ଜେଲ ଫେରନ୍ତା ଯୁବକଙ୍କୁ ହତ୍ୟା ଘଟଣା: ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୩ ଗିରଫ

ଭୁବନେଶ୍ୱର,୧୮।୭ (ବ୍ୟୁରୋ): ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ପଳାଶୁଣୀସ୍ଥିତ ମୁଣ୍ଡାସାହିଠାରେ ନିର୍ମାଣଧିନ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର (ଏମ୍‌ସିସି) ଭିତରେ ଜେଲ ଫେରନ୍ତା ବିହାରୀ ଯୁବକ ମୁକେଶ ଚୌଧୁରୀଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାର ୪ ମାସ ପରେ ଫେରାର ଥିବା ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୩ଜଣଙ୍କୁ ପୋଲିସ ଗିରଫ କରିଛି। ସେମାନେ ହେଲେ ଏହି ଥାନା ଅନ୍ତର୍ଗତ କେନାଲ ବନ୍ଧ ହାଡ଼ବାଇ ବସ୍ତିରେ ରହୁଥିବା ଢେଙ୍କାନାଳ ଜିଲା ନିହଲପ୍ରସାଦ ଥାନା ବେଗ ଗ୍ରାମର ମୁଖ୍ୟ ଅଭିଯୁକ୍ତ ଚନ୍ଦନ ପାଢ଼ି (୩୨), ଆଖଣ୍ଡଳମଣୀ ବସ୍ତିରେ ରହୁଥିବା ଜଙ୍କିଆ ଥାନା ଅଞ୍ଚଳର ରଞ୍ଜନ କୁମାର ସାହୁ ଓରଫ କୁକୁଡ଼ା (୨୯) ଓ ପଳାଶୁଣୀରେ ରହୁଥିବା ରାଜେଶ କୁମାର ମହାନ୍ତି ଓରଫ ରାଜା (୨୭)। ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ମାମଲା (ନଂ.୬୧/୨୦୨୨)ରେ ରବିବାର ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟକୁ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅଭିଯୁକ୍ତ କୁକୁଡ଼ାଙ୍କ ନାମରେ ମଞ୍ଚେଶ୍ୱର ଓ ଶହୀଦନଗର ଥାନାରେ ୨ଟି ଲେଖାଏ ମାମଲା ରହିଥିବାବେଳେ ରାଜେଶଙ୍କ ନାମରେ ମଞ୍ଚେଶ୍ୱର ଥାନାରେ ମଧ୍ୟ ୨ ମାମଲା ରହିଛି।
କ୍ରାଇମ ସିନ୍‌ ରିକ୍ରିଏଟ୍‌ କଲା ପୋଲିସ
ରବିବାର ଅପରାହ୍ନ ପ୍ରାୟ ୧ଟା ବେଳେ କ୍ରାଇମ ସିନ୍‌ ରିକ୍ରିଏଟ କରିବାକୁ ପୋଲିସ ଟିମ ୩ ଅଭିଯୁକ୍ତଙ୍କୁ ଉକ୍ତ ମାଇକ୍ରୋ କମ୍ପୋଷ୍ଟ ସେଣ୍ଟରକୁ ନେଇଥିଲା। ସେଠାରେ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା। ଅଭିଯୁକ୍ତମାନେ କିପରି ମୁକେଶଙ୍କୁ ହତ୍ୟା କରିଥିଲେ, ଉକ୍ତ ଘଟଣାକୁ ଗୋଟି ଗୋଟି କରି ବର୍ଣ୍ଣନା କରିଥିଲେ।
ତଦନ୍ତକୁ ବାଟବଣା କରୁଥିଲେ ଅଭିଯୁକ୍ତ କୁକୁଡ଼ା, ରାଜେଶ
ଘଟଣା ପରେ ଚନ୍ଦନ ଫେରାର ହୋଇଯାଇଥିଲେ। ଅନ୍ୟପଟେ ପୋଲିସର ତଦନ୍ତକୁ ବାଟବଣା କରିଥିଲେ ଅଭିଯୁକ୍ତ କୁକୁଡା ଓ ରାଜେଶ। ଏପରିକି ମୃତଦେହ ମିଳିବା ଦିନ ଚନ୍ଦନ ହିଁ ମାଷ୍ଟରମାଇଣ୍ଡ୍‌ ବୋଲି କହି କୁକୁଡ଼ା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ। ଏପରିକି ମୁକେଶ ମଧ୍ୟ ପୋଲିକୁ ଘଟଣା ବିଷୟରେ ଜାଣି ନ ଥିବା ବିଭ୍ରାନ୍ତିକର ତଥ୍ୟ ଦେଇଥିଲେ। ଚନ୍ଦନ ଢ଼େଙ୍କାନାଳ ଜିଲା ନିହଲପ୍ରସାଦ ଥାନା ଭଉଣୀ ଘରସ୍ଥିତ କୁକୁଡ଼ା ଫାର୍ମରେ ଲୁଚିଥିବା ଜଣାପଡ଼ିଥିଲା। ପୋଲିସ ଶନିବାର ରାତିରେ ତାଙ୍କୁ ଗିରଫ କରିଥିଲା। ଏହାପରେ ସେ ଅନ୍ୟ ସହଯୋଗୀଙ୍କ ସମ୍ପୃକ୍ତି ନେଇ ପୋଲିସକୁ କହିଥିଲେ। ପୋଲିସ ଭୁବନେଶ୍ୱରସ୍ଥିତ ଶ୍ୱଶୁର ଘରୁ କୁକୁଡ଼ାଙ୍କୁ ଓ ରାଜାଙ୍କୁ ତାଙ୍କ ଘରୁ କାବୁ କରିଥିଲା।
ପ୍ରମାଣ ନଷ୍ଟ ପାଇଁ ମୃତଦେହକୁ ଇଟାରେ ଘୋଡ଼ାଇଥିଲେ
ଅଭିଯୁକ୍ତମାନେ ମୁକେଶଙ୍କୁ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ ପାଇଁ ତାଙ୍କ ମୃତଦେହକୁ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର କାନ୍ଥ କଡ଼ରେ ଶୁଆଇଦେଇଥିଲେ। ଏହାପରେ ସେଠାରେ ଥିବା ଇଟା ଆଣି ମୃତଦେହକୁ ଘୋଡ଼ାଇ ଦେଇଥିଲେ। ବାହାରକୁ ମୃତଦେହର ଚିହ୍ନବର୍ଣ୍ଣ ଦେଖାଯାଉ ନ ଥିଲା। ୪ ତାରିଖ ପୂର୍ବାହ୍ନରେ କମ୍ପୋଷ୍ଟିଂ ସେଣ୍ଟର କର୍ମଚାରୀମାନେ ଆସି କାମ ପାଇଁ ଇଟା କାଢ଼ିବାବେଳେ ମୃତଦେହ ଦେଖିବାକୁ ପାଇଥିଲେ।

ଚୋରି ଟଙ୍କା ଭାଗବଣ୍ଟାକୁ ନେଇ ବିବାଦ ଥିଲା

ମୃତ ମୁକେଶଙ୍କ ସମେତ ୩ ଅଭିଯୁକ୍ତ ପୂର୍ବରୁ ବିଭିନ୍ନ ଅପରାଧରେ ସମ୍ପୃକ୍ତ। ସେମାନେ ମିଳିମିଶି ଚୋରି, ଲୁଟ୍‌ ଓ ନିଶା କାରବାର ଆଦି ଅପରାଧ କରୁଥିଲେ। ଏକ ଚୋରି ଟଙ୍କା ଭାଗବଣ୍ଚାକୁ ନେଇ ଅଭିଯୁକ୍ତମାନଙ୍କ ସହ ମୁକେଶଙ୍କର ବିବାଦ ଥିଲା। ଇତିମଧ୍ୟରେ ମୁକେଶ ନିଶା କାରବାର ମାମଲାରେ ଗତ ଜାନୁୟାରୀରେ ଗିରଫ ହୋଇ ଜେଲ ଯାଇଥିଲେ। ମାର୍ଚ୍ଚ ୧ରେ ସେ ଜାମିନରେ ଫେରିଥଲେ। ମାର୍ଚ୍ଚ ୩ ରାତି ୮ଟା ୩୦ରୁ ୯ଟା ମଧ୍ୟରେ କୁକୁଡ଼ା, ଚନ୍ଦନ ଓ ରାଜେଶ ନିର୍ମାଣଧିନ ମାଇକ୍ରୋ କମ୍ପୋଷ୍ଟ ସେଣ୍ଟରକୁ ଆସି ମୁକେଶଙ୍କୁ ଡକାଇଥିଲେ। କିଛି ସମୟ ପରେ ମୁକେଶ ସେଠାରେ ପହଞ୍ଚତ୍ଥିଲେ। ସେଠାରେ ସେମାନଙ୍କ ମଧ୍ୟରେ ପ୍ରବଳ ଗଣ୍ଡଗୋଳ ହୋଇଥିଲା।

ଇଟାରେ ଛେଚି ଦେବା ପରେ ଗାମୁଛାରେ ଭିଡ଼ି ମାରିଥିଲେ

ଗଣ୍ଡଗୋଳ ଉଗ୍ର ରୂପ ନେବାରୁ ମୁକେଶଙ୍କୁ ଅଭିଯୁକ୍ତମାନେ ହତ୍ୟା କରିବାକୁ ଯୋଜନା କରିଥିଲେ। ସେହି ସମୟରେ ମୁକେଶଙ୍କ ତଣ୍ଟି ଭିଡ଼ି ଧରିଥିଲେ କୁକୁଡ଼ା। ପଛପଟରୁ ରାଜା ତାଙ୍କ ଦୁଇହାତ ଜାବୁଡ଼ି ଧରିଥିଲେ। ଏହି ସମୟରେ ମୁଖ୍ୟ ଅଭିଯୁକ୍ତ ଚନ୍ଦନ ନିକଟରେ ଥିବା ଏକ ଇଟା ଖଣ୍ଡକୁ ଆଣି ମୁକେଶଙ୍କ ମୁଣ୍ଡକୁ ଛେଚି ଦେଇଥିଲେ। ଫଳରେ ମୁକେଶ ତଳେ ପଡ଼ି ଛଟପଟ ହେବା ସହ କିଛି ସମୟ ମଧ୍ୟରେ ନିସ୍ତେଜ ହୋଇଯାଇଥିଲେ। ସେ କାଳେ ବଞ୍ଚତ୍ଥିବେ ସେଥିପାଇଁ ମୁକେଶ ତଳେ ପଡ଼ିଥିବା ଅବସ୍ଥାରେ ଚନ୍ଦନ ଏକ ଗାମୁଛାରେ ତାଙ୍କ ବେକକୁ ଭିଡ଼ି ଦେଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri