ଯୁବକଙ୍କୁ ହତ୍ୟା: ୩ ଅଭିଯୁକ୍ତ କୋର୍ଟ ଚାଲାଣ ପରେ ନିରପେକ୍ଷ ତଦନ୍ତ ଦାବିରେ ଧାରଣା

କୋକସରା,୧୧ା୫(ଡି.ଏନ୍‌.ଏ.): ପ୍ରଥମେ ଯୁବକଙ୍କୁ ହତ୍ୟା କରି ବେକରେ ଫାଶ ଦେଇ ଏକ ଶାଗୁଆନ ଗଛରେ ଝୁଲାଇ ଆତ୍ମହତ୍ୟାର ନାଟକ ରଚିଥିଲେ ଅଭିଯୁକ୍ତ । ହେଲେ ପରିବାରର ଅଭିଯୋଗ ପରେ ୪ ଜଣିଆ ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ, ପାରିପାଶର୍‌ବିକ ଅବସ୍ଥା ଓ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ଆତ୍ମହତ୍ୟା ନୁହେଁ ବରଂ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହୋଇଛି। ଏହି ଘଟଣାରେ ଧର୍ମଗଡ଼ ଉପଖଣ୍ଡ ପୋଲିସ ଅଧିକାରୀ ଧିରଜ ଚୋପଦାରଙ୍କ ନେତୃତ୍ୱରେ ଆମପାଣି ପୋଲିସର ଛାନଭିନ ଓ ଅଟକ ରଖିଥିବା ଅଭିଯୁକ୍ତଙ୍କ ଠାରୁ ସତ କଥା ବାହାରିଛି।
ସୂଚନାଅନୁସାରେ ଆମପାଣି ଥାନା ଅନ୍ତର୍ଗତ ବରାଡଙ୍ଗା ପଞ୍ଚାୟତ କେନ୍ଦୁଡଙ୍ଗରି ଗ୍ରାମର ଦ୍ୱାରିକା ଦାସ (୨୨)ଙ୍କ ଝୁଲନ୍ତା ମୃତଦେହକୁ ଗତ ୩ ତାରିଖରେ ଗ୍ରାମ ନିକଟରେ ଥିବା ଏକ ପୋଖରୀ ହୁଡାର ଶାଗୁଆନ ଗଛରୁ ଜବତ କରିଥିଲା ଆମପାଣି ପୋଲିସ। ଏ ନେଇ ମୃତକଙ୍କ ବାପା ଟିକେଶ୍ୱର ଦାସ ହତ୍ୟା ଅଭିଯୋଗ ଓ ବିଭିନ୍ନ ଦିଗକୁ ତଦନ୍ତ ପରେ ପୋଲିସ ଏକ ମାମଲା ରୁଜୁ କରି ସନ୍ଦେହରେ ପ୍ରଥମେ କିଛି ଯୁବକଙ୍କୁ ଆମପାଣି ଓ କୋକସରା ଥାନାରେ ଅଟକ ରଖି ପଚରାଉଚରା କରିଥିଲା। ଏହା ପରେ ହତ୍ୟାକାଣ୍ଡର ପର୍ଦାଫାଶ ହୋଇଥିଲା। ଅଭିଯୁକ୍ତ ହତ୍ୟା ଘଟାଇଥିବା ସ୍ବୀକାର କରିବା ପରେ ପୋଲିସ ଏହି ଘଟଣାରେ ୩ ଯୁବକଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଥିବା ନେଇ ସୂଚନା ଦେଇଛି। ଦ୍ୱାରିକାଙ୍କୁ ହତ୍ୟା କରିଥିବା ଅଭିଯୋଗରେ ପୋଲିସ ଧର୍ମଗଡ଼ ବ୍ଲକ ପର୍ଲା ଗ୍ରାମର ପ୍ରଦୀପ କୁମାର ଦାସ (୩୯) କେନ୍ଦୁଡଙ୍ଗରି ଗ୍ରାମର ଯତୀନ ଦାସ(୩୯) ଓ ମହେନ୍ଦ୍ର ନାଏକ(୩୦)ଙ୍କୁ କୋର୍ଟ ଚାଲାଣ କରିଥିବା ନେଇ ଆମପାଣି ପୋଲିସ ଅଧିକାରୀ ଚତୁର୍ଭୁଜ ନାଏକ ସୂଚନା ଦେଇଛନ୍ତି। ଏନେଇ ଆମପାଣି ଥାନାରେ କେସ୍‌ ନମ୍ବର ୪୮/୨୨ରେ ଏକ ମାମଲା ରୁଜୁ ହୋଇ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ତେବେ ପାରିବାରିକ କଳହ ଓ ଦ୍ୱାରିକାଙ୍କ ମୃତ୍ୟୁରେ ସମ୍ପର୍କୟ ଭଉଣୀଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ହତ୍ୟାକାଣ୍ଡ ହୋଇଥିବା ସୂଚନା ମିଳିଛି।  ପୋଲିସର ତଦନ୍ତ ପ୍ରକ୍ରିୟାକୁ ପ୍ରତିବାଦ କରି ହତ୍ୟାରେ ଜଡ଼ିତ ଥିବା ଯୁବକଙ୍କୁ ଖସାଇ ଦିଆଯାଇଥିବା ଅଭିଯୋଗରେ ଆମପାଣି ଥାନା ସମ୍ମୁଖରେ ମୃତକ ଯୁବକଙ୍କ ପରିବାର ଓ ମହିଳାମାନେ ଧାରଣା ଦେଇଥିବା ଜଣାପଡ଼ିଛି। ଖବର ଲେଖାଯିବା ପର୍ଯ୍ୟନ୍ତ ଏ ନେଇ ପୋଲିସ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ମିଳିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri