ମହୁମାଛି ଆକ୍ରମଣରେ ଚାଲିଗଲା ଯୁବକଙ୍କ ଜୀବନ

ବାଲିଗୁଡ଼ା,୨୬।୫: କନ୍ଦମାଳ ଜିଲା ଖଜୁରିନାଳ ସାହିରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ମହୁମାଛି ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।

ମିଳିଥିବା ସୂଚନା ମୁତାବକ, ଯୁବକଙ୍କ ଘର ଛାତ ଉପରେ ମହୁମାଛି ବସା କରି ରହିଥିଲା। ହେଲେ ଯୁବକ ଜଣକ କୌଣସି କାମରେ ଛାତକୁ ଯାଇଥିଲେ। ସେତିକିବେଳେ ମହୁମାଛି ଉଡି ଆସି ଯୁବକଙ୍କୁ ଆକ୍ରମଣ କରିଥିଲା। ଫଳରେ ସେ ଗୁରୁତର ହୋଇପଡିଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଉଥିବା ବେଳେ ବାଟରେ ଯୁବକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଯୁବକଙ୍କ ମୃତ୍ୟୁ ଖବର ପଚାରିତ ହେବା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି।

Share
Tags: Bee Attack