ପ୍ରିନ୍ସ ଆଣ୍ଡ୍ର୍ୟୁଙ୍କୁ ଗାଳି କରି ଯୁବକ ଗିରଫ

ଲଣ୍ଡନ,୧୪ା୯: ବ୍ରିଟେନ୍‌ ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ଅନ୍ତିମ ଯାତ୍ରା ସମାରୋହ ଚାଲିଥିବାବେଳେ ପ୍ରିନ୍ସ ଆଣ୍ଡ୍ର୍ୟୁଙ୍କୁ ଗାଳି କରିଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ମହାରାଣୀଙ୍କ କଫିନ୍‌ ପଛେ ପଛେ ବ୍ରିଟେନ୍‌ ବର୍ତ୍ତମାନର ରାଜା ଚାର୍ଲସ୍‌ ତୃତୀୟଙ୍କ ସମେତ ରାଜ ପରିବାରର ଅନ୍ୟ ସଦସ୍ୟ ଯାଉଥିବା ବେଳେ ଯୁବକ ଜଣଙ୍କ ରାଜକୁମାରଙ୍କୁ ଜୋର୍‌ରେ ପାଟି କରୁଥିବାର ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି। ଆଣ୍ଡ୍ର୍ୟୁ, ତୁମେ ଜଣେ ରୁଗ୍‌ଣ ବୃଦ୍ଧ ବୋଲି ଯୁବକ ଜଣକ କହିଥିଲେ। ସେଠାରେ ଉପସ୍ଥିତ ସୁରକ୍ଷାକର୍ମୀ ତୁରନ୍ତ ସମ୍ପୃକ୍ତ ବ୍ୟକ୍ତିଙ୍କୁ ସେହି ସ୍ଥାନରୁ ହଟାଇ ପୋଲିସକୁ ହସ୍ତାନ୍ତର କରିଥିଲେ।

Share