ସାଇବର ଠକେଇରୁ ବର୍ତ୍ତିଲେ ଯୁବକ

ବାଲେଶ୍ୱର ଅଫିସ, ୧୨।୧୦:  ହ୍ବାଟସଆପରୁ ପରିଚୟ ହେବା ପରେ ନଗ୍ନ ଭିଡ଼ିଓ କଲ୍‌ କରି ଫସାଇବାକୁ ଉଦ୍ୟମ କରୁଥିବା ମହିଳାଙ୍କଠାରୁ ଅଳ୍ପକେ ବର୍ତ୍ତିଛନ୍ତି ବାଲେଶ୍ୱର ସହରର ଜଣେ ଯୁବକ। ତେବେ ହ୍ବାଟସଆପ ଭିଡ଼ିଓ କଲରେ ନିଜର ମୁହଁ ଦେଖାଇ ନ ଥିବାରୁ ସେ ଏଭଳି ଠକାମିର ନିସ୍ତାର ଆଲୋଚନାର ବିଷୟ ହୋଇଛି।
ସୂଚନା ଅନୁଯାୟୀ, ଉକ୍ତ ଯୁବକଙ୍କୁ ମଙ୍ଗଳବାର ଅପରାହ୍ନ ୫ଟା ୩୦ ମିନିଟ୍‌ରେ ହ୍ବାଟସଆପରେ ଗୋଟିଏ ମେସେଜ ଆସିଥିଲା। ପାୟଲ ନାମରେ ଆସିଥିବା ଏହି ମେସେଜରେ ପ୍ରଥମେ ପରିଚୟ ହେଲା ପରେ ଏହି ନମ୍ବରରୁ ଭିଡ଼ିଓ କଲ ଆସିଥିଲା। ହେଲେ ପୂର୍ବରୁ ଏନେଇ ସଚେତନ ଥିବା ଯୁବକଜଣକ ଭିଡ଼ିଓ କଲରେ ନିଜର ମୁହଁ ଦେଖାଇ ନ ଥିଲେ। ଏହି ସମୟରେ ମହିଳା ଜଣକ ନଗ୍ନ ହେଉଥିବା ଭିଡ଼ିଓ ଦେଖାଯାଇଥିଲା। ସମ୍ପୃକ୍ତ ଯୁବକ ଭିଡ଼ିଓ କଲ୍‌ କାଟି ଦେଇଥିଲେ। ଏହାପରେ ଜଣେ ବ୍ୟକ୍ତି ନିଜକୁ ପୋଲିସ ପରିଚୟ ଦେଇ ଯୁବତୀଙ୍କ ସହିତ ଖରାପ ସମ୍ପର୍କ ରଖିଛ ବୋଲି ଧମକ ଦେଇଥିଲେ। ତୁରନ୍ତ ଗିରଫ ହେବାକୁ ପ୍ରସ୍ତୁତ ରହିବାକୁ ଧମକ ଦେଇଥିଲେ। ପରେ ଗୁଗୁଲ ପେ ବା ଫୋନ ପେରେ ୫ହଜାର ୧୦୦ ଟଙ୍କା ଦେବାକୁ ଦାବି କରିଥିଲେ। ତେବେ ଠକଙ୍କ ସମ୍ପର୍କରେ ପୂର୍ବରୁ ଅବଗତ ଥିବା ଉକ୍ତ ଯୁବକ ଠକ ବ୍ୟକ୍ତିଙ୍କୁ କଟୁ ଭାଷାରେ ଗାଳିଗୁଳଜ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

ଆଖଣ୍ଡଳମଣି ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

ଧୂଷୁରୀ,୧୫ା୨(ଦୀପ୍ତି ରଞ୍ଜନ ନାୟକ): ପବିତ୍ର ମହାଶିବରାତ୍ରିରେ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ହୋଇ ଉଠିଛି ଚଳଚଞ୍ଚଳ। ଭୋର୍‌ ୪ଟାରେ ମନ୍ଦିର ପହୁଡ଼ ଖୋଲିବା ପରେ ମଙ୍ଗଳ…

ପାଇପ୍‌ ଫାଟି ଭାସୁଛି ପାଣି, ହେଲେ ଲୋକଙ୍କ ନିକଟରେ ପହଞ୍ଚୁନି

କେନ୍ଦୁଝର,୧୫ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଯୋଡ଼ା ବ୍ଲକ ଅନ୍ତର୍ଗତ ବଳଦା ପଞ୍ଚାୟତର ଖଣି ଖାଦାନ ଦ୍ୱାରା ପ୍ରଭାବିତ ବି ପ୍ଲଟ ଗ୍ରାମରେ ଦୀର୍ଘ ଏକ ମାସ ହେବ ବସୁଧା…

ଜାଗରରେ ବଡ଼ ଅଘଟଣ: ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ଖଲ୍ଲିକୋଟ,୧୫।୨(ପ୍ରଶାନ୍ତ କୁମାର ମିଶ୍ର): ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର । ମୃତକ ହେଲେ ଖଲ୍ଲିକୋଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ର…

ଶୀତଳ ଭଣ୍ଡାରରେ ଭୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

ମହାଶିବରାତ୍ରି: ଵାଲୀ ଲୋକନାଥ-ଝାଡ଼େଶ୍ୱର ଓ ବଟେଶ୍ୱର ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଗଞ୍ଜାମ,୧୫ା୨(ବିଦ୍ୟାଧର ସାହୁ ): ସମଗ୍ର ରାଜ୍ୟରେ ମହା ଶିବରାତ୍ରି ଜାଗର ଯାତ୍ରା ପାଳିତ ହେଉଥିବା ବେଳେ ଗଞ୍ଜାମରେ ମଧ୍ୟ ଏହି ଜାଗର ଯାତ୍ରା ମହା ଆଡମ୍ବରରେ ପାଳିତ…

ଜୀବିତ ସାବିତ୍ରୀଙ୍କୁ ମୃତ ଦର୍ଶାଇଲା ପ୍ରଶାସନ, ଧରିତ୍ରୀରେ ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର,୧୫ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଓଡରୀ ପଞ୍ଚାୟତ ଦୋଳଗୁଡ଼ା ଗ୍ରାମର ଜଣେ ଅସହାୟା ମହିଳାଙ୍କୁ ନେଇ ପ୍ରଶାସନର ଚରମ ଅବହେଳା…

ଜାଗରରେ ଅଘଟଣ: ଦୀପରୁ ମହିଳାଙ୍କ ଦେହରେ ଲାଗିଲା ନିଆଁ, ଆଉ ତା’ ପରେ…

ଖଇରା,୧୫ା୨(ଉତ୍କଳ ବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ଗଣ୍ଡିବେଡ଼ସ୍ଥିତ ଲଙ୍କେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଦୀପରୁ ନିଆଁ ଲାଗିବା ଯୋଗୁ ଗଣ୍ଡିବେଡ଼ ଗ୍ରାମର ଭଗବାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri