ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ ବଳପୂର୍ବକ ଭାବେ ବଳାତ୍କାର ଉଦ୍ୟମ କରାଯାଇଥିଲା। ଏହି ଘଟଣାରେ ଗିରଫ ଅଭିଯୁକ୍ତ ଯୁବକଙ୍କୁ ରବିବାର ସନ୍ଧ୍ୟାରେ ତଦନ୍ତକାରୀ ଅଧିକାରୀ ଏସ୍‌.ଆଇ ସୋଫିଆ ମିଶ୍ର କୋର୍ଟ ଚାଲାଣ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ଚୁଡୁଙ୍ଗପୁର ଗ୍ରାମର ପି. ସୀମା ପାତ୍ର(୪୦)। କେସ୍‌ ନଂ.୩୬୧/୨୬ରେ ବିଭିନ୍ନ ଦଫା ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ୍‌ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ମାନସିକ ଅନଗ୍ରସର ଯୁବତୀ ଜଣକ ଘରେ ଏକାକୀ ଖାଇ ବସିଥିବା ବେଳେ ଅଭିଯୁକ୍ତ ତାଙ୍କ ଘରେ ପଶି ଭିତର ପଟୁ କବାଟ ପକାଇ ତାଙ୍କୁ ଅସଦାଚରଣ କରିଥିଲେ। ସେ ଚିତ୍କାର କରିବାରୁ ଘର ବାହାରେ ଥିବା ତାଙ୍କ ସାନ ଭଉଣୀ ଦୌଡ଼ି ଆସିଥିଲେ। ଘର କବାଟ ଭିତରୁ ବନ୍ଦ ଥିବାରୁ ସେ ସାହି ପଡ଼ୋଶୀ ଲୋକଙ୍କୁ ଡକାଇ କବାଟ ଖୋଲିବା ବେଳେ ଅଭିଯୁକ୍ତ ଜଣକ ତାଙ୍କ ପ୍ୟାଣ୍ଟ,ଗାମୁଛା, ଚପଲ ସେଠାରେ ଛାଡ଼ି ଘର ବାଡ଼ିପଟ ଦେଇ ଚମ୍ପଟ ମାରିବା ବେଳେ ଗାଁର କିଛି ବ୍ୟକ୍ତି ତାଙ୍କୁ କାବୁ କରି ନିର୍ଧୂମ ମାଡ଼ ମାରି ପରେ ପୋଲିସକୁ ହସ୍ତାନ୍ତର କରିଥିଲେ। ପୀଡ଼ିତାଙ୍କ ସାନ ଭଉଣୀ ଏନେଇ ଏତଲା ଦେବା ପରେ ଆଇଆଇସି କିଶୋର କୁମାର ସାମଲ ଅଭିଯୁକ୍ତଙ୍କ ବିରୋଧରେ ମୋକଦ୍ଦମା ରୁଜୁ କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ବସ୍‌ ମାଲିକ ସଂଘର ପୂର୍ବତନ ସମ୍ପାଦକଙ୍କ ପରଲୋକ, ଝୁରୁଛନ୍ତି ଅଞ୍ଚଳବାସୀ

ଭଞ୍ଜନଗର,୩୦ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଘୁମୁସର ଘରୋଇ ବସ୍‌ ମାଲିକ ସଂଘ ଭଞ୍ଜନଗରର ପୂର୍ବତନ ସମ୍ପାଦକ ତଥା ବର୍ତ୍ତମାନର ଉପସଭାପତି ସୁବାସ ଚନ୍ଦ୍ର ଦିହୁଡିଙ୍କର ରବିବାର ଅପରାହ୍ନରେ…

ଶାଳକଙ୍କୁ ଏସିଡ୍‌ ଫିଙ୍ଗି ବନ୍ଧା ହେଲେ ଭିଣୋଇ

ବ୍ରହ୍ମପୁର,୩୦ା୮(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଟାଉନ ଥାନା ପୋଲିସ ଏସିଡ ମାଡ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିଛି l ସେ ହେଲେ ପାଟପୁର ଥାନା ପୋଡାମାରି ବଜାର…

ନାବାଳିକା ଛାତ୍ରୀଙ୍କୁ ଅପହରଣ କରିନେଲେ ୨୨ ବର୍ଷୀୟ ଯୁବକ, ଗାଁରେ ଉତ୍ତେଜନା ପରେ…

ହାଟଡିହୀ/ଛେନାପଦୀ,୩୦ା୮(ଶୁଭକାନ୍ତ ନାୟକ/ନିରାକାର): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ଥାନା ଅଞ୍ଚଳରେ ଜଣେ ନାବାଳିକା ଦଶମ ଶ୍ରେଣୀ ଛାତ୍ରୀକୁ ଅପହରଣ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଏହାକୁ…

ଓଡ଼ିଆ ସାହିତ୍ୟର ଜଣେ ଅମର ନକ୍ଷତ୍ର ଥିଲେ ସ୍ବଭାବ କବି ଗଙ୍ଗାଧର ମେହେର, ତାଙ୍କ କଲମ ଚାଳନାରେ ଥିଲା…

କେସିଙ୍ଗା,୩୦ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ଚେତାବନୀ ସାହିତ୍ୟ ସଂସଦ ପକ୍ଷରୁ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ତମ ଜୟନ୍ତୀ ସମାରୋହ ଅନୁଷ୍ଠାନର ସଭାପତି ଯାଜ୍ଞସେନୀ ସାହାଙ୍କ…

ନିଟ୍‌ରେ ସଫଳ ଦୁଇ ଭଉଣୀଙ୍କ ଡାକ୍ତରୀ ପାଠରେ ଅର୍ଥ ସାଜିଛି ବାଧକ, ସ୍ବପ୍ନରେ ରହିଯିବ କି ଉଭୟଙ୍କ…

କର୍ଲାମୁଣ୍ଡା,୩୦ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ଗ୍ରାମର ଏକ ମେଧାବୀ ପରିବାରର ଦୁଇ ଭଉଣୀ ଏକାସାଙ୍ଗେ ନିଟ୍‌ ପରୀକ୍ଷାରେ ସଫଳତା ହାସଲ କରିବା…

୩୨ କେଭି ବିଦ୍ୟୁତ୍‌ ତାରରେ ବାଜିଗଲା ଛାତ୍ରଙ୍କ ହାତ, ଚାଲିଗଲା ଜୀବନ

ପାତ୍ରପୁର,୩୦ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ତହସିଲ ଜରଡ଼ା ଥାନା ଅନ୍ତର୍ଗତ ଭୈରପୁର ଗ୍ରାମର ସୁଶାନ୍ତ ପ୍ରଧାନଙ୍କ ପୁଅ ଚନ୍ଦନ( ୧୬)ଙ୍କ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri