୍ତର କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଭାରତୀୟ ଦଳର ଏହି ଗସ୍ତ ଜୁଲାଇରେ ହେବାକୁ ଯାଉଛି। ଏହି ଗସ୍ତ ସମୟରେ ତିନି ମ୍ୟାଚ୍…

ନାବାଳିକା ୭ ମାସର ଅନ୍ତଃସତ୍ତ୍ୱା, ଅଭିଯୁକ୍ତ ଗିରଫ

ଚାନ୍ଦବାଲି, ୩୦ା୩(କିଷାନ ପାତ୍ର): ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅଞ୍ଚଳର ଜଣେ ନାବାଳିକା ୭ ମାସର ଅନ୍ତଃସତ୍ତ୍ୱା ହେବା ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ…

ପ୍ରସ୍ତାବିତ ମେଗା ଷ୍ଟିଲପ୍ଲାଣ୍ଟ ପାଇଁ ଗ୍ରାମସଭା: ଏକର ପିଛା ଏତିକି କୋଟି ଦାବି

ପାଟଣା, ୧।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅଞ୍ଚଳ ରେ ପ୍ରସ୍ତାବିତ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ବୁଧବାର ଚେମଣା ପଞ୍ଚାୟତ ଅଙ୍ଗି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri