ବସ୍‌ଷ୍ଟାଣ୍ଡ୍‌ରେ ଯୁବକଙ୍କୁ ହତ୍ୟା

ଚମ୍ପୁଆ,୭।୩: କେନ୍ଦୁଝର ଜିଲା ଚମ୍ପୁଆ ଥାନା ଅଧୀନ କୋଦଗାଡ଼ିଆ ଗ୍ରାମରେ ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ମୃତକ ହେଲେ ଲିପୁନ ମହାନ୍ତ। ପୋଲିସ ଏନେଇ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ଗୌରହରି ମହାନ୍ତଙ୍କୁ ଗିରଫ କରିଛି। ପୋଲିସ ସୂଚନା ଅନୁଯାୟୀ, ଲିପୁନ କୌଣସି ଏକ କାମରେ ନିକଟସ୍ଥ ବସ୍‌ଷ୍ଟାଣ୍ଡ୍‌କୁ ଯାଇଥିଲେ। ସେତିକିବେଳେ ବେଳେ କୌଣସି ଏକ କାରଣକୁ ନେଇ ଲିପୁପ ଏବଂ ଗୌରହରିଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଗୌରହରି ଏକ ଧାରୁଆ ଅସ୍ତ୍ରରେ ଲିପୁନଙ୍କ ମୁଣ୍ଡ ଓ ପେଟକୁ ଆକ୍ରମଣ କରିଥିଲେ। ଫଳରେ ଲିପୁନ ଗୁରୁତର ହୋଇପଡିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଚମ୍ପୁଆ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୋଲିସ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି।