ନାବାଳିକାଙ୍କୁ ଗର୍ଭବତୀ କରି ଫେରାର

ଆର.ଉଦୟଗିରି,୧୦।୧(ଡି.ଏନ.ଏ.): ମୋହନା ଥାନା ଅଞ୍ଚଳର ଜଣେ ୧୩ ବର୍ଷୀୟ ନାବାଳିକା ଗର୍ଭବତୀ ହୋଇଥିବା ରବିବାର ଥାନାରେ ଅଭିଯୋଗ ହୋଇଛି। ନାବାଳିକା ଜଣକ ଘରେ ଏକୁଟିଆ ରହୁଥିବାର ସୁଯୋଗ ନେଇ ଯୁବକ ଜଣକ ଶାରୀରିକ ସମ୍ପର୍କ ରଖି ଆସୁଥିଲେ।

ନାବାଳିକା ଜଣକ ଗର୍ଭବତୀ ଥିବା ଜଣାପଡ଼ିବା ପରେ ଯୁବକ ଜଣକ ଫେରାର ହୋଇଯାଇଛନ୍ତି। ପରିବାର ଲୋକେ ଏହା ଜାଣି ଚାଇଲ୍ଡ ଲାଇନକୁ ଜଣାଇଥିଲେ। ପରେ ମୋହନା ଥାନାରେ ଏତଲା ଦେଇଥିଲେ। ଏ ନେଇ ପୋଲିସ ଏକ ମାମଲା ରୁଜୁକରି ନାବାଳିକାଙ୍କକ ଡାକ୍ତରୀ ମାଇନା କରାଇଛି। ଯୁବକଙ୍କୁ ଧରିବା ନେଇ ପୋଲିସ ତଦନ୍ତ ଚଳାଇଛି।