ରାସ୍ତାରେ ବାଇକ୍‌ ରଖି ରଶି ଲଗାଇ ଝୁଲିପଡ଼ିଲେ ଯୁବକ

ପାରଳାଖେମୁଣ୍ଡି,୧୯।୩: ରଙ୍ଗର ପର୍ବ ହୋଲିରେ ଗଜପତି ଜିଲା ପାରଳାଖେମୁଣ୍ଡି ଉପକଣ୍ଠ ଗୁମ୍ମାଗଡା ନିକଟସ୍ଥ ରେଲ୍‌ୱେ ଇଲେକ୍ଟ୍ରି ପୋଲ୍‌ରେ ଜଣେ ଯୁବକ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ରାଣୀପେଣ୍ଠ ଗ୍ରାମର ଏମ୍‌ କାର୍ତ୍ତିକ(୨୨)।

ହୋଲି ଖେଳିବାକୁ ଆସିଥିବା ସ୍ଥାନୀୟ ଲୋକେ ଜଣେ ଯୁବକ ରାସ୍ତାରେ ବାଇକ୍‌ ରଖି ରଶି ଦେଇଥିବା ଦେଖିବାକୁ ପାଇଥିଲେ। ଏନେଇ ପାରଳାଖେମୁଣ୍ଡି ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ହେଲେ ଆତ୍ମହତ୍ୟାର କାରଣ ଜଣାପଡି ନାହିଁ। ପୋଲିସ ଏକ ଅପମୃତ୍ୟ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।