ବନ୍ୟଜନ୍ତୁ ଶିକାର କରି ଯୁବକ ଗିରଫ: ବନ୍ଧୁକ ଜବତ

ବଲାଙ୍ଗୀର ଅଫିସ,୧୩।୩: ବଲାଙ୍ଗୀର ବନବିଭାଗର ମୋବାଇଲ ସ୍କ୍ବାଡ୍‌ କରକଚିଆ ଛକ ନିକଟରେ ଶନିବାର ଚଢ଼ାଉ କରଛନ୍ତି। ଏଥିରେ ସମ୍ପୃକ୍ତ ଜଣେ ବନ୍ୟଜନ୍ତୁ ଶିକାରୀଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ଏକ ଦେଶୀ ବନ୍ଧୁକ ଓ ଦୁଇଟି ମୃତ ବନ୍ୟ ବିଲେଇ ଓ ଏକ ମୃତ ଠେକୁଆ ଜବତ କରିଛନ୍ତିି । ବଲାଙ୍ଗୀର ଡିଏଫଓ ସମୀର ଶତପଥୀଙ୍କ ସହ ରେଞ୍ଜ ଅଧିକାରୀ ଓ ଷ୍ଟାଫ ଚଢ଼ାଉରେ ସାମିଲ୍‌ ଥିଲେ।