Posted inଫୁରସତ

ମଇଳା ମୋଜା ବିକି ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ଏହି ଯୁବକ

ସାଧାରଣତଃ ଲୋକେ ନୂଆ ଜିନିଷ ବିକୁଥିବା ବା କିଣୁଥିବା ଦେଖିଥିବେ। ମାତ୍ର ଜଣେ ବ୍ୟକ୍ତି ପୁରୁଣା ଏବଂ ମଇଳା ମୋଜା ବିକି ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ମାତ୍ର ଏହା ସତ। ବିଲି ଜୋ ଗ୍ରେ ନାମକ ଜଣେ ଯୁବକ ପିନ୍ଧିଥିବା ମୋଜାକୁ ଚଢ଼ା ଦାମ୍‌ରେ ବିକ୍ରି କରନ୍ତି। ସବୁଠୁ କୌତୂହଳର ବିଷୟ ହେଉଛି, ଲୋକେ ମଧ୍ୟ ଏହି ମଇଳା ମୋଜାକୁ ଆଗ୍ରହ ସହକାରେ କିଣୁଛନ୍ତି।

୨୫ ବର୍ଷୀୟ ବିଲି ଜୋଙ୍କର ଏପରି ବ୍ୟବସାୟ ସମ୍ପର୍କରେ ଆଦୌ ଧାରଣା ନ ଥିଲା। ମାତ୍ର  ସେ ସୋସିଆଲ ମିଡିଆରେ ଆସିବା ପରେ ଜାଣିବାକୁ ପାଇଲେ ଯେ, ଏଗୁଡ଼ିକୁ ବିକି ବେଶ୍‌ ଦୁଇ ପଇସା ରୋଜଗାର କରିହେବ। ବର୍ତ୍ତମାନ ସେ ନିଜର ଅନନ୍ୟ ବ୍ୟବସାୟରୁ ପ୍ରତିମାସରେ ସହଜରେ ୧ରୁ ୧.୫ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି।

ବିଲି କୁହନ୍ତି, ମୋଜା ହଳ ସେ ୧୦୦୦ରୁ ୩୦୦୦ ଟଙ୍କାରେ ବିକିଥାନ୍ତି। ଯଦି ସେ ଗୋଟିଏ ସପ୍ତାହରେ ୧୨ଟି ମୋଜା ବିକ୍ରି କରନ୍ତି, ତେବେ ସେ ଅତି କମ୍‌ରେ ୧୨୦୦୦ ଏବଂ ସର୍ବାଧିକ ୩୦୦୦୦ଟଙ୍କା ଆରାମରେ ରୋଜଗାର କରିପାରିବେ।

ଲଣ୍ଡନର ଚେଲ୍ସରେ ରହୁଥିବା ବିଲି କିଛି ଦିନ ପାଇଁ ଏକ ମୋଜା ପିନ୍ଧନ୍ତି ଏବଂ ପରେ ଏହାକୁ ଏକ ଜିପ୍‌ ଲକ୍‌ ବ୍ୟାଗରେ ପ୍ୟାକ କରି ଗ୍ରାହକଙ୍କ ନିକଟକୁ ପଠାନ୍ତି। ବେଳେବେଳେ ସେ କିଛି ବିଶେଷ ଅନୁରୋଧ ମଧ୍ୟ ପାଇଥା’ନ୍ତି, ଯେଉଁଥିପାଇଁ ସେ ଅତିରିକ୍ତ ଚାର୍ଜ ବି କରନ୍ତି।

ପ୍ରାୟ ଏକ ବର୍ଷ ପୂର୍ବେ ବିଲି ଏହି କାମ ଆରମ୍ଭ କରିଥିଲେ। ଏଠାରେ ଲୋକମାନେ ପିନ୍ଧାଯାଇଥିବା ପୋଷାକ, ମୋଜା, ଜିମ୍‌ ଟପ୍ସ, ବକ୍ସର ଭଳି ଜିନିଷ ଆବଶ୍ୟକ କରନ୍ତି। ତାଙ୍କର ଅଧିକାଂଶ ଗ୍ରାହକ ସମଲିଙ୍ଗୀ ସମ୍ପ୍ରଦାୟର, ଯେଉଁମାନେ ତାଙ୍କ ପେଜ୍‌କୁ ଭଲ ପାଆନ୍ତି। ବିଲିଙ୍କ ଅନୁଯାୟୀ, ତାଙ୍କ ମୋଜା ସହଜରେ ୨-୩ ହଜାର ଟଙ୍କାରେ ବିକ୍ରି ହୁଏ। ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ଯେ, ମୋଜା ଯେତେ ଦୁର୍ଗନ୍ଧଯୁକ୍ତ ଏବଂ ମଇଳା ସେଗୁଡ଼ିକର ମୂଲ୍ୟ ଅଧିକ। ତାଙ୍କ କହିବାନୁସାରେ, ଅଧିକାଂଶ ଲୋକ ନାଇକ୍‌ର ଧଳା ରଙ୍ଗର ମୋଜା ପିନ୍ଧିବାକୁ ଅର୍ଡର କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri