ଯୁବକଙ୍କୁ ହତ୍ୟା: ୩ ଅଭିଯୁକ୍ତ କୋର୍ଟ ଚାଲାଣ ପରେ ନିରପେକ୍ଷ ତଦନ୍ତ ଦାବିରେ ଧାରଣା

କୋକସରା,୧୧ା୫(ଡି.ଏନ୍‌.ଏ.): ପ୍ରଥମେ ଯୁବକଙ୍କୁ ହତ୍ୟା କରି ବେକରେ ଫାଶ ଦେଇ ଏକ ଶାଗୁଆନ ଗଛରେ ଝୁଲାଇ ଆତ୍ମହତ୍ୟାର ନାଟକ ରଚିଥିଲେ ଅଭିଯୁକ୍ତ । ହେଲେ ପରିବାରର ଅଭିଯୋଗ ପରେ ୪ ଜଣିଆ ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ, ପାରିପାଶର୍‌ବିକ ଅବସ୍ଥା ଓ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ଆତ୍ମହତ୍ୟା ନୁହେଁ ବରଂ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହୋଇଛି। ଏହି ଘଟଣାରେ ଧର୍ମଗଡ଼ ଉପଖଣ୍ଡ ପୋଲିସ ଅଧିକାରୀ ଧିରଜ ଚୋପଦାରଙ୍କ ନେତୃତ୍ୱରେ ଆମପାଣି ପୋଲିସର ଛାନଭିନ ଓ ଅଟକ ରଖିଥିବା ଅଭିଯୁକ୍ତଙ୍କ ଠାରୁ ସତ କଥା ବାହାରିଛି।
ସୂଚନାଅନୁସାରେ ଆମପାଣି ଥାନା ଅନ୍ତର୍ଗତ ବରାଡଙ୍ଗା ପଞ୍ଚାୟତ କେନ୍ଦୁଡଙ୍ଗରି ଗ୍ରାମର ଦ୍ୱାରିକା ଦାସ (୨୨)ଙ୍କ ଝୁଲନ୍ତା ମୃତଦେହକୁ ଗତ ୩ ତାରିଖରେ ଗ୍ରାମ ନିକଟରେ ଥିବା ଏକ ପୋଖରୀ ହୁଡାର ଶାଗୁଆନ ଗଛରୁ ଜବତ କରିଥିଲା ଆମପାଣି ପୋଲିସ। ଏ ନେଇ ମୃତକଙ୍କ ବାପା ଟିକେଶ୍ୱର ଦାସ ହତ୍ୟା ଅଭିଯୋଗ ଓ ବିଭିନ୍ନ ଦିଗକୁ ତଦନ୍ତ ପରେ ପୋଲିସ ଏକ ମାମଲା ରୁଜୁ କରି ସନ୍ଦେହରେ ପ୍ରଥମେ କିଛି ଯୁବକଙ୍କୁ ଆମପାଣି ଓ କୋକସରା ଥାନାରେ ଅଟକ ରଖି ପଚରାଉଚରା କରିଥିଲା। ଏହା ପରେ ହତ୍ୟାକାଣ୍ଡର ପର୍ଦାଫାଶ ହୋଇଥିଲା। ଅଭିଯୁକ୍ତ ହତ୍ୟା ଘଟାଇଥିବା ସ୍ବୀକାର କରିବା ପରେ ପୋଲିସ ଏହି ଘଟଣାରେ ୩ ଯୁବକଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଥିବା ନେଇ ସୂଚନା ଦେଇଛି। ଦ୍ୱାରିକାଙ୍କୁ ହତ୍ୟା କରିଥିବା ଅଭିଯୋଗରେ ପୋଲିସ ଧର୍ମଗଡ଼ ବ୍ଲକ ପର୍ଲା ଗ୍ରାମର ପ୍ରଦୀପ କୁମାର ଦାସ (୩୯) କେନ୍ଦୁଡଙ୍ଗରି ଗ୍ରାମର ଯତୀନ ଦାସ(୩୯) ଓ ମହେନ୍ଦ୍ର ନାଏକ(୩୦)ଙ୍କୁ କୋର୍ଟ ଚାଲାଣ କରିଥିବା ନେଇ ଆମପାଣି ପୋଲିସ ଅଧିକାରୀ ଚତୁର୍ଭୁଜ ନାଏକ ସୂଚନା ଦେଇଛନ୍ତି। ଏନେଇ ଆମପାଣି ଥାନାରେ କେସ୍‌ ନମ୍ବର ୪୮/୨୨ରେ ଏକ ମାମଲା ରୁଜୁ ହୋଇ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ତେବେ ପାରିବାରିକ କଳହ ଓ ଦ୍ୱାରିକାଙ୍କ ମୃତ୍ୟୁରେ ସମ୍ପର୍କୟ ଭଉଣୀଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ହତ୍ୟାକାଣ୍ଡ ହୋଇଥିବା ସୂଚନା ମିଳିଛି।  ପୋଲିସର ତଦନ୍ତ ପ୍ରକ୍ରିୟାକୁ ପ୍ରତିବାଦ କରି ହତ୍ୟାରେ ଜଡ଼ିତ ଥିବା ଯୁବକଙ୍କୁ ଖସାଇ ଦିଆଯାଇଥିବା ଅଭିଯୋଗରେ ଆମପାଣି ଥାନା ସମ୍ମୁଖରେ ମୃତକ ଯୁବକଙ୍କ ପରିବାର ଓ ମହିଳାମାନେ ଧାରଣା ଦେଇଥିବା ଜଣାପଡ଼ିଛି। ଖବର ଲେଖାଯିବା ପର୍ଯ୍ୟନ୍ତ ଏ ନେଇ ପୋଲିସ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ମିଳିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri